ଭାରସାମ୍ୟ ହରେଇ ଟ୍ରକକୁ ପିଟିଲା ବାଇକ, ଜଣେ ମୃତ ଜଣେ ଗୁରୁତର ।
ରାଇଘର,୩୦l୧୦ (ଷ୍ଟାର ନିୟୁଜ ଓଡିଶା):ଭାରସାମ୍ୟ ହରେଇ ଗୋଟେ ବାଇକ ରାସ୍ତା କଢ଼ରେ ଠିଆଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେବା ଫଳରେ ଜଣେ ବାଇକ ଆରୋହୀର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଆଉଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି |ଏଭଳି ଏକ ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁମୁଲୀ ଅଞ୍ଚଳରେ |ପ୍ରାପ୍ତ ସୂଚନା ମୁତାବକ, ଶୁଖିଆ ପଂଚାୟତ ଅନ୍ତର୍ଗତ ଫୁଲଝଡି ଗ୍ରାମର ବଳି ସାନ୍ତା (55) ଓ ଅର୍ଜୁନ ସାନ୍ତା (45)ପ୍ରତିଦିନ ଭଳି ଏକ ବାଇକ ଯୋଗେ ରାଇଘରକୁ ମିସ୍ତ୍ରୀ କାମ କରିବାକୁ ଯାଇଥିଲେ |ଗତକାଲି ସନ୍ଧ୍ୟା ପ୍ରାୟ 6ଘଟିକା ସମୟରେ ଦୁହେଁ କାମ ସାରି ଘରକୁ ଫେରୁଥିବା ବେଳେ କୁମୁଲୀ ପେଟ୍ରୋଲ ପମ୍ପ ପାଖରେ ଭାରସାମ୍ୟ ହରେଇ ରାସ୍ତା କଢ଼ରେ ଠିଆ ଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇ ଛିଟିକି ପଡ଼ିଥିଲେ |ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରି ଘଟଣା ବିଷୟରେ ଜଣେଇବା ପରେ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଂଚି ଦୁଇ ଆହତଙ୍କୁ ରାଇଘର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଘେନି ଯାଇଥିଲା |ହେଲେ ଡାକ୍ତର ବଳି ସାନ୍ତାଙ୍କୁ ମୃତ ଘୋଷଣା କରିବା ସହ ଅର୍ଜୁନଙ୍କ ଗୋଡ଼ ଭାଙ୍ଗିଥିବା ଜଣେଇଥିଲେ |ବଳି ସାନ୍ତାଙ୍କ ପରିବାର ପକ୍ଷରୁ ଏନେଇ ରାଇଘର ଥାନାରେ ଏତଲା ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି |ଅନ୍ୟପକ୍ଷେ ଅର୍ଜୁନଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ଥିବାରୁ ତାଙ୍କୁ କୋରାପୁଟ ମେଡିକାଲ ସ୍ଥାନାନ୍ତର କରାଯାଇଛି|ଏହି ଖବରଟି ପ୍ରସାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି |
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?