ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଯିବା ରାସ୍ତା ଶୋଚନୀୟ ଛାତ୍ରଛାତ୍ରୀ ନାହିଁନଥିବା ଅସୁବିଧା ଭୋଗୁଛନ୍ତି ରାସ୍ତା ନିର୍ମାଣ ପାଇଁ ଅଭିଭାବକ ସମେତ ଛାତ୍ରଛାତ୍ରୀଙ୍କ ଦାବୀ l

Jul 26, 2025 - 19:14
0 27
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଯିବା ରାସ୍ତା ଶୋଚନୀୟ ଛାତ୍ରଛାତ୍ରୀ ନାହିଁନଥିବା ଅସୁବିଧା ଭୋଗୁଛନ୍ତି ରାସ୍ତା ନିର୍ମାଣ ପାଇଁ ଅଭିଭାବକ ସମେତ ଛାତ୍ରଛାତ୍ରୀଙ୍କ ଦାବୀ l

କଳାହାଣ୍ଡି ଜିଲା  ତା.୨୬/୭ (ଷ୍ଟାରନିୟୁଜ ଓଡିଶା) ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ନୂଆପଡ଼ା ପାଖରେ ଥିବା ବ୍ରିଜ ଠାରୁ ଆରମ୍ଭ ହୋଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତା ଏବେ ଶୋଚନୀୟ ହୋଇପଡ଼ିଛି। ରାସ୍ତା ଉପରେ ଖାଲଖମା ସୃଷ୍ଟି ହୋଇ ରହିଥିବା ବେଳେ ବର୍ଷାରେ କାଦୁଅ ପଚପଚ ହେବା ଯୋଗୁଁ ଯାତାୟାତରେ ସମସ୍ୟା ଉପୁଜୁଛି। ଛାତ୍ରୀଛାତ୍ର, ଶିକ୍ଷକ, ଶିକ୍ଷୟତ୍ରୀ ସମେତ ପାଖଆଖ ଅଞ୍ଚଳବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତ। ଏନେଇ ପକ୍କା ରାସ୍ତା ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ସମେତ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଦାବି କରୁଥିବା ଜଣାପଡିଛି। ସୁଚାରୁ ଜଣାପଡିଛି ଯେ, ଥୁଆମୂଳ ରାମପୁର ସଦର ଦେଇ ଟିକ୍ରା ଗୁଡ଼ା, ପିଣ୍ଡା ପଦର, ମେଲକୁନ୍ଦେଲ, ବଡ଼ବଣ୍ଡେଲ ଗ୍ରାମ ଭଳି ଅନ୍ଯାନ୍ଯ ଗ୍ରାମକୁ ସଡକ ପଥ ସୁଗମ କରିବା ପାଇଁ ଗତ କିଛି ବର୍ଷ ତଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରି ରାସ୍ତା ନିର୍ମାଣ କାର୍ଯ୍ଯ ଆରମ୍ଭ କରାଗଲା  ମାତ୍ର ହାରାହାରି ୨/ ୩ ଶହ ମିଟର ରୁ ଉର୍ଦ୍ଧ ରାସ୍ତା ଦୂରତା ହେବ ସେଠାରୁ ଆଉ ନିର୍ମାଣ କାର୍ଯ୍ଯ ଅଟକି ଯାଇଛି। ବର୍ଷା ଦିନରେ ଉକ୍ତ ରାସ୍ତାରେ ଅନେକ ଗ୍ରାମର ଲୋକେ ଓ ଗାଡିମଟର ଯିବା ଆସିବା କରିବା ସହିତ ନୂଆପଡ଼ା, ପୋଇଗୁଡା, ଦେରଗୁଡ଼ା, ଜାମଗୁଡ଼ା, ଘୁଟିଗୁଡ଼ା, ବାଇଗଣ ଗୁଡ଼ା ଭଳି ଅନେକ ଗ୍ରାମର ଲୋକେ ଓ ବିଦ୍ୟାଳୟକୁ ଛାତ୍ରୀଛାତ୍ର ଶିକ୍ଷକ ଶିକ୍ଷୟତ୍ରୀ ଯିବାଆସିବା କରିବା ସମୟରେ ଅସୁବିଧା ହେଉଛନ୍ତି। ଏହା ବ୍ଯତିତ ଜରୁରିକାଳୀନ ସ୍ବାସ୍ଥ୍ୟସେବା ନିମନ୍ତେ ଆମ୍ବୁଲାନ୍ସ ସେବାରେ ବାଧାସୃଷ୍ଠି ହେଉଛି। ପାଖାପାଖି ୭ ରୁ ୧୦ ଟି ଗ୍ରାମର ଜନସାଧାରଣ ନିର୍ଭର କରୁଛନ୍ତି କାହିଁକି ନା ଥୁଆମୂଳ ରାମପୁର ବ୍ଳକ ଉକ୍ତ ଗ୍ରାମ ଗୁଡିକର ସଦରମହୋକୁମା ହେତୁ ଏଠାରେ ବିଭିନ୍ନ କାର୍ଯ୍ଯାଳୟ ରହିଛି ତଥା ତାଙ୍କର ଗ୍ରାମପଞ୍ଚାୟତ ରହିଥିବା ହେତୁ ଅଞ୍ଚଳବାସୀ ବାସୀ ଉକ୍ତ ରାସ୍ତାରେ ନିର୍ଭର କରୁଛନ୍ତି ହେଲେ ରାସ୍ଥାଘାଟ ବର୍ଷାରେ ଶୋଚନୀୟ ହୋଇପଡୁଛି ଯାହାଫଳରେ ସେମାନଙ୍କୁ ଦୁର୍ଦ୍ଦଶା ଭୋଗିବାକୁ ପଡୁଛି ବୋଲି ଅଭିଯୋଗ କରୁଥିବା ଜଣାପଡିଛି। ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ଉକ୍ତ ରାସ୍ତା ଯଦି ନିର୍ମାଣ କରାଯାଏ ତେବେ ଅଞ୍ଚଳବାସୀ ଙ୍କ ସମେତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଉପକୃତ ହୋଇପାରିବେ ବୋଲି ଅଞ୍ଚଳବାସୀ ଦାବି କରୁଛନ୍ତିl ଏହା ଉପରେ ବିଡ଼ିଓ ଧ୍ରୁବ ଚରଣ ମୁଦୁଲି ଙ୍କୁ ପଚାରିବାରୁ ସେ କହିଥିଲେ ଯେ ଯେଉଁଠାରେ ରାସ୍ତା ନିର୍ମାଣ କାର୍ଯ୍ଯ ଅଟକି ଯାଇଛି ଆଉ ଶୋଚନୀୟ ଅବସ୍ଥାରେ ରହିଛି ତାହା ସରକାରୀ ଜାଗା ନୁହଁ ସେହି ଜମି ହେଉଛି ଏକ ବେସରକାରୀ ଜମି ତେଣୁକରି ସେହି ଜମିରେ ରାସ୍ତା ନିର୍ମାଣ କରିବା ସମ୍ଭବ ହେଉନାହିଁ ରାସ୍ତା , ଆମ ପାଖରେ ପାଣ୍ଠି ଅଛି କିନ୍ତୁ କିଛି କରିପାରୁନାହୁଁ ! ଏନେଇ ଆମେ ଜିଲ୍ଲାପାଳଙ୍କୁ ମଧ୍ୟ ଜଣାଇଛୁ କିନ୍ତୁ ଜମି ବିବାଦ ଲାଗିରହିଛି ତେଣୁ ଆମେ କିଛି କରିପାରୁ ନାହୁଁ,ଏହାଛଡା ପୂର୍ବରୁ ତହସିଲଦାର ଏବଂ ଜମି ମାଲିକ ଙ୍କ ମଧ୍ୟରେ ଆଲୋଚନା ମଧ୍ୟ କରାଯାଇଥିଲା। ହେଲେ ରାସ୍ତା କାମ ହୋଇପାରିବ ନାହିଁ ବୋଲି ଜମିମାଲିକ ରୋକଠୋକ୍ ମନା କରିଛନ୍ତି ତେଣୁ ରାସ୍ତା କାମ ଆଗକୁ ବଢ଼ିପାରୁ ନାହିଁ ବୋଲି ବିଡ଼ିଓ ଶ୍ରୀ ମଦୁଲି  ପ୍ରକାଶ କରିଛନ୍ତି।

କଳାହାଣ୍ଡି ଜିଲ୍ଲା ପ୍ରତି ନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାରନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User