ତେର ଦଫା ଦାବି ନେଇ କଳାବ୍ୟାଜ ପରିଧାନ କରି କାର୍ଯ୍ୟରେ ଯୋଗଦେଲେ ଓଡିଶା ଆଦର୍ଶ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ I

Nov 24, 2025 - 21:20
0 248
ତେର ଦଫା ଦାବି ନେଇ  କଳାବ୍ୟାଜ ପରିଧାନ କରି କାର୍ଯ୍ୟରେ ଯୋଗଦେଲେ ଓଡିଶା ଆଦର୍ଶ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ I

ଫିରିଙ୍ଗିଆ,୨୪l୧୧(ଷ୍ଟାର ନିୟୁଜ): ରାଜ୍ୟ ଆଦର୍ଶ ବିଦ୍ୟାଳୟ ଶିକ୍ଷକ ମହାସଂଘ ର ଆହ୍ୱାନ କ୍ରମେ ସାରା ରାଜ୍ୟରେ ତେରେ ଦଫା ଦାବି ନେଇ ଓଡିଶା ଆଦର୍ଶ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ କଳାବ୍ୟାଜ ପରିଧାନ କରି କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ଅନୁରୂପ ଭାବରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟ ସଂଘର ନିଷ୍ପତି କ୍ରମେ କଳାବ୍ୟାଜ ପରିଧାନ କରି କାର୍ଯ୍ୟରେ ଯୋଗ ଦେଇଛନ୍ତି I କନ୍ଧମାଳ ଜିଲ୍ଲା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ମହାସଂଘ ର ସଭାପତି ବଳରାଜ ସାହାଣୀ ତଥା ଫିରିଙ୍ଗିଆ ଆଦର୍ଶ ବିଦ୍ୟାଳୟ ର ଖେଳ ଶିକ୍ଷକ ଙ୍କ ନେତୃତ୍ୱ ରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏହି କଳାବ୍ୟାଜ ପରିଧାନ କରିଥିବା ବେଳେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ସରକାରୀ ମାନ୍ୟତା ଦେବା,ୟୁନିଫର୍ମ କ୍ୟାଡର ମାନ୍ୟତା,ସମାନ କାମକୁ ସମାନ ଦରମା ଓ କମ୍ପୁଟର,ପିଇଟି ଓ ମ୍ୟୁଜିକ ଶିକ୍ଷକ ମାନଙ୍କୁ ୪୬୦୦ ଗ୍ରେଡ଼ ପେ ପ୍ରଦାନ, ଛାତ୍ର ଛାତ୍ରୀ ମାନଙ୍କୁ ଏନଏମଏମଏସ ପରୀକ୍ଷା ଦେବା ପାଇଁ ଅନୁମତି ଦିଆଯିବା ସହ ଅନ୍ୟାନ୍ୟ ତେରେ ଦଫା ଦାବି ପୂରଣ କରିବା ପାଇଁ ଏହି କଳାବ୍ୟାଜ ପିନ୍ଧି ଶାନ୍ତିପୂର୍ଣ ଭାବରେ କାର୍ଯ୍ୟରେ ଯୋଗ ଦେଇଛନ୍ତି I ତେବେ ସୋମବାର ଏହି ଆନ୍ଦୋଳନ ରେ ଫିରିଙ୍ଗିଆ ଆଦର୍ଶ ବିଦ୍ୟାଳୟ ର ଶିକ୍ଷକ ଉତ୍ତମ କହଁର, ପ୍ରଭାତ କୁମାର ବେହେରା, ପଙ୍କଜ ପ୍ରଧାନ, ଜ୍ୟୋତିରଞ୍ଜନ ସାହୁ, ଅଚ୍ୟୁତାନନ୍ଦ ଦିଗାଲ, ଶିବରାମ ନାଏକ, ସମରେନ୍ଦ୍ର ବାରିକ ରଶ୍ମିତା ନାଏକ, ସୁରଭି ସାହୁ, ମହିମା ମଳିକ ଉପସ୍ଥିତ ଥିଲେ I ଆଗାମୀ ଦିନରେ ସରକାର ଯଦି ଏହି ଦାବି ଗୁଡିକୁ ପୂରଣ ନକରନ୍ତି ତାହେଲେ ସଂଘର ନିଷ୍ପତି କ୍ରମେ ଆଗାମୀ ଡିସେମ୍ବର ଆଠ ତାରିଖ ଦିନ ରାଜ୍ୟ ର ସମସ୍ତ ଆଦର୍ଶ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ରାଜଧାନୀ ଭୁବନେଶ୍ୱର ପିଏମଜୀ ରେ ଆନ୍ଦୋଳନ କରାଯିବା ନେଇ ସଙ୍ଘ ତରଫରୁ ନିଷ୍ପତି ଗ୍ରହଣ କରାଯାଇଛି I 

ସୁବ୍ରତ କୁମାର ମହାନ୍ତି (ଫିରିଙ୍ଗିଆ )

What's Your Reaction?

Like Like 0
Dislike Dislike 0
Love Love 1
Funny Funny 2
Wow Wow 1
Sad Sad 1
Angry Angry 0

Comments (0)

User