ଟିକାବାଲି ଓ ରାଇକିଆ ରେ ବୁଲିଲା ଶ୍ରୀ ଅନ୍ନ ଅଭିଯାନ ରଥ।

Sep 23, 2025 - 18:49
 0  48
ଟିକାବାଲି ଓ ରାଇକିଆ ରେ ବୁଲିଲା ଶ୍ରୀ ଅନ୍ନ ଅଭିଯାନ ରଥ।

ଫୁଲବାଣୀ,୨୩l୯(ଷ୍ଟାର ନିୟୁଜ): ସ୍ୱେଛାସେବି ଅନୁଷ୍ଠାନ ସ୍ୱାତୀ ରାଇକିଆ ଓ ଟିକାବାଲି ଶ୍ରୀ ଅନ୍ନ ଅଭିଯାନ କାର୍ଯ୍ୟକ୍ରମ ର ମିଳିତ ଉଦ୍ୟମ ରେ ଶ୍ରୀ ଅନ୍ନ ଅଭିଯାନ ରଥ ର ଶୁଭାରମ୍ଭ ହୋଇ ଦୁଇଟି ବ୍ଲକ୍ ର ବିଭିନ୍ନ ପଂଚାୟତରେ ଆଠ ଦିନ ଧରି ପରିଭ୍ରମଣ କରିଥିଲା । ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା ଙ୍କ ଦ୍ୱାରା ଉଦ୍ଘାଟିତ ରଥ ରେ ମାଣ୍ଡିଆ ଓ ଅଣ ମାଣ୍ଡିଆ ଖାଦ୍ୟର ପ୍ରଚାର ପ୍ରସାର ଘରେ ଘରେ ପହଂଚାଇବା କୁ ଲକ୍ଷ୍ୟ ରଖି ବିଭିନ୍ନ ବାର୍ତା ର ଲେଖା ଲଗାଇ ରଥ ବୁଲିଥିଲା । ତତ୍ସହିତ ଜିଲ୍ଲାପରିସଦ କନ୍ଧମାଳ ର ମୂଖ୍ୟ ନିର୍ବାହି ଅଧିକାରି ସମ୍ଭୁନାଥ ନନ୍ଦି ଏସ୍.ଡି.ପି.ଓ. ବିଜୟ କୁମାର ବିଶି, ଗୋଷ୍ଠି ଉନ୍ନୟନ ଅଧିକାରି ସବ୍ୟସାଚୀ ସାହୁ, ତହସିଲଦାର ବରିଆଲ୍ ମୁର୍ମୁ, ପ୍ରକଳ୍ପ ପ୍ରସାସକ କୃପାସିନ୍ଧୁ ବେହେରା ପ୍ରମୁଖ ଉପସ୍ଥିତ ରହି ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ୱାରା କିପରି ଶରୀର ସୁସ୍ଥ ରହେ ସେହି ବିଷୟରେ ଜନସାଧାରଣ ଙ୍କୁ ସଚେତନ କରିଥିଲେ । ସେହିପରି ଟିକାବଲି ଠାରେ ଗୋଷ୍ଠି ଉନ୍ନୟନ ଅଧିକାରି ବିଷ୍ଣୁ ଗୋବିନ୍ଦ ଓ ବ୍ଲକ୍ ଅଧ୍ୟକ୍ଷ ଦିଲ୍ଲିପ କୁମାର ପ୍ରଧାନ ଙ୍କ ଦ୍ୱାରା ଉଦ୍ଘାଟିତ । ହୋଇଯାଇଛି । ଅନ୍ୟାନ୍ୟ ଅତିଥି ଭାବେ ବ୍ଲକ୍ କୃଷି ଅଧିକାରି ସଚିନ୍ଦ୍ର କୁମାର ସେଠୀ, ଅତିରିକ୍ତ କୃଷି ଅଧିକାରି ସୁଦିପ୍ତା ପ୍ରଧାନ, ଏ.ଓ. ସରସ୍ୱତୀ ବେହେରା, ଭେଟିନାରି ସର୍ଜନ ଅସ୍ୱିନି କୁମାର ପାତ୍ର, ସହକାରି ଉଦ୍ୟାନ ଅଧିକାରୀ ରାଜେସ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ମାଣ୍ଡିଆ ଚାଷ କୁ ଆଗକୁ ନେଇ ସମସ୍ତେ ସୁସ୍ଥ ଜିବନ ଯାପନ କରିବାକୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମ କୁ ପରିଚାଳନା ଅନୁଷ୍ଠାନ ତରଫରୁ ଅନ୍ନପୂର୍ଣ୍ଣା ପ୍ରଧାନ, ସ୍ୱଧର୍ମ ରାଉତ, ଗିରିଶ ଚନ୍ଦ୍ର ସାମଲ, ମିନ୍ମୟ ବେହେରା କରିଥିବା ବେଳେ ଟିକାବାଲି ଓ ରାଇକିଆ ର କୃଷକ ସଂଗଠନ ର କର୍ମ କର୍ତା ମାନେ ସହଯୋଗ କରିଥିଲେ ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR