କନ୍ଧମାଳ ସାଂସଦ ଙ୍କ ଦ୍ଵାରା ଉଦଘାଟନ ହେଲା ବହୁ ପ୍ରତିକ୍ଷିତ ଇଣ୍ଡୋର ଷ୍ଟାଡିୟମ।

Nov 25, 2025 - 11:54
0 166
କନ୍ଧମାଳ ସାଂସଦ ଙ୍କ ଦ୍ଵାରା ଉଦଘାଟନ ହେଲା ବହୁ ପ୍ରତିକ୍ଷିତ ଇଣ୍ଡୋର ଷ୍ଟାଡିୟମ।

ବାଲିଗୁଡ଼ା,୨୫l୧୧(ଷ୍ଟାର ନିୟୁଜ): କ୍ରୀଡ଼ାବିତ ଙ୍କ ବହୁ ଦିନର ସ୍ବପ୍ନ ଆଜି ସତ ହୋଇଛି , ଆଜି କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହି ଙ୍କ ଦ୍ଵାରା ଉଦଘାଟନ ହୋଇଛି ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ । ପ୍ରଥମେ ବାଲିଗୁଡ଼ା ନଗର ବିଜେପି ପକ୍ଷରୁ ସାଂସଦ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା ଓ ତାପରେ କର୍ମୀ ଙ୍କ ଗହଣ ରେ ଏକ ବିରାଟ ପଟୁଆର ରେ ଇଣ୍ଡୋର ଷ୍ଟାଡିୟମ ପହଞ୍ଚି ଥିଲେ । 57 ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ବାଲିଗୁଡ଼ା ITDA ଦ୍ୱାରା ମରାମତି କର୍ଯ୍ୟ କୁ ସମ୍ପୂର୍ଣ୍ଣ କରାଯାଇଛି । ଦୀର୍ଘଦିନ ଧରି ମରାମତି କାର୍ଯ୍ୟ ଚାଲୁ ଥିବାରୁ ବ୍ୟାଡମିଣ୍ଟନ, ଟେବୁଲ ଟେନିସ ଖେଳାଳି ମାନେ ଅଭ୍ୟାସ କରିବାରୁ ବଞ୍ଚିତ ହୋଇ ରହିଥିଲେ। ଆଜି କିନ୍ତୁ କ୍ରୀଡାବିତ୍ ଓ କ୍ରୀଡ଼ା ପ୍ରଶାସକ ଙ୍କ ମନ ରେ ଖୁସିର ଲହରି ଖେଳି ଯାଇଛି। ଆଜିର ଏହି ଉଦଘାଟନ ସମାରୋହ ରେ ଆଇଟିଡିଏ ବାଲିଗୁଡ଼ା ର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା , ଉପଖଣ୍ଡ କ୍ରୀଡ଼ା ସଂସଦ ର ସାଧାରଣ ସମ୍ପାଦକ ଡ଼ଃ ସୁଶାନ୍ତ କୁମାର ଦାଶ , ବ୍ଲକ ସାଂସଦ ପ୍ରତିନିଧି ରଞ୍ଜିତ ସାହୁ, ବାଲିଗୁଡ଼ା ନଗର ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇ କାର୍ଯକ୍ରମ କୁ ସଫଳ କରିଥଲେ।

ରିପୋର୍ଟ୍ -:ବାଲିଗୁଡ଼ା ରୁ ରାମାନନ୍ଦ ଘଡ଼ାଇ ।

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User