ଗୋଛା ପଡ଼ା ପୋଲିସ ପୁଣି କାଟିଲା ୧୫୨ ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ଗଞ୍ଜେଇ ଗଛ I

Nov 24, 2025 - 21:12
0 682
ଗୋଛା ପଡ଼ା ପୋଲିସ ପୁଣି କାଟିଲା ୧୫୨ ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ଗଞ୍ଜେଇ ଗଛ I

ଫିରିଙ୍ଗିଆ,୨୪l୧୧(ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲା ରୁ ଗଞ୍ଜେଇ କାରବାର କୁ ସମୂଳେ ବିନାଶ କରିବା ପାଇଁ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟ ପୋଲିସ ମୁଖିଆ ଙ୍କ ନିର୍ଦେଶ ଓ ଜିଲ୍ଲା ପୋଲିସ ମୁଖିଆ ଙ୍କ ପ୍ରତକ୍ଷ ତତ୍ୱାବଧାନରେ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଅପରେସନ ନୀଳ ଜହର ବା ଗଞ୍ଜେଇ ଗଛକଟା ଅଭିଯାନ ଆରମ୍ଭ ହୋଇଥିବା ବେଳେ ଅନୁରୂପ ଭାବରେ ଜିଲ୍ଲାର ଗଞ୍ଜେଇ କାରବାର କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଥିବା ଗୋଛାପଡା ପୋଲିସ ପକ୍ଷରୁ ଏହି ଅଭିଯାନ ତୃତୀୟ ଦିନରେ ପହଞ୍ଚିଛି I ତେବେ ତୃତୀୟ ଦିନରେ ଗୋଛାପଡା ଥାନା ଅଧିକାରୀ ଚିରଞ୍ଜୀବ ବେହେରା ଙ୍କ ନେତୃତ୍ୱ ରେ ଥାନା ଅଧୀନରେ ଥିବା କଟ୍ରିଙ୍ଗିଆ ପଞ୍ଚାୟତ ର ନମ୍ୱରବାଲୀ, ମାଟିଘାଟି ଗାଁ ନିକଟବର୍ତ୍ତୀ ଜଙ୍ଗଲ ଜମି ମାନଙ୍କରେ ଚାଷ ହୋଇଥିବା ପ୍ରାୟ ୧୫୨ଏକର ପରିମିତ ଜଙ୍ଗଲ ଜମି ମାନଙ୍କରେ ଚାଷ ହୋଇଥିବା ପାଖା ପାଖି କୋଟିଏ ତାଙ୍କର ଗଞ୍ଜେଇ ଗଛ ଗୁଡିକୁ କାଟି ନଷ୍ଟ କରିଦିଆଯାଇଛି I ତେବେ ସୋମବାର ଦିନ ହୋଇଥିବା ଏହି ଅଭିଯାନ ରେ ବନବିଭାଗ, ପୋଲିସ ଓ ଅବକାରୀ ବିଭାଗ ର କର୍ମଚାରୀ ମାନେ ସାମିଲ ଥିବା ବେଳେ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଏହି ଗଞ୍ଜେଇ ଗଛ ଗୁଡିକ କଟାଯାଇଥିଲା I ଅନ୍ୟପଟେ ସୁରକ୍ଷା ଦୃଷ୍ଟି କୁ ଆଖି ଆଗରେ ରଖି ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଥିବା ବେଳେ ଏହି ଗଞ୍ଜେଇ କଟାକୁ ନେଇ ଗୋଛାପଡା ଥାନାରେ ୨୩୧/୨୦୨୫ ରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିବା ଥାନା ଅଧିକାରୀ ଚିରଞ୍ଜୀବ ବେହେରା ସୂଚନା ଦେଇଛନ୍ତି I 

ସୁବ୍ରତ କୁମାର ମହାନ୍ତି (ଫିରିଙ୍ଗିଆ )

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Wow Wow 1
Sad Sad 2
Angry Angry 0

Comments (0)

User