ଆଶାକର୍ମୀ ଙ୍କୁ ଦୁଷ୍କର୍ମ ଉଦ୍ୟମ,ପୁଲିସ ର ତଦନୁ ରେ ଅସନ୍ତୋଷ ପ୍ରକାଶ କରି ସଙ୍ଘ ପକ୍ଷରୁ ଥାନା ର ଦ୍ବାରସ୍ଥ।

Jun 14, 2025 - 16:47
0 55
ଆଶାକର୍ମୀ ଙ୍କୁ ଦୁଷ୍କର୍ମ ଉଦ୍ୟମ,ପୁଲିସ ର ତଦନୁ ରେ ଅସନ୍ତୋଷ ପ୍ରକାଶ କରି ସଙ୍ଘ ପକ୍ଷରୁ ଥାନା ର ଦ୍ବାରସ୍ଥ।

କଳାହାଣ୍ଡି ,୧୪l୬(ଷ୍ଟାରନିଓଜ ଓଡିଶା):  ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ କାର୍ଯ୍ୟରତ ଜୈନିକା ଆଶାକର୍ମୀ ସଂଯୁକ୍ତା ନାଏକ ଙ୍କୁ ଡାକ୍ତରଖାନା ମହିଳା ଶୌଚାଳୟ ରେ ଜଣେ ଅସାମାଜିକ ଯୁବକ ବଳାତ୍କାର ଉଦ୍ୟମ କରିଥ‌ିବା ନେଇ ପିଡିତା ଗତ ୪ ତାରିଖରେ କୋକସରା ଥାନା ର ଦ୍ବାରସ୍ଥ ହୋଇ ଅଭିଯୁକ୍ତ ଯୁବକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଲିଖୂତ ଅଭିଯୋଗ କରିଥିଲେ।ତେବେ ଘଟଣା ର ୯ ଦିନ ପରେ ମଧ୍ଯ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଶୁକ୍ରବାର ପିଡିତାଙ୍କୁ ନ୍ୟାୟ ପ୍ରଦାନ ଓ କାର୍ଯ୍ୟାନୁଷ୍ଠାନ ଦାବି ରେ କୋକସରା ବ୍ଲକ ଆଶାକର୍ମୀ ସଙ୍ଘ ନେତ୍ରୀ ଙ୍କ ନେତୃତ୍ବରେ ଶତାଧୂକ ଆଶାକର୍ମୀ ନ୍ୟାୟ ପ୍ରଦାନ ଦାବି ରେ ପୁଣିଥରେ ଥାନା ର ଦ୍ବାରସ୍ଥ ହୋଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଅଭିଯୋଗ ମତେ ଗତ ୨ ତାରିଖରେ ଜୈନିକା ଆଶାକର୍ମୀ ନବ ଜନ୍ମିତ ଛୁଆ ମାନଙ୍କ ଜନ୍ମ ପ୍ରମାଣପତ୍ର ନେବାକୁ ଡାକ୍ତରଖାନା କୁ ଆସି ମହିଳା ୱାର୍ଡ ରେ ଥୁବା ଶୌଚାଳୟ କୁ ଶୌଚ ପାଇଁ ଯାଇଥିବା ବେଳେ ଡାକ୍ତରଖାନାରେ ସ୍ବିପର ଥ‌ିବା ସୁଦର ନାଏକ ନାମକ କର୍ମଚାରୀ ର ପୁଅ କୁଶ ନାଏକ(ସାନ) ବଳପୂର୍ବକ ଶୌଚାଳୟ ରେ ପଶି ଆଶାକର୍ମୀ ଙ୍କୁ ଅଶ୍ଳୀଳ ଆଚରଣ କରି ବଳାତ୍କାର ପାଇଁ ଉଦ୍ୟମ କରିବା ପାଇଁ ଚେଷ୍ଟା କରିଥିଲା।ତେବେ ଆଶାକର୍ମୀ ଚିତ୍କାର କରିବାରୁ ଘଟଣାସ୍ଥଳ ରୁ କୁଶ ନାଏକ ଚମ୍ପଟ ମାରିଥିଲା I ଆଶାକର୍ମୀ ଭୟଭୀତ ହୋଇ ନିଜ ଘର କୁ ଯାଇ ସ୍ବାମୀ ଘରେ ନଥୁବାରୁ ଗତ ୪ ତାରିଖରେ ସ୍ବାମୀ ଙ୍କ ସହ ଆସି କୋକସରା ଥାନା ରେ ଅଭିଯୋଗ କରିଥିଲେ I ତେବେ କୋକସରା ପୁଲିସ ପକ୍ଷରୁ କେଶ ରେଜିଷ୍ଟ୍ରେସନ କରି ଚୁପ ରହିବା ସହ କୌଣସି କାର୍ଯ୍ୟାନୁଷ୍ଠାନ ସହ ଅଭିଯୁକ୍ତ ଯୁବକ କୁ ଗିରଫ ପାଇଁ କୌଣସି ଠୋସ ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି।ଶୁକ୍ରବାର ବ୍ଲକ ଆଶାକର୍ମୀ ସଙ୍ଘ ର ବ୍ଲକ ସଭାପତି ରମଣୀ ଦଣ୍ଡସେନା, ସମ୍ପାଦିକା ଯାଜ୍ଞସେନି ମହାନ୍ତି ପିଡିତା ଆଶାକର୍ମୀ ସଂଯୁକ୍ତା ନାଏକ ପୋଲିସ ର ଦ୍ବାରସ୍ଥ ହୋଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।ଏନେଇ କୋକସରା ଆଇଆଇସି ସ୍ନିଗ୍ଧା ରାଣି ସୁନା ଙ୍କ ପ୍ରତିକ୍ରିୟା ନେବାରୁ ପୁଲିସ ପକ୍ଷରୁ ତଦନୁ ଜାରି ରହିଛି, ଅଭିଯୁକ୍ତକୁ ଧରିବା ପାଇଁ ପ୍ରୟାସ ଜାରି ରହିଛି, ଶୀଘ୍ର ଅଭିଯୁକ୍ତ କୁ ଗିରଫ କରାଯିବ ବୋଲି କହିଛନ୍ତି। ଅନ୍ୟପଟେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଶାକର୍ମୀ ସଙ୍ଘ ପକ୍ଷରୁ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧୂକାରୀ ଙ୍କୁ ମଧ୍ଯ ଲିଖୂତ ଅଭିଯୋଗ କରାଯାଇଛି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ

What's Your Reaction?

Like Like 5
Dislike Dislike 0
Love Love 0
Funny Funny 0
Wow Wow 1
Sad Sad 0
Angry Angry 0

Comments (0)

User