ଗୋବନ୍ଧ୍ୟା ନିରାକରଣ ଚିକିତ୍ସା ଶିବିର ଅନୁଷ୍ଠିତ ।

Jun 14, 2025 - 16:50
 0  108
ଗୋବନ୍ଧ୍ୟା ନିରାକରଣ ଚିକିତ୍ସା ଶିବିର ଅନୁଷ୍ଠିତ ।

ଝରିଗାଁ ,୧୪l୬(ଷ୍ଟାର ନିୟୁଜ ଓଡିଶା ):ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମାର କୋଦଭଟ୍ଟା ଗ୍ରାମ ଠାରେ ଆଜି ଗୋବନ୍ଧ୍ୟା ନିରାକରଣ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି |ଉକ୍ତ ଶିବିରରେ ଝରିଗାଁ ପ୍ରାଣୀ ଚିକିତ୍ସା କେନ୍ଦ୍ରର ଡାକ୍ତର ସାରଦା ପ୍ରସାଦ ନାୟକ 51ଟି ଗାଈର ଗୋବନ୍ଧ୍ୟା ଜନିତ ରୋଗର ଚିକିତ୍ସା କରିଥିବା ବେଳେ ଓମଫେଡ଼ ତରଫରୁ 20ଜଣ ଦୁଗ୍ଧ ଚାଷୀଙ୍କୁ ଋତୁ କାଳୀନ ଘାସ ମଞ୍ଜି ପ୍ରଦାନ କରାଯାଇଛି |ଉକ୍ତ ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ଭିକ୍ଷା ପ୍ରାଣୀଧନ ଚିକିତ୍ସା କେନ୍ଦ୍ରର ପ୍ରାଣୀଧନ ନିରୀକ୍ଷକ ମନ୍ଦାକିନି ପନକା ଓ ଝରିଗାଁ ପ୍ରାଣୀ ଚିକିତ୍ସା କେନ୍ଦ୍ରର କର୍ମଚାରୀ ମାନେ ଉପସ୍ଥିତ ରହି ଚିକିତ୍ସା କାର୍ଯ୍ୟରେ ଡାକ୍ତର ସାରଦା ପ୍ରସାଦ ନାୟକଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow