ବାରହାଲା କୁ ଲଷ୍ମୀ ବସ ଚଳାଚଳ ପାଇଁ ଦାବୀ ।

Jul 15, 2025 - 20:05
Jul 15, 2025 - 20:39
 0  135
ବାରହାଲା କୁ ଲଷ୍ମୀ ବସ ଚଳାଚଳ ପାଇଁ ଦାବୀ ।

ଫୁଲବାଣୀ, ୧୫l୭ (ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ର କୁଏରମାଣ୍ଡୁ ପଞ୍ଚାୟତ ର ବାରାହଲା ଗ୍ରାମ ପର୍ଯ୍ୟନ୍ତ ଲଷ୍ମୀ ବସ ଚଳାଚଳ କରିବା କୁ ଦାବୀ କରି ପଞ୍ଚାୟତ ଆଗରେ କୋଏରମାଣ୍ଡୁ ସରପଞ୍ଚ ମାଧବ କଂହର ଙ୍କ ନେତୃତ୍ୱ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି, ଏହା ଛଡା ଏହି ବୈଠକରେ କୋଏରମାଣ୍ଡୁ ର ପୂର୍ବତନ ସରପଞ୍ଚ ବିଶ୍ୱରଂଜନ କଂହର, ପୂର୍ବତନ ଉପାଧ୍ୟକ୍ଷା ସଂସ୍ମିତା ଦିଗାଲ ଓ କୁଏରମାଣ୍ଡୁ ର ସମିତି ସଭ୍ୟ ପଞ୍ଚାନନ ଦିଗାଲ ଯୋଗ ଦେଇଥିଲେ। ଏଥିରେ ସତାଧିକା ରୁ ମହିଳା ଏବଂ ପୁରୁଷ ଯୋଗ ଦେଇଥିଲେ। ବର୍ତମାନ ଲଷ୍ମି ବସ ଫିରିଙ୍ଗିଆ ଠାରୁ ବାଲନ୍ଦାପଡା ହୋଇ କୁଏରମାଣ୍ଡୁ ପଯ୍ୟନ୍ତ ଯାଉଛି ତେବେ ଏହି ଲଷ୍ମିବସ କୁଏରମାଣ୍ଡୂ ଶେଷ ଷ୍ଟପେଜ ନ ହୋଇ ବାରାହାଲା ଗ୍ରାମ ପଯ୍ୟନ୍ତ ଯାଉ ବୋଲି ଦାବିକରି ଥିଲେ.। ବାରାହଲା ଠାରୁ କୋଏରମାଣ୍ଡୁ କିଛି ବାଟ କିମି ହୋଇଥିବାରୁ ସେଠାରୁ ଓଲ୍ଲାଇ ଚାଲି ଚାଲି ଯିବାକୁ ପଢୁଛି ଅଟୋ ରେ ଯିବାକୁ ପଡୁଛି। ତେଣୁ ଆଜି ବାରାହଲା ର ୫୦ ରୁ ଉର୍ଦ୍ଧ ଗ୍ରାମବାସୀ ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ଆସି ଏହି ସଂକ୍ରାନ୍ତ ରେ ଏକ ଦାବିପତ୍ର ଜିଲ୍ଲପାଳ ଙ୍କୁ ପ୍ରଦାନ କରିଛନ୍ତି।

What's Your Reaction?

like

dislike

love

funny

angry

sad

wow