ଉଜୁଡି ଗଲା ଧାନ ଫସଲ,ଚିନ୍ତାରେ ଚାଷୀ ପରିବାର ।
ଝରିଗାଁ,୨୯l୧୦(ଷ୍ଟାର ନିୟୁଜ ଓଡିଶା): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ଅନ୍ତର୍ଗତ ବଡନୀ ଗ୍ରାମର ଜଣେ ଚାଷୀଙ୍କ ଧାନ ଚାଷ ସମ୍ପୁର୍ଣ୍ଣ ନଷ୍ଟ ହୋଇ ଯାଇଥିବା ବେଳେ ପରିବାର ପ୍ରତିପୋଷଣ ଏବଂ ଋଣ ପରିଶୋଧ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ।ବଡନୀ ଗ୍ରାମର କ୍ଷୁଦ୍ର ଚାଷୀ ଉଦ୍ଧବ ମେହେର(56) ନିଜର ପ୍ରାୟ ଅଢେଇ ଏକର ଜମିରେ ଚଳିତ ବର୍ଷ ଧାନ ଚାଷ କରିଥିଲେ।ଅଢେଇ ଏକର ଜମିରେ ଶଙ୍କର ଜାତୀୟ ଧାନ ସୌଭାଗ୍ୟ ଓ ବାଲେଙ୍ଗା ଧାନ ଲଗାଇ ଥିଲେ।ସଠିକ ସମୟରେ ଧାନ ତଳି ଠାରୁ ଆରମ୍ଭ କରି ଧାନ ଜମିରେ ରୁଆ କାମ ଶେଷ କରିଥିଲେ।ଧାନ ଗଛ ସହ ପିଲ ମଧ୍ୟ ସଠିକ ବାହାରିଥିଲା।ଧାନରେ କ୍ଷୀର ହେବା ସମୟରେ ହଠାତ କୌଣସି ଏକ ଅଜଣା ରୋଗ ହୋଇଥିଲା।ଆଠ ଦିନ ମଧ୍ୟରେ ବାହାରି ଥିବା ଧାନ କଳା ହେବା ସହ ଧୀରେ ଧୀରେ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଗଲା।ରୋଗ ଲାଗିବା ପରେ ମଧ୍ୟ ଚାଷ ବଞ୍ଚାଇବା ପାଇଁ ଆର୍ଥିକ ଅଭାବ ଯୋଗୁଁ ଉଦ୍ଧବ କୌଣସି ପଦକ୍ଷେପ ଗ୍ରହଣ କରିପାରିନଥିଲେ।ବର୍ତ୍ତମାନ ବର୍ଷକର ଚାଷ ସମ୍ପୂର୍ଣ୍ଣ ନଷ୍ଟ ହେବା ପରେ କେବଳ ଚାଷ କରି ପରିବାର ଚଳାଉଥିବା ଉଦ୍ଧବ ପରିବାର ପ୍ରତିପୋଷଣ ସହ ଋଣ କିପରି ପରିଶୋଧ କରିବେ ସେନେଇ ଚିନ୍ତାରେ ପଡିଛନ୍ତି।କୃଷି ବିଭାଗ ପକ୍ଷରୁ ତୁରନ୍ତ କ୍ଷୟକ୍ଷତି ଆକଳନ କରି ଉଦ୍ଧବଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।
What's Your Reaction?