ଫିରିଙ୍ଗିଆ ରେ ଉଦଘାଟିତ ହେଲା ଏକ ପେଡ୍ ମା କେ ନାମ୍ ୨.୦ ସଚେତନତା ରଥ I

Sep 06, 2025 - 20:24
0 90
ଫିରିଙ୍ଗିଆ ରେ ଉଦଘାଟିତ ହେଲା ଏକ ପେଡ୍ ମା କେ ନାମ୍ ୨.୦ ସଚେତନତା ରଥ I

ଫିରିଙ୍ଗିଆ,୬l୯(ଷ୍ଟାର ନିୟୁଜ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବନାଞ୍ଚଳ ଅଧୀନରେ ଥିବା ତେଲିମୁଣ୍ଡା ନର୍ସରୀ ଠାରେ ଏକ ପେଡ୍ ମାଁ କେ ନାମ୍ ୨.୦ ନିମନ୍ତେ ଗୋଟିଏ ସଚେତନତା ରଥକୁ ଓଡିଶା ସରକାରଙ୍କ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ ସୁରେଶ ପନ୍ତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଅନୁଷ୍ଠାନିକ ଭାବରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୨୦୨୫ ରିଖରେ ରାଜ୍ୟବ୍ୟାପୀ ୭୫ ଲକ୍ଷ ଚାରା ରୋପଣ ଅଭିଯାନ ଆରମ୍ଭ ହେଉଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ବାନ କ୍ରମେ ସମସ୍ତେ ଏଥିରେ ସାମିଲ ହେବା, ଆମ ଜନ୍ମଦାତ୍ରୀ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହିତ ଧରିତ୍ରୀ ମା' ର ସୁରକ୍ଷା ପାଇଁ ଗଛଟିଏ ନିଶ୍ଚିତ ଲଗାଇବା।

ଏହି ଅଭିଯାନରେ କନ୍ଧମାଳ ଜିଲ୍ଲାରେ ସେପ୍ଟେମ୍ବର ୧୭ ତାରିଖ ଫୁଲବାଣୀ, ଜି. ଉଦୟଗିରି ଓ ବାଲିଗୁଡା ଫରେଷ୍ଟ ଡିଭିଜନ ସହଯୋଗିତାରେ ଗୋଟିଏ ଦିନରେ ୩.୫ ଲକ୍ଷରୁ ଉର୍ଦ୍ଧ୍ବ ଚାରାଗଛ ରୋପଣ କରାଯିବ। ଜିଲ୍ଲାରେ ଏହି ଚାରାରୋପଣ କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, କୃଷି, ଉଦ୍ୟାନ କୃଷି, ଜଳଛାୟା ପ୍ରକଳ୍ପ, ଜଙ୍ଗଲ ଓ ପରିବେଶ, ଶିଳ୍ପ ସଂସ୍ଥା, ମହା ବିଦ୍ୟାଳୟ ଓ ଗଣଶିକ୍ଷା, ମହିଳା ଓ ଶିଶୁ ବିକାଶ ବିଭାଗ ଅଂଶ ଗ୍ରହଣ କରିବେ। ଜିଲ୍ଲାରେ ଥିବା ପଞ୍ଚାୟତ କାର୍ଯ୍ୟାଳୟ, ବିଦ୍ୟାଳୟ, ମହାବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର, କମ୍ୟୁନିଟି ଜାଗାରେ ବୃକ୍ଷରୋପଣ କରାଯିବ। ତେବେ ଏହି ରଥ ର ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ମୁଖ୍ୟ ବନ ସଂରକ୍ଷକ ଙ୍କ ସହ ଆରସିସିଏଫ ପି.ନୀଳାମ୍ବରମ, ଫୁଲବାଣୀ ଡ଼ିଏଫଓ ପ୍ରତାପ କଟପଲି, ଏସିଏଫ ଶ୍ୱେତଳୀନା ସାହୁ, ଫିରିଙ୍ଗିଆ ରେଞ୍ଜର ପ୍ରଦୋଷ କୁମାର ମହାରଣା, ନୁଆଁ ପଦର ଫରେଷ୍ଟର ବ୍ରଜ ସୁନ୍ଦର ଦାସ, ଫିରିଙ୍ଗିଆ ଫରେଷ୍ଟର ଦିଲୀପ କୁମାର ବିଶୋଇ, ବନ ରକ୍ଷୀ ସଂଗ୍ରାମ କେଶରୀ ଦିଗାଲ, ବୁଜିତ କୁମାର ପ୍ରଧାନ, ମୁକେଶ କୁମାର ପ୍ରଧାନ ଙ୍କ ସହ ପାରା ଗାର୍ଡ ଜୁଲି ଦିଗାଲ ଫିରିଙ୍ଗିଆ ବନାଞ୍ଚଳ ଅଧୀନରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ I ଅନ୍ୟପଟେ ଏହି ରଥ ଫିରିଙ୍ଗିଆ ବ୍ଲକ ର ବିଭିନ୍ନ ପଞ୍ଚାୟତ କୁ ଯାଇ ଚାରା ବଣ୍ଟନ କରିବ I ସେପଟେ କାର୍ଯ୍ୟକ୍ରମ ପ୍ରାରମ୍ଭରୁ ମୁଖ୍ୟ ବନ ସଂରକ୍ଷକ ଙ୍କୁ ବନବିଭାଗ ତରଫରୁ ଭବ୍ୟ ସ୍ୱାଗତ କରାଯାଇଥିଲା I ପରେ ସେ ସବୁଜ ପତାକା ଦେଖାଇ ରଥ ର ଶୁଭାରମ୍ଭ କରିଥିଲେ I 

ସୁବ୍ରତ କୁମାର ମହାନ୍ତି (ଫିରିଙ୍ଗିଆ)

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User