ଟ୍ରକ ଧକ୍କାରେ ବୃଦ୍ଧ ମୃତ, ଓଟୋ ଚାଳକ ଗୁରୁତର

Jun 16, 2025 - 17:49
Updated: 1 year ago
0 87
ଟ୍ରକ ଧକ୍କାରେ ବୃଦ୍ଧ ମୃତ, ଓଟୋ ଚାଳକ ଗୁରୁତର

ଜୁନାଗଡ଼ ତା: ୧୬/୦୬ ( ଷ୍ଟାରନିୟୁଜ ଓଡିଶା):କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ଥାନା ଅଂତର୍ଗତ ଓରିୟନ ହୋଟେଲ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ବଳଦିଆମାଳ ରାସ୍ତା ମାର୍ଗରୁ ଭବାନୀପାଟଣାକୁ ଯାଉଥିବା ଏକ ଟ୍ରକ ଅନ୍ୟ ରାସ୍ତାରେ ଚାଲିଥିବା ବାଇକ ଓ ଅଟୋକୁ ପଛରୁ ଭୟଙ୍କର ଧକ୍କା ଦେଇଥିଲା। ଏହି ଧକ୍କାରେ ବାଇକ ରେ ଥିବା ବୃଦ୍ଧ ବ୍ୟକ୍ତି ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ଓଟୋ ଚାଳକ ଗୁରୁତର ଭାବେ ଆହତ ହୋଇଥିବାରୁ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜୁନାଗଡ଼ ସରକାରୀ ଚିକିତ୍ସାଳୟକୁ ପଠାଇଥିଲେ। ଘଟଣା ପରେ ଟ୍ରକ ଚାଳକ ଟ୍ରକ ଛାଡି ସ୍ଥଳରୁ ଚମ୍ପଟ ମାରିଥିବାର ସୂଚନା ମିଳିଛି। ମୃତ ବୃଦ୍ଧ ଓ ଗୁରୁତର ଅଟୋ ଚାଳକଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ବଜୟପ୍ତ କରିଥିବା ସୂଚନା ମିଳିଛି ଓ ଅନୁସନ୍ଧାନ ଆରମ୍ଭ କରାଯାଇଛି। ଏହି ଘଟଣା ସହର ଓ ଅଞ୍ଚଳରେ ଚିନ୍ତାର ମାର୍ଗ ଉତ୍ପନ୍ନ କରିଛି। ପୋଲିସ ଟ୍ରକ ଚାଳକଙ୍କ ଖୋଜ ଜାରି ରଖିଛନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ

What's Your Reaction?

Like Like 1
Dislike Dislike 0
Love Love 2
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User