ମାଟିଆ-୧ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁ ମାନଙ୍କୁ ଗରମ ପୋଷାକ ବଣ୍ଟନ

Oct 02, 2025 - 15:27
0 22
ମାଟିଆ-୧ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁ ମାନଙ୍କୁ ଗରମ ପୋଷାକ ବଣ୍ଟନ

କେସିଙ୍ଗା ତା. ୨l୧୦ (ଷ୍ଟାର ନିୟୁଜ ଓଡିଶା )ଭବାନୀ ପାଟଣା ନିର୍ବାଚନ ମଣ୍ଡଳୀ କେସିଙ୍ଗା ବ୍ଲକ ଅନ୍ତର୍ଗତ ଦେଓଗାଁ ଗ୍ରାମ ପଞ୍ଚାୟତ ଅଧୀନ ମାଟିଆ-୧ ଅଙ୍ଗନୱାଡ଼ି କେନ୍ଦ୍ର ଠାରେ କେନ୍ଦ୍ରରେ ଅଧ୍ୟୟନ କରୁଥିବା ଶିଶୁ ମାନଙ୍କୁ ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀ ଜନ୍ମ ତିଥି ଅବସରରେ ଗରମ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ କେନ୍ଦ୍ରର ଅଙ୍ଗନୱାଡ଼ି କର୍ମୀ ତପସ୍ଵିନୀ ନାଏକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇ ଯାଇଛି। ସର୍ଵ ପ୍ରଥମେ ଦୁଇ ମହାପୁରୁଷ ଙ୍କ ଫୋଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଜ୍ଞାପନ କରିବା ପରେ ସ୍ମୃତି ଚାରଣ କରାଯାଇ ଥିଲା, ତାପରେ ଶିଶୁ ମାନଙ୍କୁ ଗରମ ପୋଷାକ ବଣ୍ଟନ କରଯାଇଥିଲା।କାର୍ଯ୍ୟକ୍ରମରେ ୱାର୍ଡ଼ ସଭ୍ୟା ଶ୍ରୀମତି ହଂସିନି ପୋଢ଼, ମାତୃ କମିଟି ସଦସ୍ୟା ଶ୍ରୀମତି ନନ୍ଦିନୀ ମାଝୀ,ସ୍ଵୟଂ ସହାୟକ ଗୋଷ୍ଠୀ ମାଁ ତଥା ଅଭିଭାବିକା ପ୍ରମୁଖ ଉପସ୍ଥିତ ଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User