Breaking....................... ଜୟପାଟଣା ରେ ଜିଏସ୍ଟି ଚଢ଼ାଉ,୧ ଲକ୍ଷ ୪୪ ହଜାର ଟଙ୍କା ଫାଇନ |

Nov 25, 2025 - 05:41
0 8
Breaking....................... ଜୟପାଟଣା ରେ ଜିଏସ୍ଟି ଚଢ଼ାଉ,୧ ଲକ୍ଷ ୪୪ ହଜାର ଟଙ୍କା ଫାଇନ |

କଳାହାଣ୍ଡି ଜିଲ୍ଲା୨୪/୧୧(ଷ୍ଟାର ନିୟୁଜ ଓଡିଶା) ଜୟପାଟଣାରେ ଥିବା ଶ୍ରଦ୍ଧା ଟ୍ରେଡ଼ରରେ ଜିଏସ୍ଟି ବିଭାଗର ଚଢ଼ାଉ।ବାହାର ରାଜ୍ୟରୁ ବିନା ଜିଏସ୍ଟିରେ ଟିଏନ ୫୨ ଏଲ ୦୪୨୪ ନମ୍ବର ବିଶିଷ୍ଟ ଗୋଟିଏ ଟ୍ରକ ରେ ୧୦୬୦ ପ୍ଲାଏଉଡ ଆଣି ଅନଲୋଡ଼ ହେଉଥିବା ବେଳେ ଜିଏସ୍ଟି ବିଭାଗ ଅଧିକାରୀ ମାନେ ଆସି କାଗଜପତ୍ର ଯାଞ୍ଚ କରିଥିଲେ। ଆବଶ୍ୟକ କାଗଜପତ୍ର ନଥିବା ଯୋଗୁଁ ୧ ଲକ୍ଷ ୪୪ ହଜାର ଟଙ୍କା ଫାଇନ ହୋଇଥିବା ଜଣାପଡିଛି।ତାମିଲନାଡୁରୁ ଏହି ପ୍ଲାଏ କାଠ ପଟା ଆସିଥିଲା।ଜୟପାଟଣା ଅଞ୍ଚଳରେ ଏଭଳି ବିନା ଜିଏସ୍ଟି ଓ ବିନା କାଗଜପତ୍ର ଥିବା କବାଟ, ଟାଇଲ,ସିମେଣ୍ଟ,ଲୁହା ଛଡ଼ ଭଳି ଘର ତିଆରି ସାମଗ୍ରୀ ବିକ୍ରି ହେଉଥିବା ଅଭିଯୋଗ ହେଉଛି।ପ୍ରାୟ ସାମଗ୍ରୀ ଚଢା ଦର ରେ ବିକ୍ରି ହେଉଥିବା ବେଳେ  ବିନା ବିଲ ଆଉ କାଗଜପତ୍ର ରେ ବହୁ ସାମଗ୍ରୀ ମହଜୁଦ ରହିଥିବା ଅଭିଯୋଗ ହେଉଛି।କେଉଁ ଗ୍ରାହକ ଙ୍କୁ ମଧ୍ୟ ବିଲ ପ୍ରଦାନ କରାଯାଉ ନାହିଁ କେବଳ ସରକାରୀ କାର୍ଯ୍ୟ ରେ ବିଲ ଦେଉଛନ୍ତି ଦୋକାନୀ।ରେଟଚାର୍ଟ ମଧ୍ୟ ରହୁନାହିଁ।ଯାହାଫଳରେ ଖାଉଟି ଶୋଷଣ ହେଉଛନ୍ତି।ଏ ଦିଗରେ କେବେ କାର୍ଯ୍ୟାନୁଷ୍ଠାନ ହେବ ସେ ଦିନକୁ ଅପେକ୍ଷା କରିଛନ୍ତି ସ୍ଥାନୀୟ ଜନସାଧାରଣ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User