ନିର୍ଯାତନା ଆଇନ କୁ ଦୁର୍ବଳ କରିବା ଷଡଯନ୍ତ୍ର ବିରୁଦ୍ଧରେ ବିଧାୟକ ଙ୍କୁ ଦାବିପତ୍ର.

Sep 06, 2025 - 17:51
0 17
ନିର୍ଯାତନା ଆଇନ କୁ ଦୁର୍ବଳ କରିବା ଷଡଯନ୍ତ୍ର ବିରୁଦ୍ଧରେ ବିଧାୟକ ଙ୍କୁ ଦାବିପତ୍ର.

ଭବାନୀପାଟଣା ତା. ୬/୯  (ଷ୍ଟାର ନିୟୁଜ ଓଡିଶା )ଗତ 30 ତାରିଖ ଦିନ ଓଡିଶା ରାଜ୍ୟ ସରକାର ଆଦିବାସୀ ଓ ଦଳିତ ନିର୍ଯାତନା ଆଇନ ଉପରେ ଏକ ସଂଶୋଧନ ଜାରି କରିଛନ୍ତି. ପୂର୍ବରୁ ଏହି ଆଇନ ଅନୁସାରେ ତଦନ୍ତ ଅଧିକାରୀ ଭାବରେ ଡ଼ିଏସପି କିମ୍ବା ତଦୁର୍ଦ୍ଧ ରେଙ୍କ ର ଅଧିକାରୀ  ରହୁଥିଲେ, ହେଲେ ବର୍ତମାନ ଗୃହ ବିଭାଗ ଦ୍ୱାରା ଜାରି କରିଥିବା ଵିଜ୍ଞାପନ ଅନୁସାରେ ଉକ୍ତ ଦାଇତ୍ୱ ଇନ୍ସପେକ୍ଟର କିମ୍ବା ସବ ଇନ୍ସପେକ୍ଟର କରିବେ. ଏଭଳି ହେଲେ ଉକ୍ତ ଆଇନ ର ଗୁରୁତ୍ୱ କମିଯିବ. ଢିଲା ତଦନ୍ତ ବ୍ୟବସ୍ଥା ହେତୁ ଦୋଷୀ ମାନେ ଅଦାଲତରୁ ଖସି ଯିବାର ପୂର୍ଣ୍ଣ ସମ୍ଭାବନା ରହିଛି. ତଳ ସ୍ତରରେ ତଦନ୍ତ ଅଧିକାରୀ ମାନେ ସହଜରେ ଅନ୍ୟ ମାନଙ୍କ ଦ୍ୱାରା ପ୍ରଭାବିତ ହେବେ. ଫଳରେ ପୀଡିତ ମାନେ ଅଦାଲତ ରୁ ନ୍ୟାୟ ପାଇବାର କମ ସମ୍ଭାବନା ଅଛି ବୋଲି ଆଜି ମୂଳନୀବାସୀ ବହୁଜନ ମିଳିତ ମହାସଂଘ, ଜିଲ୍ଲା ଆଦିବାସୀ ସଂଘ, aoscf, ଆଦି ବିଭିନ୍ନ ସଂଗଠନ ର କର୍ମକର୍ତ୍ତା ମାନେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ଙ୍କୁ ଭେଟି ଏଭଳି ଅଭିଯୋଗ କରିଛନ୍ତି. ତାଙ୍କୁ ଦିଆଯାଇଥିବା  ଦାବୀ ପତ୍ରରେ ସରକାର ଙ୍କୁ ଏହି ଦଳିତ ଆଦିବାସୀ ସ୍ୱାର୍ଥ ବିରୋଧୀ ନୀତି କୁ ସମାଲୋଚନା କରି ସେମାନେ ଆଗାମୀ ଦିନରେ ଏହି ନିଷ୍ପତ୍ତି ପ୍ରତ୍ୟାହାର ନ ହେଲେ ଆମେ ସମସ୍ତେ ରାଜ ରାସ୍ତା କୁ ଆସିବୁ ବୋଲି ଚେତାବନୀ ଦିଆଯାଇଛି. ଏହି ଆଇନ ଏକ କେନ୍ଦ୍ରୀୟ ଆଈନ l
