ନବନିଯୁକ୍ତ ଜିଲ୍ଲା ବିଜେଡି ସଭାପତି ତଥା ଲାଞ୍ଜିଗଡ ବିଧାୟକ ଙ୍କୁ ଭବାନୀପାଟଣା ରେ ଭବ୍ୟ ସମ୍ବର୍ଦ୍ଧନା

Sep 06, 2025 - 17:45
0 11
ନବନିଯୁକ୍ତ ଜିଲ୍ଲା ବିଜେଡି ସଭାପତି ତଥା ଲାଞ୍ଜିଗଡ ବିଧାୟକ ଙ୍କୁ ଭବାନୀପାଟଣା ରେ ଭବ୍ୟ ସମ୍ବର୍ଦ୍ଧନା

ଭବାନୀପାଟଣା ତା. ୬/୯( ଷ୍ଟାର ନିୟୁଜ ଓଡିଶା )ନବ ନିଯୁକ୍ତ ଜିଲ୍ଲା ବିଜେଡି ସଭାପତି ତଥା ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଗତକାଲି ସମ୍ବର୍ଦ୍ଧନା ସଭାରେ ଯୋଗଦେବା ପୁର୍ବରୁ ବରପୁତ୍ର ଓ ମହାପୁରୁଷ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।  ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ସମ୍ବିଧାନ ନିର୍ମାତା ଡଃ ବାବା ସାହେବ୍ ଆମ୍ବେଦକର ଓ ମାଟିର ବୀର ସନ୍ତାନ ସହୀଦ ରେଣ୍ଡୋ ମାଝୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ତାଙ୍କର ସ୍ମୁତି ଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ମହୋଷଧି ବାଗ, ଜିଲ୍ଲା ସାଧାରଣ ସମ୍ପାଦକ ଧର୍ମେନ୍ଦ୍ର ନାଏକ, ପୂର୍ବତନ ପୋରାଧ୍ୟକ୍ଷା ସଞ୍ଜୁକ୍ତା ବେହେରା, ଆଦିବାସୀ ନେତା ପରମାନନ୍ଦ ମାଝୀ, ଯୁବନେତା ତ୍ରିଲୋଚନ ପାଣିଗ୍ରାହୀ, ସଚ୍ଚିଦାନନ୍ଦ ମହାକୁଡ଼, ମଧୁ ନାଗ , ରୁତୁରାଜ ମାଝୀ ପ୍ରମୁଖ ଯୋଗଦେଇଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User