ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇଲେ ବିଧାୟକ ।

ଝରିଗାଁ,୩୦l୭ (ଷ୍ଟାର ନିୟୁଜ ଓଡିଶା ):ଆଜି ଝରିଗାଁ ବିଧାୟକ ନରସିଂ ଭତରା ଝରିଗାଁ ନିର୍ବାଚନ ମଣ୍ଡଳୀର ପାଲିଆ ପଂଚାୟତ ଗସ୍ତ କରିଛନ୍ତି |ବିଧାୟକ ଶ୍ରୀ ଭତରା ପ୍ରଥମେ ବଡ଼ନୀ ଗ୍ରାମକୁ ଯାଇ ବଡ଼ନୀ ହାଟପଦା, ହାଟପଦା ତଥା ଆଶ୍ରମ ବିଦ୍ୟାଳୟ ରାସ୍ତା ଦେଖି ସାରିବା ପରେ ଆଶ୍ରମ ବିଦ୍ୟାଳୟରେ ପ୍ରବେଶ କରି ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସହ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟି ସହିତ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ |ପରେ ଛାତ୍ରଛାତ୍ରୀ ମାନଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଥିଲେ ଓ ବେଳଝରୀ, ଡୁମରପଦର ଓ ଦିଉଡ଼ୁଗୁଡ଼ା ଗ୍ରାମ ଅଭିମୁଖେ ଯାଇଥିଲେ |ବେଳଝରୀ -ଦିଉଡ଼ୁଗୁଡ଼ା ରାସ୍ତାର ଅବସ୍ଥା ଅନୁଧ୍ୟାନ କରିବା ସହିତ ସ୍ଥାନୀୟ ଜନସାଧାରଣଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ |ସେଠାରୁ ଫେରି ସାନରାମସା ଗ୍ରାମର ବାଇକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଖଗପତି ପୂଜାରୀଙ୍କ ପରିବାର ସହିତ ସାକ୍ଷାତ କରି ସୁଖଦୁଃଖ ପଚାରି ବୁଝିବା ପରେ କୁରୁଙ୍ଗାବେଡା ଗ୍ରାମକୁ ଗସ୍ତ କରିଥିଲେ |କୁରୁଙ୍ଗାବେଡା -ବଡାଯୋଡି ରାସ୍ତାର ଅବସ୍ଥା ଦେଖିସାରିବା ପରେ ତାମିଲନାଡୁ ଦାଦନ ଯାଇ ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ସ୍ବର୍ଗତ ଚୈତୁ ମାଝୀଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣେଇବା ସହ ପରିବାରର ଅନ୍ୟାନ୍ୟ ସମସ୍ୟା ବିଷୟରେ ପଚାରି ବୁଝିଥିଲେ ଓ ସମସ୍ୟା ସବୁର ଶୀଘ୍ର ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ |ସେଠାରେ ଉପସ୍ଥିତ ଗ୍ରାମବାସୀଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ଯଥାଶୀଘ୍ର ସମସ୍ୟା ସବୁର ସମାଧାନ କରାଯିବ ବୋଲି କହି ସେଠାରୁ ବିଦାୟ ନେଇଥିଲେ |ବିଧାୟକଙ୍କ ଏହି ଗସ୍ତ ସମୟରେ ତାଙ୍କ ସହିତ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁସୁଦନ ମାଝୀ, ପ୍ରଫୁଲ୍ଲ ପ୍ରତିନିଧି, ଧୋଡ୍ରା ପୂର୍ବତନ ମଣ୍ଡଳ ସଭାପତି ମନିରାମ ମାଝୀ, ଚଚା ମଣ୍ଡଳ ସାଧାରଣ ସମ୍ପାଦକ ପ୍ରତାପ ଦୁରିଆ, ଏସଟି ମୋର୍ଚା ସଭାପତି କୃଷ୍ଣଚନ୍ଦ୍ର ମାଝୀ,ଆତ୍ମା ଚେୟାରମ୍ୟାନ ଚିତ୍ର ପ୍ରସାଦ ତିୱାରୀ,ଝରିଗାଁ ମଣ୍ଡଳ ଯୁବ ମୋର୍ଚା ସଭାପତି ଗିରି ପାଣ୍ଡେ, ବନୁଆଗୁଡ଼ା ପଂଚାୟତ ସଭାପତି ପୁସ୍ତମ ଗଣ୍ଡ ପ୍ରମୁଖ ସାଙ୍ଗରେ ରହିଥିଲେ |
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?






