ଫୁଲବାଣୀ ବିଧାୟକଙ୍କ ପାଣିଘରା ମେଗା ପାନୀୟ ଜଳ ପ୍ରକଳ୍ପ ପରିଦର୍ଶନ ।

Nov 24, 2025 - 21:57
0 148
ଫୁଲବାଣୀ ବିଧାୟକଙ୍କ ପାଣିଘରା ମେଗା ପାନୀୟ ଜଳ ପ୍ରକଳ୍ପ ପରିଦର୍ଶନ ।

ଫୁଲବାଣୀ ,୨୪l୧୧(ଷ୍ଟାର ନିୟୁଜ):କନ୍ଧମାଳ ଜିଲ୍ଲା ଫୁଲବାଣୀ ବିଧାୟକ ଶ୍ରୀ ଉମାଚରଣ ମଲିକ ଆଜି ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ପାଣିଘରା ଠାରେ ସରକାରଙ୍କ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସ୍ଥାନକୁ ଯାଇ ପ୍ରକଳ୍ପର ବିଭିନ୍ନ ବ୍ୟବସ୍ଥା ବୁଲି ଦେଖିବା ସହ ପ୍ରକଳ୍ପ ନିର୍ମାଣ ଦାୟିତ୍ୱ ନେଇଥିବା ଏଲ ଏଣ୍ଡ ଟି କମ୍ପାନୀର ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି l ମହାନଦୀ ରେ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପରେ ଜଳ ସଂରକ୍ଷଣ ଇନଟେକ , ଜଳ ଯୋଗାଣ ଚ୍ୟାନେଲ ଏବଂ ଜଳ ବିଶୋଧନ ପ୍ଲାଣ୍ଟ ସହ ବର୍ଜ୍ୟଜଳ ନିଷ୍କାସନ ପଏଣ୍ଟ ଆଦି ବିଷୟରେ ପଚାରି ବୁଝିଥିଲେ l ବିଭିନ୍ନ ତଥ୍ୟ ସଂଗ୍ରହ ଆଲୋଚନା ପରେ ଅତିକମରେ କନ୍ଧମାଳ ଜିଲ୍ଲାର କିଛି କିଛି ଅଞ୍ଚଳକୁ ଜଳ ଯୋଗାଣ ପାଇଁ ବିଧାୟକ କହିଥିବା ବେଳେ ଏଲଏନଟି ତରଫରୁ ମଧ୍ୟ ଯୁଦ୍ଧ କାଳୀନ ଭିତିରେ କାମ ଚାଲିଛି ଏବଂ ଖୁବଶୀଘ୍ର ପ୍ରକଳ୍ପକୁ ସାରିବୁ ବୋଲି କମ୍ପାନୀ ଅଧିକାରୀ ମାନେ କହିଥିଲେ l ବିଧାୟକଙ୍କ ସହ ଫୁଲବାଣୀ ଆରଡବ୍ଲ୍ୟୁଏସଏସ ଏସଡ଼ିଓ ତୀର୍ଥବାସୀ ପ୍ରଧାନ ଏବଂ ଦଳୀୟ ନେତା ମୁକ୍ତିକାନ୍ତ ମହାନ୍ତି, ଖଜୁରୀପଡା ବ୍ଲକ ବିଧାୟକ ପ୍ରତିନିଧି ଅନନ୍ତ କୁମାର ଦିଗାଲ, ମଣ୍ଡଳ ସଭାପତି ରଞ୍ଜନ କୁମାର କହଁର, ସାଧାରଣ ସମ୍ପାଦକ କେଦାର ଗୌରୀ ସାହୁ, ରୋହିତ କୁମାର ପ୍ରଧାନ, ରଞ୍ଜନ କୁମାର ପ୍ରଧାନ (ଲୁଲୁ) ବିରଜା ପ୍ରସାଦ ବଗର୍ତି ପ୍ରମୁଖ ସାମିଲ ଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User