ଭଙ୍ଗା କୁଡ଼ିଆରେ ଦିନ କାଟୁଥିବା ନିରୀହ ମହିଳାଙ୍କ ଉପରେ ପ୍ରଶାସନର ନଜର ପଡ଼ିବ କେବେ?

Jul 30, 2025 - 20:16
 0  8
ଭଙ୍ଗା କୁଡ଼ିଆରେ ଦିନ କାଟୁଥିବା ନିରୀହ ମହିଳାଙ୍କ ଉପରେ ପ୍ରଶାସନର ନଜର ପଡ଼ିବ କେବେ?

ରାଇଘର,୩୦l୭ (ଷ୍ଟାର ନିୟୁଜ ଓଡିଶା ): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗରିବ, ଖଟିଖିଆ,ଦିନ ମଜୁରିଆ, ଅସହାୟ, ନିରାଶ୍ରୟ ଜନସାଧାରଣ ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା କରିଛନ୍ତି |ହେଲେ ବିଭାଗୀୟ ଅଧିକାରୀ ଏବଂ ଜନ ପ୍ରତିନିଧି ମାନଙ୍କ ଅବହେଳା ତଥା ପ୍ରେମ ପ୍ରୀତି ପୋଷଣ ନୀତି ପାଇଁ ପ୍ରକୃତ ହିତାଧିକାରୀମାନେ ଏହି ଯୋଜନାରୁ ବାଦ ପଡି ଅତି ଦୟନୀୟ ଅବସ୍ଥାରେ କାଳ କାଟୁଥିବା ବେଳେ ଧନୀ ଓ ମଧ୍ୟବିତ୍ତ ବର୍ଗର ଲୋକେ ନିଜକୁ ଏହି ଯୋଜନାରେ ସାମିଲ କରି ଘର ପରେ ଘର ହାତେଉଛନ୍ତି |ସ୍ଥାନୀୟ ବ୍ଲକ ପ୍ରଶାସନ ଓ ପଂଚାୟତ ପ୍ରଶାସନ ମଧ୍ୟ ଏସବୁ ବିଷୟ ଉପରେ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହେଉଛି |ପ୍ରକୃତ ହିତାଧିକାରୀମାନେ ଘର ଖଣ୍ଡିଏ ପାଇଁ ପଂଚାୟତର ୱାର୍ଡ ମେମ୍ବର ଠାରୁ ଆରମ୍ଭ କରି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପର୍ଯ୍ୟନ୍ତ ବାରମ୍ବାର ଗୁହାରୀ କରି ଶେଷରେ ନୟାନ୍ତ ହୋଇ ଚୁପ ରହିବାକୁ ବାଧ୍ୟ ହେଉଛନ୍ତି |ଅନ୍ୟପଟେ ମଧ୍ୟବିତ ଶ୍ରେଣୀର ଲୋକେ ପ୍ରଶାସନିକ ଅଧିକାରୀ ମାନଙ୍କ ସହିତ ଶଳା ସୁତୁରା କରି ବସିଲା ଜାଗାରୁ ଘର ସବୁ ହାତେଇ ନେଉଛନ୍ତି |, ହେଲେ ପ୍ରକୃତ ହିତାଧିକାରୀ ଯାହାକୁ ଘର ଖଣ୍ଡିଏ ନିହାତି ଦରକାର ସେ ଭଙ୍ଗା କୁଡ଼ିଆରେ ଖରା, ବର୍ଷା, ଶୀତ କାକର ସହି ସହି କାଳାତିପାତ କରୁଛି |ଏଭଳି ଏକ ଦୟନୀୟ ଦୃଶ୍ୟ ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଛେଲିଡ଼ଙ୍ଗରୀ ପଂଚାୟତ ଅନ୍ତର୍ଗତ ଦେଉଲପାରା ଗ୍ରାମରୁ |ଗ୍ରାମରେ ଏକ ଜରି କୁଡ଼ିଆରେ ବର୍ଷ ବର୍ଷ ଧରି ରହି ଆସୁଛନ୍ତି ଏକାକୀନୀ ରଜବାଲି ରାଉତ (40)|ତାଙ୍କର ବନ୍ଧୁ ପରିଜନ କେହି ନଥିବା ବେଳେ ପ୍ରଶାସନ ମଧ୍ୟ ତାଙ୍କୁ ପର କରିଦେଲା ଭଳି ପ୍ରତୀତ ହେଉଛି |ସରକାର ଗରିବ ମାନଙ୍କ ପାଇଁ ଚାଉଳ, ମାଣ୍ଡିଆ, ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା, ବିକଳାଙ୍ଗ ଭତ୍ତା, ସ୍ୱାମୀ ପରିତ୍ୟକ୍ତା ଭତ୍ତା ସାଙ୍ଗଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଘରର ବ୍ୟବସ୍ଥା କରିଛନ୍ତି |ହେଲେ ରଜବାଲିଙ୍କୁ କିନ୍ତୁ କୌଣସି ସରକାରୀ ଯୋଜନାରେ ସାମିଲ କରାଯାଇନି |ତାଙ୍କ ଗର୍ଭରେ ଛୁଆପିଲା ନହେବାରୁ ସ୍ୱାମୀ 10ବର୍ଷ ତଳେ ଘରୁ ବାହାର କରିଦେଇଥିବା ବେଳେ ଏବେ ସେ ଦେଉଳପାରା ଗ୍ରାମରେ ଦୟନୀୟ ଭାବେ କାଳ କାଟୁଛନ୍ତି |ଆମ ଗଣଶିକ୍ଷା ମନ୍ତ୍ରୀଙ୍କ ନିଜସ୍ୱ ପଂଚାୟତରେ ଏଭଳି ଅବସ୍ଥାରେ ଦିନ କାଟୁଛନ୍ତି ତଥାପି ଶିକ୍ଷାମନ୍ତ୍ରୀଙ୍କ ନଜର ଆଡୁଆଲରେ ଆଜି ଯାଏ ରହିଛନ୍ତି |ତାଙ୍କୁ ନା ମିଳୁଛି, ପିଡ଼ିଏସ ଚାଉଳ, ନା ମିଳୁଛି ପେନସନ |ଘର କଥା ତ ନ କହିଲେ ଭଲ |କୁଳି ମଜୁରୀ କରି ଦିନ କାଟୁଥିବା ଏହି ଅସହାୟ ମହିଳାଙ୍କ ଉପରେ ପ୍ରଶାସନର ନଜର କେବେ ପଡୁଛି ତାହା ଦେଖିବାକୁ ବାକି ରହିଲା?

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow