ଅସହାୟ ଶୁକ୍ରୀଙ୍କୁ ସହାୟତାର ହାତ ବଢ଼େଇଲେ ଏସସିସିଏଲ ବ୍ଲକ ସଭାପତି ପ୍ରତାପ ଦୁରିଆ ।

Sep 05, 2025 - 20:03
0 114
ଅସହାୟ ଶୁକ୍ରୀଙ୍କୁ ସହାୟତାର ହାତ ବଢ଼େଇଲେ ଏସସିସିଏଲ ବ୍ଲକ ସଭାପତି ପ୍ରତାପ ଦୁରିଆ ।

ଝରିଗାଁ,୫l୯ (ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଫୁଫୁଗାଁ ପଂଚାୟତ ଅନ୍ତର୍ଗତ ପୂଜାରୀଗୁଡ଼ା ଗ୍ରାମର ବିଧବା ମହିଳା ଶୁକ୍ରୀ ଭତରା (56)ନିଜ ଏକ ବୋଲି ପୁଅ ରୁକଧର ଭତରା (25)ଙ୍କୁ ନେଇ ପର ବାରଣ୍ଡାରେ ଦୟନୀୟ ଭାବେ କାଳାତିପାତ କରୁଛି |ପ୍ରକାଶ ଥାଉକି ଦୁଇମାସ ତଳେ ଲଗାଣ ବର୍ଷା ଯୋଗୁଁ ଶୁକ୍ରୀଙ୍କ ସ୍ୱାମୀ ତିଆରି କରିଥିବା ଝାଟିମାଟି ଘର ଭାଙ୍ଗି ଧୂଳିସାତ ହୋଇଯିବା ପରେ ଏବେ ଶୁକ୍ରୀ ଯୁବା ପୁଅକୁ ଧରି ଦୟନୀୟ ଭାବେ ଦିନ କାଟି ଆସୁଛି ।ସରକାରୀ ସହାୟତା କଥା ଯଦି କହିବା ତେବେ ମାସକୁ 35କେଜି ଚାଉଳ ସାଙ୍ଗକୁ 1000ଟଙ୍କା ବିଧବା ଭତ୍ତା ପାଉଛି |ହେଲେ ଜାଗା ଜମି ଅଭାବ ସାଙ୍ଗକୁ ଆର୍ଥିକ ଅନାଟନ ପାଇଁ ଘର ମରାମତି କରିବା ତା ପାଇଁ କଷ୍ଟସାଧ୍ୟ ହୋଇପଡିଛି ।କିଛି ଉପାୟ ନପାଇଁ ବାଧ୍ୟହୋଇ ତାର ସମସ୍ତ ରୋଷେଇ ସାମଗ୍ରୀ ଓ ଆବଶ୍ୟକୀୟ କାଗଜପତ୍ରକୁ ଜରି ଘୋଡେଇ ରଖିବା ସହିତ ଭଙ୍ଗା କୁଡ଼ିଆ ପାଖରେ ହିଁ ରୋଷେଇ କରୁଛି ଓ ରାତିହେଲେ ୟା ତା ବାରଣ୍ଡାରେ ଯାଇ ଶୋଉଛି ।ଗତକାଲି କୌଣସି ସୂତ୍ରରୁ ଖବର ପାଇ ଫୁଫୁଗାଁ ଆର ଆଇ ଶୁକ୍ରୀଙ୍କ ପାଖରେ ପହଂଚି ଏକ ଜରିପାଳ ପ୍ରଦାନ କରିଥିବା ବେଳେ ଆଜିପୁଣି ନବରଙ୍ଗପୁର ଜିଲ୍ଲା ମୂଳ ନିବାସୀ ଅନୁସୂଚିତ ଜାତି ସଙ୍ଘର ବ୍ଲକ ସଭାପତି ତଥା ସମାଜସେବୀ ପ୍ରତାପ ଦୁରିଆ ଶୁକ୍ରୀଙ୍କ ପାଖରେ ପହଂଚି ଚାଉଳ ଡାଲି ଆଳୁ ଭଳି କିଛି ରାସନ ସାମଗ୍ରୀ ସାଙ୍ଗକୁ କିଛି ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଗୋଟେ ସପ୍ତାହ ଭିତରେ ଅସ୍ଥାୟୀ ଘରଟିଏ ନିର୍ମାଣ କରିଦେବା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କିପରି ଘରଟିଏ ପାଇପାରିବ ତାର ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେଇଥିଲେ ।ପରେ ବିଧାୟକଙ୍କୁ ଫୋନ ଯୋଗେ ମହିଳାଙ୍କ ଦୁଖଦଃ କାହାଣୀ ଜଣେଇ ତା ପାଇଁ କିଛି ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ ।ଏହି ସମୟରେ ଗ୍ରାମର ଳମ୍ବୁ ପୂଜାରୀ, ରତନ ଗଣ୍ଡ, ବଲବ ଗଣ୍ଡ, ଚୈତୁ ଗଣ୍ଡ, ପୂର୍ବତନ ୱାର୍ଡ ମେମ୍ବରଙ୍କ ସମେତ ଅନେକ ଜନସାଧାରଣ ଉପସ୍ଥିତ ରହିଥିଲେ ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User