ନବରଙ୍ଗପୁର ଜିଲ୍ଲା ଡ଼ମ୍ବ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ପାଞ୍ଚ ଦଫା ଦାବିପତ୍ର ପ୍ରଦାନ ।

Sep 19, 2025 - 21:21
 0  110
ନବରଙ୍ଗପୁର ଜିଲ୍ଲା ଡ଼ମ୍ବ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ପାଞ୍ଚ ଦଫା ଦାବିପତ୍ର ପ୍ରଦାନ ।

ନବରଙ୍ଗପୁର,୧୯l୯ (ଷ୍ଟାର ନିୟୁଜ ଓଡିଶା ): ଆଜି ନବରଙ୍ଗପୁର ଜିଲ୍ଲା ଡ଼ମ୍ବ ସମାଜ ସଭାପତି ଜନକରାମ ସୁନା, ଅବିଭକ୍ତ କୋରାପୁଟ ଜିଲ୍ଲା ଡ଼ମ୍ବ ସମାଜର ଉପ ସଭାପତି ପ୍ରକାଶ ଚନ୍ଦ୍ର ନାଗ,ଅବିଭକ୍ତ କୋରାପୁଟ ଜିଲ୍ଲା ଡ଼ମ୍ବ ସମାଜର ସହ ସମ୍ପାଦକ ହରିହର ଦୁର୍ଗା, ନବରଙ୍ଗପୁର ଜିଲ୍ଲା ମୂଳ ନିବାସୀ ଅନୁସୂଚିତ ଜାତି ସଙ୍ଘର ଝରିଗାଁ ବ୍ଲକ ସଭାପତି ପ୍ରତାପ ଦୁରିଆ ଓ ସମାଜସେବୀ ଭଗବାନ ଜାଲ ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନରେ ପହଂଚି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଡ଼ମ୍ବ ସମାଜ ପକ୍ଷରୁ ଏକ ପାଞ୍ଚ ଦଫା ବିଶିଷ୍ଟ ଦାବୀପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି |ଏହି ଦାବିପତ୍ରର ଏକକିତା ନକଲ ମାନ୍ୟବର ରାଜ୍ୟପାଳ ଓ ମାନ୍ୟବର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ମନ୍ତ୍ରୀଙ୍କୁ ମଧ୍ୟ ପ୍ରଦାନ କରାଯାଇଛିଥିବା ସୂଚନା ମିଳିଛି |ଉକ୍ତ ଦାବିପତ୍ରରେ ଉଲ୍ଲେଖ ଥିବା ଦାବୀ ଗୁଡିକ ମଧ୍ୟରେ ଅନୁସୂଚିତ ଜାତିର ଜନସାଧାରଣଙ୍କୁ ମଧ୍ୟ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯିବା, ଶିକ୍ଷା କ୍ଷେତ୍ରରେ ଅନୁସୂଚିତ ଜନଜାତି ମାନଙ୍କ ଭଳି ଅନୁସୂଚିତ ଜାତିର ଛାତ୍ରଛାତ୍ରୀ ମାନଙ୍କ ପାଇଁ ପ୍ରତି ଜିଲ୍ଲା ଓ ବ୍ଲକରେ 200 ଶଯ୍ୟା ବିଶିଷ୍ଟ ବାଳିକା ଆଶ୍ରମ ବିଦ୍ୟାଳୟ ଓ 200ଶଯ୍ୟା ବିଶିଷ୍ଟ ବାଳକ ବିଦ୍ୟାଳୟ ସ୍ଥାପନ କରିବା, ରାଜନୀତି କ୍ଷେତ୍ରରେ ଅନୁସୂଚିତ ଜାତିର ଜନସାଧାରଣ ମାନଙ୍କ ପାଇଁ ସଂରକ୍ଷଣର ବ୍ୟବସ୍ଥା କରିବା,ଯେହେତୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ମଧ୍ୟରେ ଚଳଣି, ପର୍ବପର୍ବାଣୀ, ପରମ୍ପରା, ତଥା ଜୀବନ ଶୈଳୀକୁ ନେଇ କୌଣସି ଅସମାନତା ନାହିଁ ତେଣୁ ଅନୁସୂଚିତ ଜାତିର ଜନସାଧାରଣ ମାନଙ୍କୁ ମଧ୍ୟ ଅନୁସୂଚିତ ଜନଜାତିର ମାନ୍ୟତା ପ୍ରଦାନ କରାଯିବା ଓ ଅନ୍ୟ ସମ୍ପ୍ରଦାୟଙ୍କ ଭଳି ଡମ୍ବ ସମ୍ପ୍ରଦାୟ ପାଇଁ କୌଣସି ଭବନ ନଥିବାରୁ ସେମାନେ ଅନେକ ସମୟରେ ସଭା ସମିତି କରିବାକୁ ଯାଇ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତେଣୁ ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରରେ ଗୋଟିଏ ଲେଖାଏ ଡ଼ମ୍ବ ଭବନ ନିର୍ମାଣ କରାଯିବା ଭଳି ପାଞ୍ଚଦଫା ବିଶିଷ୍ଟ ଦାବୀ ଉକ୍ତ ଦାବିପତ୍ରରେ ଉଲ୍ଲେଖ ରହିଛି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR