କଲମପୁର ଠାରେ ଏୟାରଟେଲ ଷ୍ଟୋର ଶୁଭ ଉଦ୍ଘାଟନ l

Sep 6, 2025 - 17:55
 0  14
କଲମପୁର ଠାରେ ଏୟାରଟେଲ ଷ୍ଟୋର ଶୁଭ ଉଦ୍ଘାଟନ l

ଥୁଆମୂଳ ରାମପୁର/କଲମପୁର,୦୬/୦୯-(ଷ୍ଟାର ନିୟୁଜ ଓଡିଶା):- କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍ ସଦର ମାର୍କେଟ ପାଖ ଭାରତ ପେଟ୍ରୋଲ ପମ୍ପ ସାମ୍ନା ଠାରେ ଶୁକ୍ରବାର ଏୟାରଟେଲ  ଗ୍ରାମାଞ୍ଚଳ ଷ୍ଟୋର ର ଏକ ଶାଖା ଉଦ୍ଘାଟିତ ହୋଇଯାଇଛି। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ଥାନା ଅଧିକାରୀ ବିଶ୍ବମ୍ବର କହଁର ଉପସ୍ଥିତ ରହି ଫିତ୍ତା କାଟି ଶୁଭ ଉଦ୍ଘାଟନ କରି  ଅଞ୍ଚଳ ରେ ଏୟାରଟେଲ୍ ର ଗ୍ରାମାଞ୍ଚଳ ଷ୍ଟୋର ହୋଇଥିବାରୁ ସାଧାରଣ ଉପଭୋକ୍ତା ଅଧିକ ଲାଭବାନ ହେବେ ବୋଲି ମୋତେ ବ୍ୟକ୍ତ କରିଥିଲେ। ଏହି ଅବସରରେ  ଜୁନାଗଡ଼ ଏବଂ କଲମପୁର ଡିଷ୍ଟ୍ରିବୁଟର ( Airtel, refurbished Mobile, Crompton lighting) ସ୍ମୃତି ରଞ୍ଜନ ତ୍ରିପାଠୀ, TSM ଅଜୟ କୁମାର ଯାଦବ, ZSM ନିଗମ ବିଶ୍ଵାଳ ତଥା  ଜୟପାଟଣା TSM ମିର୍ଜା ଅସ୍ଫାକ୍ ଆଲମ୍ ବେଗ , ଧର୍ମଗଡ ଡିଷ୍ଟ୍ରିବୁଟର୍ ପ୍ରମୋଦ ନାଏକଙ୍କ ସହିତ ସ୍ଥାନୀୟ ଅଞ୍ଚଳ ର ଅନେକ ବୁଦ୍ଧିଜୀବୀ ସାମ୍ବାଦିକ ଓ ବ୍ୟବସାୟୀ ପ୍ରମୁକ ଉପସ୍ଥିତ ରହିଥିଲେ। ଏହି କର୍ଯ୍ୟକ୍ରମ କୁ ଗ୍ରାମାଞ୍ଚଳ ଷ୍ଟୋର ର ପରିଚାଳକ ମିହିର ସାହୁ ସମେତ ବିକାଶ ରଞ୍ଜନ ପାତ୍ର, ସିଦ୍ଧାନ୍ତ ପଣ୍ଡା, ମୋହନ ମାଝୀ, ଦେବବ୍ରତ ରାଉତ ସହଯୋଗ କରିଥିଲେ । ସୂଚନା ଯୋଗ୍ୟ ଯେ, ଏହି ଷ୍ଟୋର ହେବା ଦ୍ଵାରା ଉପଭୋକ୍ତା ମାନେ ସିମ୍ କାର୍ଡ ଠାରୁ ଆରମ୍ଭ କରି Wi-Fi, DTH ର ଲାଭ ମଧ୍ୟ  ନେଇପାରିବେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow