କେବିଡି ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଦାବୀ ନେଇ ରେଞ୍ଜରଙ୍କୁ ଦାବିପତ୍ର ପ୍ରଦାନ |
ଝରିଗାଁ,୨୬l୧୨ (ଷ୍ଟାର ନିୟୁଜ ଓଡିଶା): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ପଂଚାୟତ ଅଧୀନରେ ଥିବା ୱାର୍ଡ ନମ୍ବର 8,9,10 ଓ 11ର ଜନସାଧାରଣ ଅଞ୍ଚଳର କେନ୍ଦ୍ର ଗାଁ କେବିଡି କୁ ରାଜସ୍ବ ଗ୍ରାମର ମାନ୍ୟତା ଦାବୀ କରି ସ୍ଥାନୀୟ ରେଞ୍ଜରଙ୍କୁ ଦାବିପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି |ସୂଚନା ପ୍ରକାରେ ଇଛାପୁର ପଂଚାୟତରେ ଇଚ୍ଛାପୁର ଗାଁକୁ ଛାଡିଦେଲେ ଗୋଟିଏ ବି ରାଜସ୍ବ ଗ୍ରାମ ନାହିଁ |ୱାର୍ଡ ନମ୍ବର 8,9,10 ଓ 11ର କେବିଡି, ଧୂମାମ, ଢ଼େପଗୁଡା, କୁର୍ଲୁଭଟ୍ଟା,ଡ଼ଙ୍ଗରୀଗୁଡା,କରଲାପଡା, ଡୁମୁଣିଗୁଡା, ଗୋଟିପଡା, ଖଲିଆପାଣି, ବରପାଣି, ନୁଆଁପଡା, କୋରାଡ଼ଙ୍ଗରୀ, ବେନ୍ଦ୍ରାପାଣି, ଗୋଇଚଚରା, ଝିରିପାଣି ଆଦି ଗ୍ରାମ ଗୁଡିକ ଠାରୁ ଇଛାପୁର ଗ୍ରାମ 7/8କିଲୋମିଟର ଦୂରରେ ଅବସ୍ଥିତ ରହିଥିବାରୁ ବର୍ଷ ବର୍ଷ ଧରି 8,9,10 ଓ 11ନମ୍ବର ୱାର୍ଡରେ ବସବାସ କରୁଥିବା ପ୍ରାୟ 3000ଜନସାଧାରଣ ରାଜସ୍ବ କାର୍ଯ୍ୟ ପାଇଁ ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି |ନିଜ ନିଜ ଗାଁରୁ ଇଚ୍ଛାପୁର ଗ୍ରାମକୁ ରାଜସ୍ବ କାର୍ଯ୍ୟ ପାଇଁ ଗଲା ଭିତରେ କେବେ କେବେ ରାଜସ୍ବ ନିରୀକ୍ଷକ ଅନୁପସ୍ଥିତ ରହୁଛନ୍ତି ତ କେବେ କେବେ ଅଫିସ ବନ୍ଦ ରହୁଛି |ତେଣୁ ସବୁବେଳେ ଅସୁବିଧାର ସାମ୍ନା କରୁଥିବା ଉପରୋକ୍ତ ଗ୍ରାମ ଗୁଡିକର ଜନସାଧାରଣ ଅଭିଯୋଗ କରିଛନ୍ତି |ଯଦି ଉପରୋକ୍ତ 4ଗୋଟି ୱାର୍ଡର କେନ୍ଦ୍ରରେ ଥିବା କେବିଡି ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ମିଳେ ତେବେ 15ଗୋଟି ଗ୍ରାମର ଜନସାଧାରଣ ଉପକୃତ ହୁଅନ୍ତେ ବୋଲି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି |ଏହି ଦାବିପତ୍ର ପ୍ରଦାନ ସମୟରେ ସଭାପତି ଦିଗାମ୍ବର ସାନ୍ତା,ସେକ୍ରେଟେରୀ ରାଜୀବ ଲୋଚନ ସାନ୍ତା,ଲଖି ଯାନୀ, ମଦନ ମାଝୀ,ରୁପଧର ମାଝୀ, ଦିଗାମ୍ବର ଭତରା,ଧନୁର୍ଜୟ ସାନ୍ତା,ନୀଳାମ୍ବର ସାନ୍ତା,ଦୀନବନ୍ଧୁ ମାଝୀ,ମାନତିଆ ମାଝୀ ପ୍ରମୁଖ ଉପସ୍ଥିତ ରହି ରେଞ୍ଜର ଗୋବିନ୍ଦ ନାୟକଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି |
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।
What's Your Reaction?