ବାତ୍ୟା ମୋନ୍ଥାକୁ ନେଇ ପ୍ରସୂତି ବୈଠକ

Oct 29, 2025 - 06:23
0 46
ବାତ୍ୟା ମୋନ୍ଥାକୁ ନେଇ ପ୍ରସୂତି ବୈଠକ

ଝରିଗାଁ,୨୯l୧୦(ଷ୍ଟାର ନିୟୁଜ ଓଡିଶା): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ବାତ୍ୟା ମୋନ୍ଥାର ମୁକାବିଲା ନେଇ ପ୍ରସୂତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁସୂଦନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଝରିଗାଁ ତହସିଲଦାର ସୁମନ୍ତ ପାତ୍ର,ଗୋଷ୍ଠୀ ଚିକିତ୍ସା ଅଧିକାରୀ ଅରବିନ୍ଦ ପଣ୍ଡା,ସିଡ଼ିପିଓ ଵିରାଜ ମୋହିନୀ ପାଙ୍ଗୀ ଉପସ୍ଥିତ ରହି ବାତ୍ୟାର ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ସୂଚନା ଦେଇଥିଲେ।ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମାଝୀ ଝରିଗାଁ ବ୍ଳଜରେ ୧୦ଟି ବିଦ୍ୟାଳୟକୁ ଅସ୍ଥାୟୀ ଆଶ୍ରୟ ସ୍ଥଳୀ ଭାବେ ଚିହ୍ନଟ ହୋଇଥିବା ବେଳେ ଆବଶ୍ୟକ ସ୍ଥଳେ ବ୍ୟବହାର କରାଯିବ ବୋଲି କହିଥିଲେ।ସେହିପରି ତହସିଲଦାର ଶ୍ରୀ ପାତ୍ର ଝରିଗାଁ ତହସିଲରେ ପର୍ଯ୍ୟାପ୍ତ ପରିମାଣର ପଲିଥିନ ମହଜୁଦ ଥିବା ସୂଚନା ଦେଇଥିଲେ।ସେହିପରି କୌଣସି ଅଘଟଣ ହେଲେ ତୁରନ୍ତ ତହସିଲ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ସହାୟତା ଯୋଗାଇ ଦେବେ ବୋଲି ସୂଚନା ଦେଇଥିଲେ।ଝରିଗାଁ ଗୋଷ୍ଠୀ ଚିକିତ୍ସା ଅଧିକାରୀ ଶ୍ରୀ ପଣ୍ଡା ଝରିଗାଁ ବ୍ଳକର ଉପାନ୍ତ ଅଞ୍ଚଳରେ ଥିବା ପ୍ରାୟ ୩୭ ଜଣ ଗର୍ଭବତୀ ମହିଳା ମାନଙ୍କୁ ମା ଗୃହ,ଝରିଗାଁ CHC ଏବଂ ଉମରକୋଟ CHCକୁ ସ୍ଥାନାନ୍ତର କରିଥିବା ସୂଚନା ଦେଇଛନ୍ତି।ସେହିପରି ଝରିଗାଁ ବ୍ଳକର ୫ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଅନୁଯାୟୀ ସାପ କାମୁଡା ଇଂଜକ୍ସନ ସହ ବିଭିନ୍ନ ଔଷଧ ମହଜୁଦ ଥିବା ସୂଚନା ଦେଇଛନ୍ତି।ସେହିପରି ଅଗ୍ନି ଶମ ବିଭାଗ OIC ଭଲାନାଥ ମାଝୀଙ୍କୁ ଯୋଗାଯୋଗ କରିବାରୁ ବାତ୍ୟା ମୁକାବିଲା ପାଇଁ ବିଭାଗ ଉଦ୍ଧାରକାରୀ ଉପକରଣ ସହ ସଜାଗ ରହିଥିବା କହିଥିଲେ।ସେହିପରି ଝରିଗାଁ ବ୍ଲକ ପ୍ରଶାସନ,ତହସିଲ କାର୍ଯ୍ୟାଳୟ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ଖଲା ଯାଇଥିବା ସୂଚନା ମିଳିଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User