ଶୌଚ ପାଇଁ ଯାଇଥିଲେ, ଶବ ହୋଇ ଫେରିଲେ ମହିଳା ।

Nov 25, 2025 - 14:08
0 205
ଶୌଚ ପାଇଁ ଯାଇଥିଲେ, ଶବ ହୋଇ ଫେରିଲେ ମହିଳା ।

ଝରିଗାଁ,୨୫l୧୧(ଷ୍ଟାର ନିୟୁଜ ଓଡିଶା): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଂଚାୟତ ଅନ୍ତର୍ଗତ ଟିପାଗୁଡା ଗ୍ରାମର ଜଣେ ମହିଳା ଆଜି ସକାଳୁ ଶୌଚ ପାଇଁ ଯାଇଥିବା ବେଳେ ଶବ ହୋଇ ଘରକୁ ଫେରି ଥିବା ଜଣାପଡ଼ିଛି।ସୂଚନା ପ୍ରଜାରେ ଟିପାଗୁଡା ଗ୍ରାମର ବାଳମତୀ ଜାନୀ(40) ଆଜି ସକାଳୁ ଉଠିବା ପରେ ଘରୁ ଏକ ଶହ ମିଟର ଦୂରରେ ଥିବା ସାନଟିପା ନାଳକୁ ଶୌଚ ପାଇଁ ଯାଇଥିଲେ।ତେବେ ଦୀର୍ଘ ସମୟ ଧରି ବାଳମତୀ ଘରକୁ ନଫେରିବା ଯୋଗୁଁ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ।ଶେଷରେ ସାନଟିପା ନାଳରେ ବାଳମତୀଙ୍କ ମୁହଁ ମାଡି ପଡିଥିବା ମୃତ ଶରୀର ଦେଖିବାକୁ ପାଇଥିଲେ।ପରେ ବାଳମତୀଙ୍କ ଭାଇ ଦସରୁ ଜାନୀ ଘଟଣା ନେଇ ଝରିଗାଁ ଥାନାରେ ଲିଖିତ ଅଭିଯୋଗ ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପଠାଇ ଥିଲେ।ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।ଖବର ପ୍ରସାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 1
Angry Angry 0

Comments (0)

User