ଆଣ୍ଠେଇଛି ଗୋତମୁଣ୍ଡା ଡାହିମାଲ ରାସ୍ତା,ଗ୍ରାମ୍ୟ ଉନ୍ନୟନ ବିଭାଗ ର ଖାମଖିଆଳି ମନୋଭାବ ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି ଦୁଇ ଜିଲ୍ଲା ର ଅଞ୍ଚଳବାସୀ।
ଧର୍ମଗଡ ୧୪/୦୪( ଷ୍ଟାର ନିୟୁଜ ଓଡିଶା )କଳାହାଣ୍ଡି ଓ ନବରଙ୍ଗପୁର କୁ ସଂଯୋଗ କରୁଥିବା ଗୋତମୁଣ୍ଡା ଡାହିମାଲ ରାସ୍ତା କାର୍ଯ୍ୟ ଅତି ମନ୍ଥର ଗତି ଦେଇ ଚାଲୁଥିବା ବେଳେ କାର୍ଯ୍ୟ ଶେଷ ଅବଧି ସରିବା ପରେ ମଧ୍ୟ ଅଧା ରେ ଆଣ୍ଠେଇଛିଏହି ରାସ୍ତା ନିର୍ମାଣ କାର୍ଯ୍ୟ, ଫଳରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ଜନସାଧାରଣ ମାନେ ଯାତାୟାତ ରେ ଦୁର୍ଦ୍ଦଶା ଭୋଗୁଛନ୍ତି।
ସୂଚନାମତେ ପୂର୍ବତନ ସରକାର ସମୟରେ ଦୁଇ ଜିଲ୍ଲାର ରାଜନେତା ମାନେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା କୁ ସଡକ ପଥ ରେ ଯୋଡିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। କାରଣ ଏହି ଦୁଇଜିଲ୍ଲା ର ସୀମାବର୍ତି ଅଞ୍ଚଳ ରେ ବସବାସ କରୁଥିବା ଆଦିବାସୀ ଓ ଅନ୍ୟ ଜନଜାତି ଲୋକଙ୍କ ମଧ୍ୟରେ ଦଶନ୍ଧି ଦଶନ୍ଧି ଧରି ବନ୍ଧୁବାନ୍ଧବ ସମ୍ପର୍କ ରହିଛି। ଏହି ରାସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାର ନବରଙ୍ଗପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ କୁ ୭ କିମି ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ବିଭାଗୀୟ ଅନୁଦାନ ୭ କୋଟି ୫୧ ଲକ୍ଷ ୩୨ ହଜାର ମଞ୍ଜୁର ହୋଇଥିଲା। ତେବେ ଏମଧ୍ୟରେ ବିଭାଗୀୟ କାର୍ଯ୍ୟ ଅବଧି ସରିବା ପରେ ମଧ୍ୟ ଏହି ରାସ୍ତା ଅଧ ପନ୍ତରିଆ ଭାବେ ପଡି ରହିଛି।
ଅନ୍ୟପଟେ କାର୍ଯ୍ୟାଦେଶ ମିଳିଥିବା ଠିକାସଂସ୍ଥା କାର୍ଯ୍ୟ ନିଜେ ନକରି ଅନ୍ୟ ଜଣେ ଛାୟା ଠିକାଦାର କୁ ଦେଇଥିବା ବେଳେ ରାସ୍ତା ନିର୍ମାଣ ରେ ଛାୟା ଠିକାସଂସ୍ଥା କାର୍ଯ୍ୟ ସମ୍ପାଦନ ରେ ଅନିୟମିତତା କରୁଥିବା ଓ ବିଭାଗୀୟ ଅଧିକାରୀ ମାନେ ଠିକାସଂସ୍ଥା କୁ ଅନୁକମ୍ପା ଦେଖାଉଥିବା ନେଇ ଗୋତମୁଣ୍ଡା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଦୁଇ ଜିଲ୍ଲା ର ବୃହତ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ଉଭୟ ଜିଲ୍ଲା ପ୍ରଶାସନ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗ ଶୀଘ୍ର ଏହି ରାସ୍ତା ନିର୍ମାଣ ସମ୍ପାଦନ କରିବାକୁ ଦୁଇ ଜିଲ୍ଲାର ଅଞ୍ଚଳବାସୀ ମାନେ ଦାବି କରିଛନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
What's Your Reaction?