ଝରିଗାଁ ଠାରେ ଚିତ୍ରାଙ୍ଗୀ ମିଶନ ଶକ୍ତି ମହିଳା ମକା ଉତ୍ପାଦନ କମ୍ପାନୀର ଦ୍ଵିତୀୟ ସାଧାରଣ ବୈଠକ ଅନୁଷ୍ଠିତ ।

Sep 19, 2025 - 07:39
 0  9
ଝରିଗାଁ ଠାରେ ଚିତ୍ରାଙ୍ଗୀ ମିଶନ ଶକ୍ତି ମହିଳା ମକା ଉତ୍ପାଦନ କମ୍ପାନୀର ଦ୍ଵିତୀୟ ସାଧାରଣ ବୈଠକ ଅନୁଷ୍ଠିତ ।

ଝରିଗାଁ,୧୮l୯(ଷ୍ଟାର ନିୟୁଜ) :ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ସଦର ମହକୁମା ଠାରେ ଆଜି ଚିତ୍ରାଙ୍ଗୀ ମିଶନ ଶକ୍ତି ମହିଳା ମକା ଉତ୍ପାଦିକା କମ୍ପାନୀ ଲିମିଟେଡ ର ଦ୍ଵିତୀୟ ବାର୍ଷିକ ସାଧାରଣ ବୈଠକ ଝରିଗାଁ ସ୍ଥିତ ଚନ୍ଦନ ଗୋଦାମ ଠାରେ ଆୟୋଜିତ ହୋଇଯାଇଛି | ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ ନିହାର ନାଏକ, ମୁଖ୍ୟ ପ୍ରବକ୍ତା ଭାବେ କୃଷି ବିଜ୍ଞାନ କେନ୍ଦ୍ର ଉମରକୋଟର ବରିଷ୍ଠ ବୈଜ୍ଞାନିକ ଶ୍ରୀଯୁକ୍ତ ଶଶାଙ୍କ ଲେଙ୍କା, ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ କୃଷି ଅଧିକାରୀ ଶ୍ରୀମତି ସୁନିତା ସିଂ, ସହକାରୀ କୃଷି ଉଦ୍ୟାନ ବିଭାଗ ଅଧିକାରୀ ଶ୍ରୀଯୁକ୍ତ ଲିଙ୍କନ ମେହେର, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତି ବିରଜା ମୋହିନୀ ପାଙ୍ଗି, ମିଶନ ଶକ୍ତି ବ୍ଲକ ସଂଯୋଜକ ଶ୍ରୀଯୁକ୍ତ ଜୟନ୍ତ କୁମାର ରଥି, ବ୍ଲକ ଜୀବିକା ମିଶନ ସାଂଯୋଜକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ତାଡିଙ୍ଗୀ, ଝରିଗାଁ ଜୋନ -୧ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତି ଯମୁନା ଗଣ୍ଡ ଉପସ୍ଥିତ ରହିଥିଲେ | ତତ୍ ସହିତ ଚିତ୍ରାଙ୍ଗୀ ମିଶନ ଶକ୍ତି ମହିଳା ମକା ଉତ୍ପାଦିକା କମ୍ପାନୀ ଲିମିଟେଡର ନିର୍ଦ୍ଦେଶକା ବୋର୍ଡ ସଭାନେତ୍ରୀ ଶ୍ରୀମତି ହେମଲତା ମାଝୀ, ନିର୍ଦ୍ଦେଶକା ଶ୍ରୀମତି କାବେରୀ ସାନ୍ତାଙ୍କ ସମେତ ୧୦ ଜଣ ନିର୍ଦ୍ଦେଶକା, କମ୍ପାନୀର କର୍ମକର୍ତ୍ତା, ୨୦ ଗୋଟି ମକା ଉତ୍ପାଦିକା ଗୋଷ୍ଠୀର ସଭ୍ୟା ମାନେ ଉପସ୍ଥିତ ରହିଥିଲେ, ବର୍ତ୍ତମାନ ସୁଦ୍ଧା କମ୍ପାନୀ ସହିତ ମୋଟ ୧୦୨୪ସଭ୍ୟା ଏକତ୍ରିତ କରାଯାଇଛି, ସେଥି ମଧ୍ୟରୁ ୬୩୯ ଜଣ ସଭ୍ୟାଙ୍କ ଠାରୁ ୫୦୦/- ଟଙ୍କା ଲେଖାଏଁ ଅଂଶଧନ ସଂଗ୍ରହ କରାଯାଇଛି, ୨୦୨୪-୨୫ ଆର୍ଥିକ ବର୍ଷରେ କମ୍ପାନର ହୋଇଥିବା ବ୍ୟବସାୟ, ଯଥା:- ମୋଟ ମକା ବିକ୍ରୟ, ମକା ବିହନ ବିକ୍ରୟ, କୃଷି ସାମଗ୍ରୀ (ସାର, କୀଟନାଶକ, କୃଷି ଯନ୍ତ୍ରପାତି)ମାଟି ପରୀକ୍ଷା କରି ନମୁନା ପତ୍ର ପ୍ରଦାନ ଇତ୍ୟାଦି କାମ କରାଯାଇଛି ବୋଲି କମ୍ପାନର CEO ଉପସ୍ଥାପନା କରିଥିଲେ, ତତ୍ ସହିତ ୨୦୨୫-୨୬ ଆର୍ଥିକ ବର୍ଷର ଯୋଜନା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଯଥା:- ସମସ୍ତ ୧୦୨୪ ସଦସ୍ୟାଙ୍କ ଅଂଶଧନ ପୂର୍ଣ୍ଣଭାବେ ଜମା କରାଯିବ । ଚାଷୀଙ୍କଠାରୁ ମକା କ୍ରୟ କରି ସ୍ଥାନୀୟ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ ବିକ୍ରୟ କରାଯିବ । ଜୈବିକ ସାର ଓ କୀଟନାଶକ ତିଆରି ସହିତ ପୋଷଣ ବଗିଚା ସମ୍ପର୍କରେ ସଦସ୍ୟାଙ୍କୁ ସଚେତନ କରାଯିବ । ଆକ୍ସେସ ଡେଭେଲପମେଣ୍ଟ ସର୍ଭିସେସର ଏଭିପି ଶ୍ରୀଯୁକ୍ତ ଜିତେନ୍ଦ୍ର ମଲ୍ଲିକ ଉପସ୍ଥିତ ହୋଇ ନିଜ ନିଜ ମତାମତ ଓ ପରାମର୍ଶ ଦେଇଥିଲେ । କମ୍ପାନୀର ସ୍ଥିର ବିକାଶ ପାଇଁ ସେମାନେ ବୀଜ, ମକା ପ୍ରୋସେସିଂ, ମାର୍କେଟ୍ ଲିଙ୍କେଜ୍ଉପରେ ଅଧିକ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ଏହି ସଭାରେ ମୁଖ୍ୟ ଆକର୍ଷଣ ରହିଥିଲା ଡ୍ରୋନ୍ ସ୍ପ୍ରେୟର୍, ତତ୍ ସହିତ ସୋଲାର୍ ଓ ଡ୍ରିପ୍ ସିଞ୍ଚନ ପ୍ରଣାଳୀ, ପୋଷକ ଦ୍ରବ୍ୟ ଓ ଔଷଧ, ମାଟି ପରୀକ୍ଷା, ମକାର ଗୁଣବତ୍ତା ପରୀକ୍ଷା, ଜୈବିକ ପଦାର୍ଥ ଓ କାବେରି ମକା ବିହନ କମ୍ପାନୀର ପ୍ରଦର୍ଶନ ମଧ୍ୟ କରାଯାଇଥିଲା।ଚିତ୍ରାଙ୍ଗୀ FPC ପକ୍ଷରୁ ସଦସ୍ୟଙ୍କୁ ସହଭାଗୀତା ବଢ଼ାଇବା, କୃଷକଙ୍କୁ ଅଧିକ ରୋଜଗାର ସୃଷ୍ଟି କରିବା ଓ କମ୍ପାନୀକୁ ଆଗାମୀ ଦିନରେ ଜିଲ୍ଲା ଓ ରାଜ୍ୟ ସ୍ତରରେ ମୂଦ୍ରାଣୀୟ FPCଭାବେ ଗଢ଼ି ତୋଳିବାର ପ୍ରତିଜ୍ଞା କରାଗଲା ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow

SUJAYA EDITOR