କଲେଜ ପ୍ରିନ୍ସପାଲର ପରିଚୟ ଦେଇ ଛାତ୍ରଙ୍କ ବାପାଙ୍କ ଠାରୁ 23 ହଜାର ଟଙ୍କା ଠକି ନେଲା ସାଇବର ଠକ ।

Jul 31, 2025 - 07:58
 0  85
କଲେଜ ପ୍ରିନ୍ସପାଲର ପରିଚୟ ଦେଇ  ଛାତ୍ରଙ୍କ ବାପାଙ୍କ ଠାରୁ  23 ହଜାର ଟଙ୍କା ଠକି ନେଲା ସାଇବର ଠକ ।

ଉମରକୋଟ,୩୧l୭ (ଷ୍ଟାର ନିୟୁଜ ଓଡିଶା):  ନିଜକୁ କଲେଜ ପ୍ରିନ୍ସପାଲ ବୋଲି ପରିଚୟ ଦେଇ ଜଣେ ଛାତ୍ରଙ୍କ ବାପାଙ୍କ ଠାରୁ ତେଇଶି ହଜାର ଟଙ୍କା ଠକି ନେଲେ ସାଇବର ଠକ। ଏଭଳି ଠକେଇର ଶିକାର ହୋଇଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଖାଣ୍ଡା ପଂଚାୟତର ଲକ୍ଷ୍ମଣ ସାନ୍ତା। ଲକ୍ଷ୍ମଣ ଙ୍କୁ ଗତକାଲି 4 ଘଂଟିକା ସମୟରେ ଜଣେ ଅଜଣା ନମ୍ବରରୁ ଫୋନ ଆସିଥିଲା |ମୁଁ ପେନ୍ଡ୍ରାଣି କଲେଜର ପ୍ରିନ୍ସପାଲ କହୁଛି ତମ ପୁଅର ଆଡ଼ମିସନ କରିବାର ଆଜି ଶେଷ ତାରିଖ ଅଛି ବୋଲି କହିଥିଲେ ଏବଂ QR CODE ପଠେଇ କହିଥିଲେ ଯେ ଏହି QR CODE ରେ ଫୋନ ପେ ମାଧ୍ୟମରେ ଟଙ୍କା ପୈଠ କରିଲେ ତମ ପିଲାର ମୁଁ ଆଡ଼ମିସନ କରେଇଦେବି |ଏହାପରେ ଲକ୍ଷ୍ମଣ ପ୍ରଥମେ 6569 ଟଙ୍କା ପଠାଇଥିଲେ | ପରେ ସାଇବର ଠକ ପୁଣି ଥରେ ଫୋନ କରି କହିଥିଲେ ଟଙ୍କା ଆସିନି ଆଉ ଥରେ ପଠେଇ ବାକୁ କହିବାରୁ ଲଖ୍ମଣ ପୁଣିଥରେ ସେହି QR CODE ରେ 6569 ଟଙ୍କା ପଠେଇଥିଲେ ଏବଂ ୟୁନିଫର୍ମ ବାବଦକୁ 5000 ଟଙ୍କା ଦେବାକୁ ପଡିବ କହିବାରୁ ଲଖ୍ମଣ ଦୁଇ ଥର 5000 ଟଙ୍କା ପଠେଇଥିଲେ | ସେହିପରି ମୋଟ 23,138 ଟଙ୍କା ପୈଠ କରିବା ପରେ ଆଜି ସକାଳ 8 ଘଂଟିକା ସମୟରେ ପୁଣି ଫୋନ କରି 2000 ଟଙ୍କା ପଠାଓ ନହେଲେ ତମ ପୁଅର ଆଡ଼ମିସନ ହେଇପାରିବ ନାହିଁ ବୋଲି କହିବାରୁ ଲଖ୍ମଣ ଉମରକୋଟ ପେନ୍ଡ୍ରାଣୀ କଲେଜ ପହଂଚି ପ୍ରିନ୍ସପାଲଙ୍କୁ ଭେଟି ଜାଣିବାକୁ ପାଇଥିଲେ ଯେ ସେ ସାଇବର ଠକେଇର ଶିକାର ହୋଇଛନ୍ତି। ପରେ ଲକ୍ଷ୍ମଣ ବିଜୁ ଛାତ୍ର ଜନତା ଦଳର କିଛି କର୍ମୀଙ୍କ ସହଯୋଗରେ ଉମରକୋଟ ଥାନା ରେ ଏନେଇ ଏକ ଏତଲା ଦେଇଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow