ରକ୍ତ ଦାନ ମହତ ଦାନ ।

Sep 21, 2025 - 07:04
0 16
ରକ୍ତ ଦାନ ମହତ ଦାନ ।

କଳାହାଣ୍ଡି / କେସିଙ୍ଗା, ୨୦l୯ (ଷ୍ଟାର ନିୟୁଜ ଓଡିଶା ):;ରେ ଭାରତୀୟ ଜନତା ପାର୍ଟିର ରକ୍ତଦାନ ଶିବିର କରି ରକ୍ତ ଭଣ୍ଡାର ରେ ଥିବା ଅଭାବ କୁ ଦୂର କରିବା ପାଇଁ ଏକ ଛୋଟ ପ୍ରୟାସ ଜିଲ୍ଲାରେ ସେପ୍ଟେମ୍ବର ୧୭ ତାରିଖ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୭୫ ତମ ଜନ୍ମଦିବସରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ "ସେବା ପକ୍ଷ " ପାଳନ କରାଯାଉଛି ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ଙ୍କ ନେତୃତ୍ୱରେ କଳାହାଣ୍ଡିର ୧୩ ଗୋଟି ବ୍ଲକ୍ ର ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ରକ୍ତ ଦାନ ଶିବିର ଆୟୋଜନ କରାଯାଇଅଛି ୧୭ ତାରିଖ ଦିନ ଧର୍ମଗଡ ଠାରେ ଏହି ରକ୍ତଦାନ ଶିବିର ର ଶୁଭ ଉଦ୍ଘାଟନ ଧର୍ମଗଡ ବିଧାୟକ ସୁଧୀର ପଟ୍ଟଯୋଶୀ ଙ୍କ କର କମଳ ଆରମ୍ଭ ହୋଇଅଛି ସେହିପରି ୨୦ ତାରିଖ ଦିନ କେସିଙ୍ଗା ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ଏହି ରକ୍ତଦାନ ଶିବିର ରେ ସମସ୍ତ ସ୍ୱେଚ୍ଛା ସେବୀ ସ୍ୱ ଇଚ୍ଛା ରେ ଭାଗ ନେଇ ରକ୍ତ ଦାନ କରିଛନ୍ତି , ରକ୍ତ ଦାନ କରିଥିବା ସ୍ଵେଚ୍ଛା ସେବୀ ଅତି ଆନନ୍ଦ ର ସହ ସେବା ପକ୍ଷ ପାଳନ ରେ ଭାଗ ନେଇ ଥିବାରୁ ଜିଲ୍ଲା ସଭାପତି ଯୁଗଳ ପୋଡ଼ ସେମାନଙ୍କୁ ଉତ୍ସାହିତ କରିବା ସହ ରକ୍ତ ଦାନ କରିଥିବା ରୁ ମାନପତ୍ର ପ୍ରଦାନ କରିଥିଲେ କେସିଙ୍ଗା ରକ୍ତଦାନ ଶିବିର ସ୍ଥାନୀୟ ଆୟୁଷ୍ମାନ ଜନ ଆରୋଗ୍ୟ ମନ୍ଦୀର ଠାରେ ବରିଷ୍ଟ ନେତ୍ରୀ ନମିତା ସାହୁ ,ବରିଷ୍ଟ ନେତା ବସନ୍ତ ପୁରୋହିତ ,ଜିଲ୍ଲା ଉପସଭାପତି ନିରୁପମା ସାମଲ ,କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି , ଓବିଶି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପ୍ରତାପ ବାଗ ,ମଣ୍ଡଳ ସଭାପତି ଜସ୍ କେତନ ସାହୁ ,ଶରତ ବାରିକ , ଋତୁ ପୂର୍ଣ୍ଣ ସାହୁ ,ଙ୍କ ସମତେ ସମସ୍ତ ମଣ୍ଡଳ ର ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ

କେସିଙ୍ଗା ରୁ ସୁଜୟ ନଙ୍ଗଳତି ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User