ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ମହାରାଜା ପ୍ରତାପ କେଶରୀ ଦେଓ ଘୁମୁରା ପ୍ରତିଷ୍ଠା ଦିବସ ପାଳନ.

Aug 01, 2025 - 23:49
0 26
ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ମହାରାଜା ପ୍ରତାପ କେଶରୀ ଦେଓ ଘୁମୁରା ପ୍ରତିଷ୍ଠା ଦିବସ ପାଳନ.

ଭବାନୀପାଟଣା ତା : ୦୧/୦୮ ରିଖ(ଷ୍ଟାର ନିୟୁଜ ଓଡିଶା )ସ୍ଥାନୀୟ ତାରିଣୀ ମନ୍ଦିର ରୋଡ଼ ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ରକ୍ଷା ବନ୍ଧନ ଉପଲକ୍ଷେ ଭାରତୀୟ ଯବାନ ମାନଙ୍କ ପାଇଁ ଶତାଧିକ ରାକ୍ଷୀ ଡାକ  ଯୋଗେ ଆର୍ମି ହେଡ଼ କ୍ୱାଟର ଦିଲ୍ଲୀ କୁ ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ପ୍ରେରଣ କରାଯାଇଛି | ରାକ୍ଷୀ ଶକ୍ତି, ବିଶ୍ୱାସ ଏବଂ ବିଜୟର ପ୍ରତୀକ ଦେଶ ର ସୁରକ୍ଷା ଯବାନ କରୁଥିବା ବେଳେ ଏହି ରାକ୍ଷୀ ଯବାନଙ୍କ ମନ ବଳ ବଢାଇବା ସହ ଭାଇଚାରା ର ବାର୍ତ୍ତା ସମାଜ କୁ ଦେବ ବୋଲି ସ୍କୁଲ ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ଼. ଶିବରାମ ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ | ବରିଷ୍ଠ ଶିକ୍ଷାବିତ୍ ବ୍ରହ୍ମାନନ୍ଦ ସାମଲ, ମୁକୁନ୍ଦ ରେଡ୍ଡୀ ଓ ସମାଜସେବୀ ସୁତ୍ତମ କୁମାର ନାୟକ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ | ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିବା ବେଳେ ଶିକ୍ଷୟିତ୍ରୀ ଚନ୍ଦ୍ରପ୍ରଭା ମିଶ୍ର ସଭା ପରିଚାଳନା ଓ ଶିକ୍ଷକ ଦୁଲେଶ୍ୱର ଶବର, ଧନମନ୍ତ ବେମାଲ ବୃଷଭ ଦାସ ସହଯୋଗ କରିଥିଲେ ଓ ଶିକ୍ଷୟିତ୍ରୀ ପ୍ରିୟଙ୍କା ମହାରଣା ଧନ୍ୟବାଦ ଦେଇଥିଲେ |
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User