 ତେଣୁ ଏହାର ସଂଶୋଧନ ପାଇଁ ଏଠି ରାଜ୍ୟ କ୍ୟାବିନେଟ କିମ୍ବା ଵିଧାନସଭା  କିମ୍ବା ରାଷ୍ଟ୍ରପତି ଙ୍କ କୌଣସି  ସମ୍ମତି  ନ ନେଇଁ ଏଭଳି ନୋଟିସ ଜାରି କରିବା ସମ୍ପୂର୍ଣ୍ଣ ବେଆଇନ ଓ ଅସାମ୍ବିଧାନିକ ଅଟେ. ବିଜେପି ସରକାର ଆସିଲା ପରେ ରାଜ୍ୟରେ ଜାତିଗତ ନିର୍ଯାତନା ବଢୁଥିବା ବେଳେ ସରକାର ଏହାକୁ ରୋକିବା ପାଇଁ ଦୃଢ ପଦକ୍ଷେପ ନେବା ବଦଳରେ ରହିଥିବା ଆଇନକୁ ଦୁର୍ବଳ କରିବାକୁ ଷଡ଼ଯନ୍ତ କରୁଥିବା ବିଷୟ କୁ ଦଳିତ ଆଦିବାସୀ ସମାଜ କୌଣସି ପରିସ୍ଥିତି ରେ ବରଦାସ୍ତ କରିବ ନାହିଁ. ତେଣୁ ବିଧାୟକ ଙ୍କ ତରଫରୁ ସରକାର ଙ୍କୁ ଆଗାମୀ ଅଧିବେଶନ ରେ ସରକାର ଙ୍କୁ ପ୍ରଶ୍ନ କରିବାକୁ ଅନୁରୋଧ କରାଯାଇଥିଲା. ବିଧାୟକ ମଧ୍ୟ ଏ ନିଷ୍ପତ୍ତି ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରି ବିଧାନସଭା ରେ ସରକାର ଙ୍କୁ ନିଶ୍ଚୟ ପ୍ରଶ୍ନ କରିବି ବୋଲି ପ୍ରତିଶୃତି ଦେଇଥିଲେ. ଏହା ଛଡା  ଆଲୋଚନା ବେଳେ ଦଳିତ ଆଦିବାସୀ ମାନଙ୍କ ବିଭିନ୍ନ ସମସ୍ୟା ଓ ସରକାର ଙ୍କ ନୀତି ଉପରେ ମଧ୍ୟ ଆଲୋଚନା ହୋଇଥିଲା.ସଂରକ୍ଷିତ ସିଟ ରୁ ନିର୍ବାଚିତ ହୋଇଥିବା ପ୍ରତିନିଧି ମାନେ ଜାତି ବିରୁଦ୍ଧରେ କୌଣସି ନିଷ୍ପତ୍ତି ଆସୁଥିଲେ ଚୁପ ରହୁଥିବାରୁ ସେମାନଙ୍କୁ ଆଗାମୀ ଦିନରେ ପ୍ରତିବାଦ କରାଯିବ ବୋଲି ମଧ୍ୟ ଚର୍ଚ୍ଚା କରିଥିଲେ. ଉକ୍ତ ଟିମ ରେ ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝୀ, ପରମାନନ୍ଦ ମାଝୀ, ଋତୁ ମାଝୀ, ଧର୍ମେନ୍ଦ୍ର ନାଏକ, ଦିଗାମ୍ବର ଦୁରିଆ, ଯତୀନ୍ଦ୍ର କର, ସଚ୍ଚିଦାନନ୍ଦ ମହାକୁଡ଼, ହୃଷିକେଶ ସାହୁ, ଓକିଲ ଦୁର୍ୟୋଧନ ଠାକୁର, ଲଳିତ ନାଗ, କ୍ଷୀରୋଦ ନାଗ, ଯୁଧିଷ୍ଠିର ଭଗତ, ଆଶିଷ ଯାନୀ, ଦିନେଶ ମଲ୍ଲିକ, ଅଭିଜିତ କର, ଦୁର୍ଗା ପ୍ରସାଦ ନାଏକ ଆଦି ଉପସ୍ଥିତ ଥିଲେ l

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User