ଛେଳିଚାଷ ରୁ ସ୍ୱାବଲମ୍ବୀ ଜିତେନ୍ଦ୍ର କହଁର ।ବାର୍ଷିକ ଆୟ ୩ ଲକ୍ଷରୁ ଉର୍ଦ୍ଧ ।

Nov 25, 2025 - 14:01
0 152
ଛେଳିଚାଷ ରୁ ସ୍ୱାବଲମ୍ବୀ ଜିତେନ୍ଦ୍ର କହଁର ।ବାର୍ଷିକ ଆୟ ୩ ଲକ୍ଷରୁ ଉର୍ଦ୍ଧ ।

ଫିରିଙ୍ଗିଆ,୨୫l୧୧ (ଷ୍ଟାର ନିୟୁଜ): ଅଧିକାଂଶ ଲୋକ କାମଧନ୍ଦା ନ ପାଇ ବେରୋଜଗାର ହୋଇ ହାତରେ ହାତ ବାନ୍ଧି ବସିଥିବା ବେଳେ ବର୍ତମାନ ବେରୋଜଗାର ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଞ୍ଚାୟତ ସଦର ମହକୁମାର ଜିତେନ୍ଦ୍ର କହଁର । ଛେଳି ଚାଷରୁ ବର୍ଷକୁ ୩ ଲକ୍ଷରୁ ଉର୍ଦ୍ଧ ଟଙ୍କା ରୋଜଗାର କରୁଥିବା ନିଜେ ଜିତେନ୍ଦ୍ର କୁହନ୍ତି। ଜିତେନ୍ଦ୍ରଙ୍କ କହିବା ପ୍ରକାରେ ସ୍ତ୍ରୀ ସୈନ୍ଦ୍ରି କହଁର ଓ ଦୁଇ ଝିଅଙ୍କୁ ନେଇ ତାଙ୍କ ପରିବାର ।ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ସେ ପ୍ରଥମେ ଏକ କିରାନା ଦୋକାନ କରିଥିଲେ, ହେଲେ ଅନେକ ଗ୍ରାହକ ଆବଶ୍ୟକୀୟ ସାମଗ୍ରୀ ସବୁ ଧାର ନେଇ ଟଙ୍କା ଆଉ ଫେରସ୍ତ କଲେ ନାହିଁ ।ଫଳରେ ସେ କ୍ଷତି ସହିବା ଯୋଗୁଁ ଦୋକାନକୁ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଥିଲେ ।ପରେ ସ୍ତ୍ରୀ ସୈନ୍ଦ୍ରିଙ୍କ ପରାମର୍ଶ କ୍ରମେ ୨୦୧୮ ମସିହାରେ ବଜାରରୁ ଏକ ଛେଳି ଛୁଆ ଆଣି ଛେଳି ଚାଷ ଆରମ୍ଭ କରିଥିଲେ ।ତାପରେ ଆଉ ଜଣକ ଠାରୁ ଏକ ଭାଗୁଆଳି ଛେଳି ମଧ୍ୟ ଭାଗଚାଷ ପାଇଁ ଆଣିଥିଲେ । ବର୍ତମାନ ଜିତେନ୍ଦ୍ରଙ୍କ ପାଖରେ ୮୦ ରୁ ଉର୍ଦ୍ଧ ଛେଳି ରହିଛି । ସେ ଛେଳି ମାନଙ୍କୁ କିଲୋ ହିସାବରେ ବିକ୍ରୟ କରିଥାନ୍ତି ।

ଯେମିତିକି ଖାସି କିଲୋ ୫୦୦,କଢେଇ କିଲୋ ୫୦୦,ବୁଦା ଛେଳି କିଲୋ ୫୦୦,ବୟସ୍କ ମାଇଁଛେଳି ୪୫୦,ବିହନ ବୁଦା ୬୦୦ ଟଙ୍କାରେ ବିକ୍ରୟ କରିଥାନ୍ତି ।ଜିତେନ୍ଦ୍ର ଛେଳିଚାଷ ବ୍ୟତୀତ କୁକୁଡ଼ା ଚାଷ ମଧ୍ୟ କରୁଥିବା କହିଛନ୍ତି ।କୁକୁଡ଼ା ଚାଷ ପାଇଁ ସରକାରୀ ସହାୟତାରେ ୫୦୦ଟିକିଆ ଘର ମଧ୍ୟ ମିଳିଛି ।ଉଭୟେ ସ୍ୱାମୀସ୍ତ୍ରୀ ଛେଳି ଓ କୁକୁଡ଼ା ଯତ୍ନ ନିଅନ୍ତି । ଛେଳି ଚରେଇବାକୁ ସକାଳୁ ୧୦ ଟା ରୁ ବାହାରି ଯାଆନ୍ତି ଉଭୟେ ସ୍ୱାମୀସ୍ତ୍ରୀ ଓ ପ୍ରତିଦିନ ସନ୍ଧ୍ୟା ୪ ଟାରେ ଘରକୁ ଫେରିଥାନ୍ତି ।ଛେଳି ମାନଙ୍କୁ ଘରେ ଆଣିବା ପରେ ମଧ୍ୟ ଦାନାପାଣି ଓ ଡାଳପତ୍ର ଖାଇବାକୁ ଦିଅନ୍ତି ।ଛେଳିମାନେ କୌଣସି ରୋଗରେ ଆକ୍ରାନ୍ତ ହେଲେ ଦୁହେଁ ମିଶି ସେମାନଙ୍କ ଯତ୍ନ ନେବା ସହ ବିଭିନ୍ନ ଔଷଧ, ମଲମ ଓ ଭେକ୍ସିନ ସବୁ ଦିଅନ୍ତି ।ଛେଳି କିଣିବା ପାଇଁ ପ୍ରତିଦିନ ଜିତେନ୍ଦ୍ରଙ୍କ ଘର ଦୁଆରେ ଗ୍ରାହକମାନେ ଧାଡି ବାନ୍ଦି ରହନ୍ତି ।ଛେଳି ଚାଷ କରିବା ପରଠୁ ପରିବାରର ଆର୍ଥିକ ସ୍ଥିତିରେ ବେସ ସୁଧାର ଆସିଥିବା ଜିତେନ୍ଦ୍ର କହନ୍ତି ।ଆଜିର ଦିନରେ ଜିତେନ୍ଦ୍ର ବଡ଼ ଝିଅକୁ ଜିଏନଏମ ପଢାଉଥିବା ବେଳେ ସାନ ଝିଅ ଦଶମ ଶ୍ରେଣୀରେ ପଢୁଛି ।ସରକାର ପକ୍ଷରୁ ଛେଳି ଫାର୍ମଟେ ମିଳିଲେ ତାଙ୍କ ଛେଳି ମାନଙ୍କୁ ରଖିବାକୁ ବେସ ସୁବିଧା ହୁଅନ୍ତା ବୋଲି ଜିତେନ୍ଦ୍ର କୁହନ୍ତି ।ବର୍ତମାନ ୧ଏକର ଜାଗାରେ ବାଡ଼ ତିଆରି କରି ତହିଁରେ ଛେଳି ମାନଙ୍କୁ ରଖିଛନ୍ତି ।ତେଣୁ ପ୍ରଶାସନ ପକ୍ଷରୁ ଜିତେନ୍ଦ୍ରଙ୍କୁ ଛେଳି ଫାର୍ମ ଟେ ଯୋଗେଇ ଦେବାକୁ ଗ୍ରାମବାସୀ ମଧ୍ୟ ଦାବୀ କରୁଛନ୍ତି ।

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 3
Sad Sad 0
Angry Angry 0

Comments (0)

User