ଚଚା ସିଦ୍ଧି ବିନାୟକ ପୂଜା କମିଟି ଦ୍ୱାରା ଆୟୋଜିତ ମେଲୋଡି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଓ ବିଧାୟକଙ୍କ ଯୋଗଦାନ ।
ଝରିଗାଁ,୪l୯ (ଷ୍ଟାର ନିୟୁଜ ଓଡିଶା ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଝରିଗାଁ ବ୍ଲକର ଚଚା ପଂଚାୟତ ସଦର ମହକୁମା ଠାରେ ଗ୍ରାମର ସିଦ୍ଧି ବିନାୟକ ପୂଜା କମିଟି ପକ୍ଷରୁ ଗଣେଶ ପୂଜାର ଆୟୋଜନ କରାଯାଇଥିଲା |ଏହି ପରିପ୍ରେକ୍ଷୀରେ 6ଦିନଧରି ଶ୍ରୀ ଗଜାନନଙ୍କ ପୂଜାର୍ଚନା କରାଯିବା ପରେ ଆଜି ସପ୍ତମ ରଜନୀରେ ସାଂସ୍କୃତିକ ସୂର ସଂଗୀତ ମେଲୋଡି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା |ଏହି କାର୍ଯ୍ୟକ୍ରମରେ ସମ୍ବଲପୁରର ଲୋକପ୍ରିୟ ଗାୟକ ଅମର ଦାଶ ଓ ତାଙ୍କ ଟିମ ଆସି ଗୀତ ଓ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନୋରଞ୍ଜନ କରିଥିବା ଦେଖିବାକୁ ମିଳିଥିଲା |ସିଦ୍ଧି ବିନାୟକ ପୂଜା କମିଟିର ନିମନ୍ତ୍ରଣ ରକ୍ଷାକରି ମୁଖ୍ୟ ଅତିଥିଭାବେ ପୂର୍ବତନ ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ଝରିଗାଁ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ମାଝୀ,ବରିଷ୍ଟ ବିଜେଡ଼ି ନେତା ପ୍ରିୟରଞ୍ଜନ ଦାସ, 3ନଂ ଜୋନ ଜିଲ୍ଲା ପରିଷଦ ତ୍ରମିଳା ପୂଜାରୀ, ଚଚା ସରପଞ୍ଚ ଗୀତାଞ୍ଜଳି ଭତ୍ରା,ବରିଷ୍ଟ ବିଜେଡ଼ି ନେତା ବଳରାମ ପଟ୍ଟନାୟକ, ବରିଷ୍ଟ ବିଜେଡ଼ି ନେତା ଗୌରୀହରି ନାୟକ, ଗୁରୁସିଙ୍ଗା ସରପଞ୍ଚ ମୋହନ ନାୟକ,ଇଚ୍ଛାପୁର ସରପଞ୍ଚ ଜଗଦୀଶ ମାଝୀ,ବଣୁଆଗୁଡ଼ା ସମିତି ସଭ୍ୟ ମହେନ୍ଦ୍ର ପୁଜାରୀ,ସମାଜସେବୀ ନରସିଂହ ମାଝୀ,ଚଚା ପଂଚାୟତର ନାଏବ ସରପଞ୍ଚ ମୋହନ ମାଝୀ,ଛାତ୍ର ବିଜେଡ଼ି ଜିଲ୍ଲା ଉପସଭାପତି ହିରଣ୍ୟ ହରିଜନ, କର୍ଣ୍ଣ ଗୌଡ଼, ନୀଳକଣ୍ଠ ହରିଜନ, ଦଳପତି ମାଝୀ, ଛବିଲାଲ ପୂଜାରୀ,ଲକ୍ଷ୍ମୀ ନାରାୟଣ ଗାଣ୍ଡା, ଗୋପି ପାଇକ, ସାହେବ ମାଝୀ, ଦୟାନିଧି ମାଝୀ, ୱାର୍ଡ ମେମ୍ବର ନିରଞ୍ଜନ ପୂଜାରୀ ପ୍ରମୁଖ ଯୋଗଦେଇଥିବା ଦେଖିବାକୁ ମିଳିଛି |ପୂର୍ବତନ ସାଂସଦ ଶ୍ରୀ ମାଝୀ ଗ୍ରାମବାସୀଙ୍କୁ ନୁଆଁଖାଇର ଅଭିନନ୍ଦନ ଓ ଶୁଭେଚ୍ଛା ଜଣେଇବା ସହିତ ସମସ୍ତଙ୍କୁ ନୁଆଁଖାଇ ଜୁହାର ଜଣେଇବା ସହିତ ଗ୍ରାମର ଯୁବବର୍ଗ ଏକଜୁଟ ହୋଇ ଗ୍ରାମରେ ବିଭିନ୍ନ ପ୍ରକାର ଆଞ୍ଚଳିକ ପାର୍ବପର୍ବାଣି ସବୁର ଆୟୋଜନ କରି ଗ୍ରାମବାସୀଙ୍କୁ ଏକତାର ଡୋରିରେ ବାନ୍ଧିରଖି ଗ୍ରାମବାସୀଙ୍କ ମଧ୍ୟରେ ଭାତୃଭାବ ଅକ୍ଷୁର୍ଣ୍ଣ ରଖିଥିବାରୁ ଧନ୍ୟବାଦ ଜଣେଇଥିଲେ |ବିଧାୟକ ଶ୍ରୀ ମାଝୀ ମଧ୍ୟ କମିଟି ସଦସ୍ୟ ମାନଙ୍କ ପ୍ରଚେଷ୍ଟାକୁ ବେଶ ପ୍ରଶଂସା କରିବା ସହିତ ଚିରଦିନ ଗ୍ରାମରେ ଏଭଳି ଏକତା ବଞ୍ଚିରହୁ ବୋଲି ପରାମର୍ଶ ଦେଇଥିଲେ |ଅନ୍ୟ ସମସ୍ତ ବରେଣ୍ୟ ଅତିଥିମାନେ ମଧ୍ୟ ପୂଜା କମିଟିର ଉଦ୍ୟମକୁ ବେଶ ପ୍ରଶଂସା କରିବା ସହିତ ସବୁବେଳେ ଏଭଳି ଭାଇଚାରା ବଞ୍ଚେଇ ରଖିବାକୁ ପରାମର୍ଶ ଦେଇଥିଲେ |ଆସନ୍ତା ସାତ ତାରିଖରେ ଶ୍ରୀ ଗଜାନନଙ୍କ ବିସର୍ଜନ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି |
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।
What's Your Reaction?