ଅନୁଷ୍ଠିତ ହେଲା ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା I

Sep 04, 2025 - 20:42
0 99
ଅନୁଷ୍ଠିତ ହେଲା ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା I

ଫିରିଙ୍ଗିଆ,୪l୯(ଷ୍ଟାର ନିୟୁଜ):  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ଠାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ କୁମାରୀ ପୁନମ ଙ୍କ ନିର୍ଦେଶ କ୍ରମେ ବିଦ୍ୟାଳୟ ର ଶିକ୍ଷକ ଗୋପାଳ କୃଷ୍ଣ ମଲିକ, ମାୟାଧର ସେଠୀ, ସ୍ନିଗ୍ଧା ପଟ୍ଟନାୟକ, ଦିବ୍ୟ ମାଝୀ, ବୈକୁଣ୍ଠ ନାଥ ଦିଗାଲ, ରାତ୍ର ଜଗୁଆଳି ବିରୁପାକ୍ଷ ଦିଗାଲ ଙ୍କ ନେତୃତ୍ୱ ରେ ଶୋଭାଯାତ୍ରା ଟି ବିଦ୍ୟାଳୟ ରୁ ବାହାରି ଥାନା ମେଡିକାଲ ହୋଇ ଇନ୍ଦିରା ଗାନ୍ଧୀ ଛକ ଦେଇ ସହରର ମୁଖ୍ୟ ରାସ୍ତା ପରି କ୍ରମା କରିଥିଲା I ଶୋଭାଯାତ୍ରା ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଟ୍ରାଫିକ ନିୟମ ମାନିଚାଲିବ, ମଦ୍ୟ ପାନ କରି ଗାଡି ନ ଚଲାଇବା, ଗାଡି ଚଳାଇଵା ସମୟରେ ମୋବାଇଲ ଫୋନ ବ୍ୟବହାର ନକରିବା ଭଳି ବିଭିନ୍ନ ସ୍ଲୋଗାନ ଦେବା ସହ ଫ୍ଲାକ କାର୍ଡ ମାଧ୍ୟମରେ ଜନସାଧାରଣ ଙ୍କୁ ସଚେତନା କରିଥିଲେ I 

ସୁବ୍ରତ କୁମାର ମହାନ୍ତି (ଫିରିଙ୍ଗିଆ )

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User