ଆଗକୁ ବର୍ଷାଋତୁ ଦଳପଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ସାଇକେଲ ଷ୍ଟାଣ୍ଡ ପାଇଁ ଦାବି ।

May 23, 2025 - 20:13
 0  7
ଆଗକୁ ବର୍ଷାଋତୁ ଦଳପଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ସାଇକେଲ ଷ୍ଟାଣ୍ଡ ପାଇଁ ଦାବି ।

ଖଜୁରୀପଡା,୨୩l୫(ଷ୍ଟାର ନିୟୁଜ ଓଡ଼ିଶା) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦଳପଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ସାଇକେଲ ଷ୍ଟାଣ୍ଡ ପାଇଁ ଦାବି । ସୂଚନା ପ୍ରକାରେ ଖଜୁରୀପଡା ବ୍ଲକ ଅନ୍ତର୍ଗତ ଦଳପଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ 5T ନେଇ ବିଦ୍ୟାଳୟର ଉନ୍ନତି କରଣ କରାଯାଇଥିଲେ ମଧ୍ୟ ସାଇକେଲ ଷ୍ଟାଣ୍ଡ ନିର୍ମାଣ କରାଯାଇନାହିଁ । ଯାହା ଫଳରେ ଛାତ୍ରଛାତ୍ରୀ ମାନଙ୍କର ସାଇକେଲ ବାହାର ରହୁଥିବା ହେତୁ ଖରାଦିନେ ସାଇକେଲ ଖରାର ପ୍ରକୋପ ଓ ବର୍ଷାଦିନେ ପାଣି ଭିଜି ଭିଜି ସାଇକେଲ ଖରାପ ହୋଇ ଯାଉଛି । ଆଦିବାସୀ ଅଧ୍ୟୁଷିତ ଗରିବ ପରିବାରର ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟରେ ଅଧ୍ୟୟନ କରୁଥିବାରୁ ସାଇକେଲ ଖରାପ ହେଲେ ପଇସା ଅଭାବରୁ ମରାମତି କରି ନ ପାରି ଚାଲି ଚାଲି ଯିବା ଆସିବା ପାଇଁ ବାଧ୍ୟ ହେଉଛନ୍ତି । ତେଣୁ ଆଗକୁ ବର୍ଷାଋତୁ ଆସୁଛି ଆଉ ବିଦ୍ୟାଳୟ ଗ୍ରୀଷ୍ମ ଛୁଟି ଶେଷ ହେବ ଆଉ ନୂତନ ଶିକ୍ଷାବର୍ଷର ଶିକ୍ଷାଦାନ ଆରମ୍ଭ ହେବ । ଏଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିଦ୍ୟାଳୟରେ ଏକ ସାଇକେଲ ଷ୍ଟାଣ୍ଡ ଗୃହ ନିର୍ମାଣ ପାଇଁ ଅଞ୍ଚଳର ବୁଦ୍ଧିଜୀବି ମହଲରୁ ଦାବି ହେଉଛି ।

What's Your Reaction?

like

dislike

love

funny

angry

sad

wow