କଣ୍ଟାମାଳ ବସଷ୍ଟାଣ୍ଡ ଯାଏ ବସ ଚଳାଚଳ ପାଇଁ ଦାବୀ ।

Oct 30, 2025 - 20:08
0 19
କଣ୍ଟାମାଳ ବସଷ୍ଟାଣ୍ଡ ଯାଏ ବସ ଚଳାଚଳ ପାଇଁ ଦାବୀ ।

ପାପଡାହାଣ୍ଡି,୩୦l୧୦ ( ଷ୍ଟାର ନିୟୁଜ ଓଡିଶା): ତତକାଳୀନ ରାଜ୍ୟ ସରକାର ରାଜ୍ୟର ପ୍ରତି ପଂଚାୟତକୁ ବସ ଚଳାଚଳର ସୁବିଧା ପାଇଁ ଲକ୍ଷ୍ମୀ ବସ ସେବା ଆରମ୍ଭ କରିଥିଲେ |ଏନେଇ ନବରଙ୍ଗପୁର ଜିଲ୍ଲାର ପ୍ରତି ପଂଚାୟତରେ ଲକ୍ଷ୍ମୀ ବସଷ୍ଟାଣ୍ଡ ଗୁଡିକ ମଧ୍ୟ ତିଆରି ହେଲା |ବସସେବା ମଧ୍ୟ ଆରମ୍ଭ ହେଲା |ଲୋକେ ମାତ୍ର 5ଟଙ୍କାରେ ନିଜ ପଂଚାୟତ ତଥା ନିଜ ଗାଁରୁ ବ୍ଲକ ସଦର ମହକୁମାକୁ ଯିବା ଆସିବାର ସୁଯୋଗ ମଧ୍ୟ ପାଇଲେ |ହେଲେ ପରିତାପର ବିଷୟ, ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅଧୀନରେ ଥିବା କଣ୍ଟାମାଳ ପଂଚାୟତ ସଦର ମହକୁମାରେ ଲକ୍ଷ୍ମୀ ବସଷ୍ଟାଣ୍ଡ ନିର୍ମିତ ହୋଇ ଅନେକ ମାସ ବିତିଯାଇଥିଲେ ସୁଦ୍ଧା ଏଯାଏ ଦିନେ ହେଲେ ବସଷ୍ଟାଣ୍ଡରେ ବସ ପହଂଚି ନାହିଁ |ପ୍ରଶାସନ ଉକ୍ତ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରୁଟ ମ୍ୟାପ ତିଆରି କରିଥିଲେ ହେଁ ଗନ୍ଥବ୍ୟ ସ୍ଥଳରେ ବସ ନପହଂଚିବା ନିହାତି ପରିତାପର ବିଷୟ |ବସ ନଯିବା ଫଳରେ କଣ୍ଟାମାଳ ପଂଚାୟତର 4ଗୋଟି ୱାର୍ଡ ର ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି |ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗ ପ୍ରକାରେ, ଲକ୍ଷ୍ମୀବସ ପାପଡାହାଣ୍ଡି ବ୍ଲକ ସଦର ମହକୁମାରୁ ବାହାରି ଜଟାବାଳ, ପାତରି ମାନିଗାଁ, ଘୁଷୁରା଼ବେଡା, ନୁଆଁଗୁଡା, ମୂଷାପାଲା, ରତିଗୁଡା ଓ କଣ୍ଟାମାଳ ବସ ଷ୍ଟାଣ୍ଡରେ ପହଂଚି ସେଇଠୁ ବୁଲିକି ପୁଣି ରଣ୍ଡାଗୁଡା, ବଟକରି, କିଡିଙ୍ଗଗୁଡା, ନୁଆଁକୋଟ, ସିନ୍ଧିଗୁଡା ଓ ଚାରାମୂଳା ଗ୍ରାମ ସବୁ ଦେଇ ମୈଦଲପୁର ଯିବା କଥା |ହେଲେ ଲକ୍ଷ୍ମୀ ବସଟି କଣ୍ଟାମାଳ ବସଷ୍ଟାଣ୍ଡକୁ ନଯାଇ ମୂଷାପାଲା ରୁ ରତିଗୁଡା, ରଣ୍ଡାଗୁଡା, ବଟକରି, କିଡିଙ୍ଗଗୁଡା, ନୁଆଁକୋଟ, ସିନ୍ଧିଗୁଡା, ଚାରାମୂଳା ଆଦି ଗାଁ ଗୁଡିକ ଅତିକ୍ରମ କରି ମୈଦଲପୁର ଯାଉଛି |ଫଳରେ କଣ୍ଟାମାଳ ପଂଚାୟତ ସଦର ମହକୁମାର ଚାରିଗୋଟି ୱାର୍ଡର ଜନସାଧାରଣ ବସସେବାରୁ ବଞ୍ଚିତ ରହୁଥିବା ଅଭିଯୋଗ କରିଛନ୍ତି |ତେଣୁ ରୁଟଚାର୍ଟ ମୁତାବକ ବସ ଚଳାଚଳ କରିବାକୁ ସ୍ଥାନୀୟ ଲୋକ ଦାବୀ କରିଛନ୍ତି |ଯଦି ରୁଟଚାର୍ଟ ମୁତାବକ ବସ ଚଳାଚଳ ନହୁଏ ତେବେ ଆଗାମୀ ଦିନରେ ବସ ଅଟକାଇ ରାସ୍ତାରେ ଧାରଣା ଦେବୁ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User