ଏଲ.ଜୀ.ଜେନେରାଲ କମ୍ପାନୀ ପକ୍ଷରୁ ମାଣିଙ୍ଗ ପଦର ଆଶ୍ରମ ବିଦ୍ୟାଳୟ ରେ ସହାୟକ କାର୍ଯ୍ୟକ୍ରମ

Jul 26, 2025 - 19:26
0 20
ଏଲ.ଜୀ.ଜେନେରାଲ କମ୍ପାନୀ ପକ୍ଷରୁ ମାଣିଙ୍ଗ ପଦର ଆଶ୍ରମ ବିଦ୍ୟାଳୟ ରେ ସହାୟକ  କାର୍ଯ୍ୟକ୍ରମ

କଳାହାଣ୍ଡି ଜିଲ୍ଲା  ୨୬/୭( ଷ୍ଟାରନିୟୁଜ ଓଡିଶା )ଭବାନୀପାଟଣା ସଦର ଅଧୀନ ମାଣିଙ୍ଗ ପଦର ଆଶ୍ରମ ବିଦ୍ୟାଳୟ ରେ ଏଲ୍.ଜି.ଜେନେରାଲ କମ୍ପାନୀ ତରଫରୁ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିବା ପାଇଁ ଏକ ନିଆରା ଢଙ୍ଗରେ ଏକ ସହାୟତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏଥିରେ ନିରୀହ ଛାତ୍ରଛାତ୍ରୀ ସମାଜ ର ନିମ୍ନ ସ୍ତରରେ ବସବାସ କରୁଥିବା ଅସହାୟ ଲୋକଙ୍କୁ ସାହାଯ୍ୟ କରିବା  ଗାଁ ଏବଂ ଦୁର୍ବଳ ପ୍ରଭାବିତ ଅଞ୍ଚଳ ପିଲା ଏବଂ ଦାରିଦ୍ର ଦୁଖଃ କରିବା କମ୍ପାନୀ ର ଲକ୍ଷ୍ୟ|ଦୟାଳୁ ଏବଂ ନ୍ୟାୟପୂର୍ଣ୍ଣ ସମାଜ ଗଠନ କରିବା ପାଇଁ ସାହାଯ୍ୟ ର ହାତ ବଢେଇବା ଅତ୍ୟନ୍ତ ଜରୁରୀ ବୋଲି କର୍ମକର୍ତ୍ତା କହିଛନ୍ତି।ଏବଂଏହା ସାମାଜିକ ଆର୍ଥିକ ଗୋଷ୍ଠୀ ମଧ୍ୟରେ ଥିବା ପାର୍ଥକ୍ୟ କୁ ଦୂର କରିବା ରେ ସାହାଯ୍ୟ କରେ।ଦାନଶୀଳ କାର୍ଯ୍ୟ ରେ ଯୋଗଦାନ ଦେଲେ ଆମ ବିଶ୍ୱ ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇ ପରିବା ଏବଂ ଅନ୍ୟମାନଙ୍କୁ ସମାନ କରିବା ରେ ପ୍ରେରଣା ଦେଇପାରିବା ବୋଲି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ଅତିଥି ଭବାନୀପାଟଣା ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାହୁ ଜିଲ୍ଲାପରିଷଦ ଶ୍ରୀଯୁକ୍ତ ଦୟାନିଧି ନାଏକ, କର୍ଲାପଡା ସରପଞ୍ଚ ଶ୍ରୀମତୀ ସୁଷମା ସେନାପତି, ସମିତି ସଭ୍ୟା ଶ୍ରୀମତୀ ପୁଷ୍ପିତା ମାଝୀ,ବୋର୍ଡ ଅଧ୍ୟକ୍ଷ ଯୁଗଳ ମାଝୀ, ସ୍କୁଲ ମୁଖ୍ୟ ସୋଭାଗ୍ୟ ସାହୁ,  ଏବଂ କର୍ଲାପଡା ଫାଣ୍ଡି ଅଧିକାରୀ ମତ ପ୍ରକାଶ କରିଥିଲେ |ସେହିପରି ଉକ୍ତ ସ୍କୁଲ ରେ ଏଲ. ଜି ଜେନେରାଲ କମ୍ପାନୀ ତରଫରୁ ସ୍କୁଲ ର ସମସ୍ତ ଛାତ୍ରଛାତ୍ରୀ ଙ୍କୁ ସ୍କୁଲବ୍ୟାଗ, ଖାତା କଲମ ପେନସିଲ, ପାଣି ବୋତଲ ଇତ୍ୟାଦି ଉପହାର ଦେଇଥିଲେ | କମ୍ପାନୀ କର୍ମକର୍ତ୍ତା ଙ୍କ ଏହି କାମ କୁ ଅଞ୍ଚଳ ବୁଦ୍ଧିଜୀବି ଏବଂ ଉପସ୍ଥିତ ଥିବା ଅତିଥି ବେଶ ପ୍ରସଂଶା କରିଥିବା ବେଳେ ଛାତ୍ରଛାତ୍ରୀ ଅଭିଭାବକ ଏବଂ ସ୍କୁଲ କର୍ତୃପକ୍ଷ ଙ୍କ ମଧ୍ୟରେ ବେଶ ଖୁସିର ଲହରୀ ଦେଖିବାକୁ ମିଳିଥିଲା |ଏଥିରେ କମ୍ପାନୀ ର ସମସ୍ତ କର୍ମକର୍ତ୍ତା ବିଶେଷ ଭାବେ ସହଯୋଗ କରିଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାରନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User