ମଣିପଦର ଅଙ୍ଗନବାଡି କର୍ମୀ ନିଯୁକ୍ତି ରେ ଅନିୟମିତତା ଅଭିଯୋଗ ରେ ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇଲେ ଉତ୍ୟକ୍ତ ଅଞ୍ଚଳ ବାସୀ l
ଫିରିଙ୍ଗିଆ,୨୮l୧୦(ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ପଞ୍ଚାୟତ ମଣିପଦର ଗାଁରେ ଅଙ୍ଗନବାଡି କର୍ମୀ ଚୟନ ରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇଛନ୍ତି ଉତ୍ୟକ୍ତ ଗ୍ରାମବାସୀ l ସୂଚନା ଅନୁଷସାରେ ମଣିପଦର ଅଙ୍ଗନବାଡି ୱାର୍କର ବିନ୍ଧାଣି ଙ୍କ ମୃତ୍ୟୁ ପରେ ଗତ ଜୁଲାଇ ମାସରେ ଏହି ଅଙ୍ଗନବାଡି କେନ୍ଦ୍ର ପାଇଁ ପୁଣି ଥରେ ଅଙ୍ଗନବାଡି କର୍ମୀ ଚୟନ ନେଇଁ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ବିଜ୍ଞପ୍ତି ଜାରି କରାଯାଇଥିଲା ବିଜ୍ଞପ୍ତି ପ୍ରକାଶ ପରେ ମଣିପଦର ଗାଁର ୧୫ ଜଣ ଆଶାୟୀ ମହିଳା ମାନେ ଅଙ୍ଗନବାଡି କର୍ମୀ ପାଇଁ ଆବେଦନ କରିଥିଲେ l

ଆବେଦନ ପରେ ଯାଞ୍ଚ ପ୍ରକ୍ରିୟା ମଧ୍ୟ ହୋଇଥିଲା l ଯାଞ୍ଚ ପ୍ରକ୍ରିୟା ପରେ ଗାଁରୁ ଆବେଦନ କରିଥିବା ୧୫ ଜଣ ମହିଳା ଏବଂ ଜଣେ ଅସହାୟ ବାପା ମା ଛେଉଣ୍ଡ ଝିଅ ଅଧିକ ମାର୍କ ଥିବା ସତ୍ୱେ କର୍ମୀ ନିଯୁକ୍ତି ରେ ପାଇନଥିବା ଏବଂ ଜଣେ ପବିଙ୍ଗିଆ ପଞ୍ଚାୟତ ର ଅବିବାହିତା ଯୁବତୀ କୁ ନିଯୁକ୍ତି ଦେଇଥିବାରୁ ମଣିପଦର ଗ୍ରାମବାସୀ ଏବଂ ଆସାଇ ଆବେଦନ କାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି l ଯାହାକୁ ନେଇଁ ବାରମ୍ବାର ବିଭିନ୍ନ ବିଭାଗୀୟ ଅଧିକାରୀ ଅନିୟମିତତା ନେଇଁ ଅଭିଯୋଗ କରିବା ପରେ କେହି ଶୁଣିନଥିବାରୁ ବାଧ୍ୟ ହୋଇ ମଙ୍ଗଳ ବାର ଦିନ ୯ ଟାରୁ ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇବା ସହ ଉତ୍ୟକ୍ତ ଗ୍ରାମବାସୀ ଅଙ୍ଗନବାଡି ଆଗରେ ହୋ ହାଲା କରିଥିଲେ l ଏହି ଘଟଣା ରେ ଏହାର ସମାଧାନ ନ ହେବା ପର୍ଯ୍ୟନ୍ତ ଅଙ୍ଗନବାଡି କେନ୍ଦ୍ରରେ ତାଲା ପଡ଼ି ରହିବ କହିଛନ୍ତି ସ୍ଥାନୀୟ ମଣିପଦର ଅଞ୍ଚଳ ବାସୀ l

What's Your Reaction?
Like
2
Dislike
0
Love
0
Funny
0
Wow
0
Sad
0
Angry
0
Comments (0)