ସୋମିୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ଗର୍ଜିଲା କଳାହାଣ୍ଡି ବିଜୁ ଜନତା ଦଳ। ୧ଘଣ୍ଟା କଲା ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ

Jul 15, 2025 - 18:56
0 61
ସୋମିୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ଗର୍ଜିଲା କଳାହାଣ୍ଡି ବିଜୁ ଜନତା ଦଳ। ୧ଘଣ୍ଟା କଲା ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ

କଳାହାଣ୍ଡି ଜିଲ୍ଲା ୧୫/୭ (ଷ୍ଟାରନିୟୁଜ ଓଡିଶା)ଓଡିଶାରେ ଦିନକୁ ଦିନ ନାରୀ ନିର୍ଯାତନା ବଢ଼ିବାରେ ଲାଗିଛି କିନ୍ତୁ ସରକାରଙ୍କ ନିଦ ଭାଙ୍ଗୁନାହିଁ । ବାଲେଶ୍ବରର ଏଫଏମ ସ୍ବୟଂଶାସିତ କଲେଜର ଦ୍ବିତୀୟ ବର୍ଷର ଏହି ଇଣ୍ଟିଗ୍ରେଟେଡ୍ ବିଏଡ୍‌ର ଛାତ୍ରୀ ଜଣଙ୍କ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟିକୁ ଗତ ୧ ତାରିଖରେ ଦେଇଥ‌ିବା ଲିଖୂତ ଅଭିଯୋଗରେ ଉଲ୍ଲେଖ କରିଥିଲେ,ଏଚ୍ଓଡି ଆସିଷ୍ଟାଣ୍ଟ ପ୍ରଫେସର ସମୀର କୁମାର ସାହୁ ତାଙ୍କୁ ମାନସିକ ନିର୍ଯାତନା ଦେବା ସହିତ ଅପମାନିତ କରି ଚାଲିଥିଲେ । ପରୀକ୍ଷା ରେ ବ୍ୟାକ୍ ଲଗାଇବା ସହ  ୬ ବର୍ଷ ବସେଇ ଦେବା ପାଇଁ ସିଧା ଧମକ ଦେଇଥିଲେ । ତା’ ସହିତ ଅସଦାଚରଣ ମଧ୍ୟ କରିଛନ୍ତି।  ସବୁଠୁ ବଡ଼ କଥା ହେଉଛି ସେ ପୀଡାତା ସହିତ ଶାରୀରିକ ସଂପର୍କ ରଖିବାକୁ ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ସେ ମନା କରିଥିଲେ।ତା’ପରେ ସେ ପୀଡିତା ସହିତ ଦୁବ୍ୟବହାର କରି ଚାଲିଥିଲେ । ତେଣୁ ମୁଁ ମାନସିକ ଚାପଗ୍ରସ୍ତ ହୋଇ ମାନସିକ ସନ୍ତୁଳନ ହରାଇ ଆତ୍ମହତ୍ୟା ଉଦ୍ୟମ କରିଥିଲି। ଯଦି ଘଟଣାର ତର୍ଜମା/ତଦନୁ କଲେଜ କର୍ତ୍ତୃପକ୍ଷ ନ କରିବେ ଓ ମୋତେ ନ୍ୟାୟ ନ ଦେବେ, ତା'ହେଲେ ମୁଁ ଆତ୍ମହତ୍ୟା କରିବି ବୋଲି ପୀଡିତା ମୁଖ୍ୟମନ୍ତ୍ରୀ , ଶିକ୍ଷାମନ୍ତ୍ରୀ , କଲେଜ ପ୍ରିନ୍ସପାଲ ସମସ୍ତଙ୍କୁ ଅଭିଯୋଗ କରିଥିଲେ । ତଥାପି ତାଙ୍କୁ କୋଣସି  ନ୍ୟାୟ ମିଳିଲା ନାହିଁ ଶେଷରେ ସେ  ଆତ୍ମହତ୍ୟା କଲେ । ଏହାର ପ୍ରତିବାଦରେ କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ଭବାନୀପାଟଣା ସହରର ପିପଲନାଲା ବ୍ରିଜ ଜାତୀୟ ରାଜପଥ ୨୬ କୁ ଏକ ଘଣ୍ଟା କାଳ ଅବରୋଧ କରାଯାଇଥିଲା। ପୋଲିସ ର ହସ୍ତକ୍ଷେପ ପରେ ବିଜେଡି କର୍ମକର୍ତା ପୋଲ ଉପରୁ ଉଠିଥିଲେ। ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ଓ ଅପାରଗରତା ଯୋଗୁଁ ଜଣେ ନିରୀହ ଛାତ୍ରୀଙ୍କ ପ୍ରାଣ ଗଲା। ସରକାର ତାଙ୍କୁ ନ୍ୟାୟ ଦେଇପାରିଲା ନାହିଁ ବୋଲି ବିଜେଡି ରାଜ ରାସ୍ତାରେ ଗର୍ଜିଲା। ଏହି ପ୍ରତିବାଦ କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ନଗରପାଳ ବିଷ୍ଣୁ ପ୍ରଧାନ, ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ, ଜିଲ୍ଲା ମହିଳା ସଭାନେତ୍ରୀ ଲଳିତା ନାଏକ, ଜୋନ ସଭାପତି ମନୀନ୍ଦ୍ର ମହାନ୍ତି ତ୍ରିଲୋଚନ ପାଣିଗ୍ରାହୀ, ପରମାନନ୍ଦ ମାଝୀ, ବିଜେଡି ଟାଉନ ସଭାପତି ଧବଳେଶ୍ୱର ମହାପାତ୍ର, ପୂର୍ବତନ ପୌରାଧାକ୍ଷ୍ୟ ସଂଯୁକ୍ତା ବେହେରା, ସବିତା ପ୍ରଧାନ, ଶିବା ସାହୁ, ଅମିତ ଯାଦବ, ମାନସ ସିନ୍ଦୁର, ପୀତବାସ ବେହେରା, ଉତ୍ପଳ ଦାସ,ସମିତା ନାୟକ, ସୀତାରାମ ନାୟକ, ଜୟଶ୍ରୀ ଅଗ୍ରୱାଲ, ନୀଳାମ୍ବର ନାଏକ, ରାଜୀବ ଲୋଚନ ଶତପଥୀ, ଗଣେଶ ବାଗ, ଭୋଳାନାଥ ନାଗ, ଶେଖ ମୁନାବାର, ରଂଯୁକ୍ତା ପ୍ରଧାନ, ସମିତା ମହାପାତ୍ର, କ୍ଷୀରସିନ୍ଧୁ ନାଏକ ପ୍ରମୁଖ ଯୋଗ ଦେବା ସହ  ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । 

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ (ଷ୍ଟାରନିୟୁଜ ଓଡିଶା )

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User