ଆବାସ ଘର ଅପେକ୍ଷାରେ ପୁଷ୍ପା ମାଝୀ ।

Nov 25, 2025 - 18:36
0 239
ଆବାସ ଘର ଅପେକ୍ଷାରେ ପୁଷ୍ପା ମାଝୀ ।

ଫିରିଙ୍ଗିଆ,୨୫l୧୧ (ଷ୍ଟାର ନିୟୁଜ):କେନ୍ଦ୍ର ସରକାର ଗରିବ ଖଟିଖିଆ ଦିନ ମଜୁରିଆ ମାନଙ୍କ ପାଇଁ ଆବାସ ଯୋଜନା କରିଛନ୍ତି ସତ, ହେଲେ ଏହାର ଅସି ପ୍ରତିଶତ ଘର ଧନି ଓ ମଧ୍ୟବିତ୍ତ ଶ୍ରେଣୀର ଭାଗରେ ପଡୁଛି ।ପ୍ରଶାସନ ସବୁ ଜାଣିଶୁଣି ଚୁପ ବସି ରହୁଥିବା ସାଧାରଣରେ ଅଭିଯୋଗ ମଧ୍ୟ ହେଉଛି ।ଗରିବ ଖଟିଖିଆ ଶ୍ରେଣୀର ଲୋକେ ଘର ଖଣ୍ଡିକ ପାଇଁ ପ୍ରଶାସନର ସମସ୍ତ ଅଧିକାରୀଙ୍କ ଦ୍ୱାରସ୍ତ ହେଉଥିଲେ ମଧ୍ୟ ସେମାନେ ତାଲିକା ଭୁକ୍ତ ହୋଇପାରୁନଥିବା ଅଭିଯୋଗ ହେଉଛି ।ଏଭଳି ଏକ ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ତରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଡେଲାରପଡା ଗ୍ରାମରୁ ।ଗ୍ରାମର ଜଣେ ୬୧ ବର୍ଷୀୟା ମହିଳା ପୁଷ୍ପା ମାଝୀ ପିତା ଈଶ୍ୱର ମାଝୀ ଘର ଖଣ୍ଡିକ ପାଇଁ ଅନେକ ଥର ୱାର୍ଡ ସଭ୍ୟ, ସରପଞ୍ଚ, ପିଇଓ, ଜିଆରଏସ ଓ ଅନ୍ୟ ବିଭାଗୀୟ ଅଧିକାରୀଙ୍କୁ ଜଣେଇଥିଲେ ମଧ୍ୟ ଏଯାଏ ତା ଭାଗ୍ୟରେ ଘର ଖଣ୍ଡେ ଜୁଟିନଥିବା ସେ ଅଭିଯୋଗ ଆଣିଛନ୍ତି । ପ୍ରକାଶ ଥାଉକି ପୁଷ୍ପା ମାଝୀ ଜନ୍ମରୁ ଅବିବାହିତା ।ବାପାମା ଆରପାରିକୁ ଚାଲିଯିବା ପରେ ପୁଷ୍ପାଙ୍କ ଭବିଷ୍ୟତ ଚିନ୍ତା କରିବାକୁ କେହି ନାହାନ୍ତି ।ତାର ନିଜର କହିଲେ କେହି ନାହାନ୍ତି ତେଣୁ ଭାଗ୍ୟକୁ ଆଦରି ବାପା ତିଆରି କରିଥିବା ଭଙ୍ଗା କୁଡ଼ିଆରେ ଦିନ କାଟୁଛି । ସେ କୁଡ଼ିଆର ଅବସ୍ଥା ଵି ଅତି ଶୋଚନୀୟ ।ବାପା ଉକ୍ତ ଘରକୁ ତିଆରି କରି ଅନେକ ବର୍ଷ ବିତିଗଲାଣି, ଅନ୍ୟପଟେ ଆର୍ଥିକ ଅନାଟନ ପାଇଁ ପୁଷ୍ପା ମଧ୍ୟ ଘରର ମରାମତି କରି ପାରୁନି, ତେଣୁ ଧୀରେ ଧୀରେ ଘର ଭୁଶୁଡିବାକୁ ବସିଲାଣି ।ଝାଟିମାଟିର କୁଡ଼ିଆ ଉପରେ ଜରିପାଳ ଢାଙ୍କି ତା ମଧ୍ୟରେ ରହୁଛି ପୁଷ୍ପା ।ପ୍ରଶାସନ ପକ୍ଷରୁ ମିଳୁଥିବା ୩୫କେଜି ଚାଉଳ ସାଙ୍ଗକୁ ମାସକୁ ୧୦୦୦ ଟଙ୍କା ପେନସନ ହିଁ ତାର ଜୀବନ ଧାରଣର ଏକ ମାତ୍ର ବିକଳ୍ପ ।ଯେମିତି ସେମିତି ତ ପେଟ ପାଇଁ ଦାନା ଯୋଗାଡ଼ ହୋଇଯାଉଛି, ହେଲେ ରହିବା ଶୋଇବା ଚିନ୍ତା ତାକୁ ସବୁବେଳେ ଘାରି ରହୁଛି । ଘରକାନ୍ଥ ଯେ କେତେବେଳେ ଭୁଶୁଡି ପଡିବ ତାର କୌଣସି ନିଶ୍ଚିତତା ନାହିଁ ।ତେଣୁ ମୁଣ୍ଡ ଗୁଞ୍ଜିବା ପାଇଁ ସେ ସମସ୍ତ ପଲ୍ଲୀସଭା ଓ ଗ୍ରାମସଭାରେ ଯାଇ ଗୁହାରି କରୁଛି, ହେଲେ ପ୍ରଶାସନ ତା କଥାକୁ କର୍ଣ୍ଣପାତ କରୁନଥିବା ସେ ଦୁଃଖର ସହ କହିଛନ୍ତି ।ତେଣୁ ପ୍ରଶାସନ ତୁରନ୍ତ ପୁଷ୍ପାଙ୍କୁ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡେ ଯୋଗେଇ ଦେଲେ ପୁଷ୍ପା ଉପକୃତ ହୁଅନ୍ତା ବୋଲି ଗ୍ରାମବାସୀ ମଧ୍ୟ ଦାବୀ କରୁଛନ୍ତି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 1
Angry Angry 0

Comments (0)

User