ଫିରିଙ୍ଗିଆ ପୋଲିସ ଦ୍ୱାରା ଏକ ବାଇକ ସହ ୨୧କିଲୋ ଗଞ୍ଜେଇ ଜବତ , ସ୍ୱାମୀ ଓ ସ୍ତ୍ରୀ ଗିରଫ I

Sep 6, 2025 - 18:09
 0  217
ଫିରିଙ୍ଗିଆ ପୋଲିସ ଦ୍ୱାରା ଏକ ବାଇକ ସହ ୨୧କିଲୋ ଗଞ୍ଜେଇ ଜବତ , ସ୍ୱାମୀ ଓ ସ୍ତ୍ରୀ ଗିରଫ I

ଫିରିଙ୍ଗିଆ, ୬l୯(ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲା ଏସପି ଙ୍କ ନିର୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଅପରେସନ ପ୍ରହାର ଆରମ୍ଭ ହୋଇଥିବା ବେଳେ ଅନୁରୂପ ଭାବରେ ଫିରିଙ୍ଗିଆ ଥାନା ପକ୍ଷରୁ ମଧ୍ୟ ଏହି ଅପରେସନ ପ୍ରହାର ଆରମ୍ଭ କରାଯାଇଛି I ତେବେ କିଛିଦିନ ର ନୀରବତା ପରେ ଫିରିଙ୍ଗିଆ ପୋଲିସ ଏକ ବାଇକ ସହ ୨୧ କିଲୋ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିବା ବେଳେ ଏହି ଘଟଣାରେ ଏକ ବିବାହିତ ଦମ୍ପତି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି I ତେବେ ପୋଲିସ ର ସୂଚନା ଅନୁସାରେ ଫିରିଙ୍ଗିଆ ଥାନା ଅଧିକାରୀ ଡ଼ିଏସପି ଗୋପୀନାଥ ପ୍ରଧାନ ଙ୍କ ନିର୍ଦେଶ କ୍ରମେ ଏସଆଇ ଅଜୟ କୁମାର ସାହୁ ଓ ଏସଆଇ ପ୍ରମୋଦ କୁମାର ବେହେରା ଙ୍କ ନେତୃତ୍ୱ ରେ ଥାନାରେ ଏକ ଟିମ ଫୁଲବାଣୀ ଫିରିଙ୍ଗିଆ ମୁଖ୍ୟ ରାସ୍ତାର କାଳିଆ ସାହି ଶନି ମନ୍ଦିର ନିକଟରେ ଏମଭି ଚେକିଂ କରୁଥିବା ସମୟରେ ଏକ ବାଇକ ରେ ଜଣେ ମହିଳା ଓ ଜଣେ ପୁରୁଷ ଏକ ବସ୍ତା ଧରି ଫିରିଙ୍ଗିଆ ଠାରୁ ଫୁଲବାଣୀ ପଟକୁ ଦ୍ରୁତ ଗତିରେ ଆସୁଥିବା ଦେଖିବାକୁ ପାଇଥିଲେ I ପୋଲିସ କୁ ସନ୍ଦେହ ହେବାରୁ ସେମାନେ ଧରିଥିବା ବସ୍ତା କୁ ଯାଞ୍ଚ କରାଯାଇଥିଲା ଯାଞ୍ଚ କରିବା ସମୟରେ ବସ୍ତାରୁ ଗଞ୍ଜେଇ ମିଳିଥିଲା I ପରେ ମାଜିଷ୍ଟ୍ରେଟ ଦାୟିତ୍ୱ ରେ ଥିବା ଫିରିଙ୍ଗିଆ ତହସିଲଦାର ଜ୍ୟୋତିପ୍ରକାଶ ସେଠି ଙ୍କ ଉପସ୍ଥିତି ରେ ଜବତ ଗଞ୍ଜେଇ କୁ ଓଜନ କରାଯାଇଥିଲା I ତେବେ ଗିରଫ ସ୍ୱାମୀ ଓ ସ୍ତ୍ରୀ ଫିରିଙ୍ଗିଆ ଥାନା କେଳାପଡ଼ା ପଞ୍ଚାୟତ କମଡ଼କମ୍ବା ଗାଁ ର ଯଶୋବନ୍ତ ଅମାତ ଓ ଅମ୍ବିକା ଅମାତ ବୋଲି ଜଣା ପଡ଼ିଥିବା ବେଳେ ଶନିବାର ଏହି ଘଟଣାରେ ଫିରିଙ୍ଗିଆ ଥାନାରେ ୨୦୩/୨୦୨୫ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି I

ରିପୋର୍ଟ୍: ଫିରିଙ୍ଗିଆ ରୁ ସୁବ୍ରତ ମହାନ୍ତି 

What's Your Reaction?

like

dislike

love

funny

angry

sad

wow