ଆଲ ଓଡିଶା ସିଆର୍‌ପି. ସିଏମ୍.କଳାହାଣ୍ଡି ତରଫରୁ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କୁ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Jul 15, 2025 - 19:13
 0  0
ଆଲ ଓଡିଶା ସିଆର୍‌ପି. ସିଏମ୍.କଳାହାଣ୍ଡି ତରଫରୁ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କୁ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି/ ଭବାନୀପାଟଣା (ଷ୍ଟାରନିୟୁଜ ଓଡିଶା)  ଆଲ ଓଡିଶା ସିଆର୍‌ପି. ସିଏମ୍.କଳାହାଣ୍ଡି ତରଫରୁ ଏକଦାବିପତ୍ର  ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିଭାଗ ମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଗଲା। ରାଜ୍ୟ ସରକାରଙ୍କର ମିଶନ ଶକ୍ତି ବିଭାଗ ଅଧୀନରେ କାର୍ଯ୍ୟରତ ସିଆରପି.ସିଏମ୍. କର୍ମଚାରୀମାନେ ଦୀର୍ଘ ବର୍ଷ ଧରି ସୁଚାରୁରୂପେ ସେମାନଙ୍କର କାର୍ଯ୍ୟ ସମ୍ପାଦନା କରି ଆସୁଥିଲେ । ଦୀର୍ଘ ୧୦ ମାସର ଦରମା ପାଇ ନଥିବାରୁ ସଂଘ ତରଫରୁ ଲିଖିତ ଅଭିଯୋଗ ଜଣାଇଥିଲେ ଓ ବିଭାଗୀୟ ସଚିବଙ୍କୁ ବାରମ୍ବାର ଦେଖା କରିବାରୁ ସମସ୍ତ ସିଆର୍‌ପି.ସିଏମ୍.ମାନଙ୍କୁ ବକେୟା ଦରମା ମିଳିଥିଲା । ସରକାରଙ୍କ ଏହି ଉଦ୍ୟମ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହଯୋଗ କାରଣରୁ ଏହା ସମ୍ଭବ ହୋଇଥିଲା ସେଥିପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଉଛୁ ବୋଲି ସଂଘର ସଭାପତି ତୁଳାବତୀ ସାହୁ ଓ ସମ୍ପାଦିକା ସୁନିତାଞ୍ଜଳି ପାତ୍ର କହିଥିଲେ । ସିଆର୍‌ପି.ସିଏମ୍. କର୍ମଚାରୀମାନଙ୍କୁ ମାସକୁ ଛଅ ହଜାର ଏକସହ ଟଙ୍କା ହିସାବରେ ୧୦ ମାସର ବକେୟା ଟଙ୍କା ପ୍ରଦାନ କରାଯାଇଥିଲା ଏହା ମଧ୍ୟ ସ୍ଵାଗତ ଯୋଗ୍ୟ । କିନ୍ତୁ ବର୍ତମାନ ସିଆରପି, ସିଏମ୍. ମାନଙ୍କୁ ମାସିକ ଭତ୍ତା ପ୍ରଦାନ ବଦଳରେ କାର୍ଯ୍ୟ ଅନୁଯାୟୀ ଇନ୍‌ସେନ୍‌ଟିଭ୍ ମାଧ୍ୟମରେ ପାରିଶ୍ରମିକ ପ୍ରଦାନ କରାଯିବ ପାଇଁ ମିଶନ ଶକ୍ତି ବିଭାଗ ତରଫରୁ ଚିଠି କରାଯାଇଅଛି । ଏବଂ ପାଇଆସୁଥିବା ପାରିଶ୍ରମିକ ଅର୍ଥ କମିଯିବା ଫଳରେ କାର୍ଯ୍ୟରତ ସିଆରୂପି.ସିଏମ୍.ଙ୍କର ମନରେ ଘୋର ଅସନ୍ତୋଷ ଦେଖାଦେଇଛି । ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ସିଆର୍‌ପି.ସିଏମ୍. ଆସୋସିଏସନ୍ ତରଫରୁ ପ୍ରମୂଖ ଦାବି ଗୁଡିକ ଯଥା:  ସିଆର୍‌ପି.ସି.ଏମ୍. ମାନଙ୍କ ପାଇଁ ଇନ୍‌ସେନ୍‌ଟିଭକୁ ବନ୍ଦ କରାଯାଇ ମାସିକ ବେତନ ଦଶ ହଜାର ଟଙ୍କା ପ୍ରଦାନ କରାଯାଉ,  ଅନ୍‌ଲାଇନ୍ କାର୍ଯ୍ୟ ପାଇଁ ଟାବ୍‌ଲେଟ୍‌ ମେସିନ୍ ପ୍ରଦାନ କରାଯାଉ,  ସିଆର୍‌ପି.ସିଏମ୍. ମାନଙ୍କୁ ପରିଚୟପତ୍ର ପ୍ରଦାନ ସହ ମାସିକ ବେତନ ଏକାଉଣ୍ଟ ଜରିଆରେ ପ୍ରଦାନ କରାଯାଉ, ସିଆରୂପି.ସିଏମ୍. ମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରାଯାଉ ଇତ୍ୟାଦି। ଏହି ଦାବିପତ୍ର ପ୍ରଦାନ ସମୟରେ ତୁଳାବତୀ ସାହୁ, ବ୍ଲକ ସଭାପତି, ସୁନିତାଞ୍ଜଳି ପାତ୍ର 
ବ୍ଲକ୍ ସମ୍ପାଦିକା, ଆଇନଜୀବୀ ପ୍ରଦୀପ କୁମାର ବିହାର, ରାଜ୍ୟ ଲିଗାଲ ସେକ୍ରେଟାରୀ, ବିଶ୍ଵ ରଞ୍ଜନ ସା, ରାଜ୍ୟ ସେକ୍ରେଟାରୀ ସମେତ  ସମସ୍ତ କର୍ମକର୍ତ୍ତା ମହିଳା ଉପସ୍ଥିତ ଥିଲେ l ଉପସ୍ଥାପିତ ଦାବି ଗୁଡିକ ଯଥା ଶୀଘ୍ର ପୂରଣ ଓ ବିଚାର୍ କୁ ନେବେ ବୋଲି ଆଶା ଓ ବିଶ୍ବାସ ରଖିଛୁ ବୋଲି ସଂଘରୁ ବିନମ୍ର ନିବେଦନ କରାଯାଇଥିଲା।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ  ଷ୍ଟାର ନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow