ବାବା ଅଗ୍ନି ଭୈରବ ଙ୍କ ଝାମୁ ଯାତ୍ରା

Sep 29, 2025 - 18:06
 0  36
ବାବା ଅଗ୍ନି ଭୈରବ ଙ୍କ ଝାମୁ ଯାତ୍ରା

କେସିଙ୍ଗା. ୨୯/୦୯(ଷ୍ଟାର ନିୟୁଜ ଓଡିଶା) କଳାହାଣ୍ଡି ଜିଲ୍ଲା ଅନ୍ୟତମ ଐତିହ୍ୟ ସର୍ବପୁରାତନ ଦୈବ ଆରାଧନା ର ଅଞ୍ଚଳ ଦାଦପୁର ଠାରେ ବାବା ଅଗ୍ନି ଭୈରବୀଙ୍କ ଝାମୁ ମାତ୍ରା। ରାଜା ରାଜୁଡା ସମୟରୁ ଏହି ପର୍ବ ପାଲିତ ହୋଇ ଆସୁଅଛି। ଆଶ୍ୱିନ ଶୁକ୍ଳପକ୍ଷ ପୀଠରେ ଷଷ୍ଠୀ, ଦାଦପୁର ଉପକଣ୍ଠରେ ଥିବା ବାବା ଅଗ୍ନି ଭୈରବୀଙ୍କ ମନ୍ଦିର ସମ୍ମୁଖରେ କଳାହାଣ୍ଡି ର ବୀର ବାଦ୍ୟ ଘୁମୁରା ର ତାଲେ ତାଲେ ଦେବାଦେବୀ ଙ୍କୁ ଆବାହନ କରଯାଇଥିଲା। ପରେ ଗ୍ରାମ ମଝିରେ ଥିବା ଦେବୀ ମାଁ ବୁଢୀଠାକୁରାଣୀଙ୍କ ପାଖରେ , କାଲିସି,ପୂଜକ ମାନଙ୍କ ସହ ପହଞ୍ଚି ପୂଜାର୍ଚ୍ଚନା ପରେ ପୁଣି ବାବା ଙ୍କ ମନ୍ଦିର ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ବାବା ଅଗ୍ନି ଭୈରବୀଙ୍କ ସହ ପାର୍ଶ୍ଵ ଦେବଦେବୀଙ୍କ କାଲିସି ଙ୍କ ସହ ପୂଜକ ମାନେ ମଧ୍ୟ ଝାମୁ ରେ ମାଡି ଥିଲେ। ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନଙ୍କ ସମାଗମ ହୋଇଥିଲା।ବାବା ଙ୍କ ପାଖରେ ଯାହା ମାନସିକ କଲେ ତାହା ପୂରଣ ହୋଇଥାଏ। ବୋଲି ଲୋକଙ୍କବିଶ୍ବାସରହିଛିଏଥିରେପୂଜକ.. ବିଶ୍ଵନାଥ ଗୌଡ, ମୁରଲୀ ପଶାୟତ ବିରେନ୍ଦ୍ର ପାତ୍ର, ଥବିର ପଟେଲ, ମଧୁସୂଦନ ବିଶି. ରଞ୍ଜନ ପାତ୍ର ଟିକ ରାଉତ, ବନମାଳି ସେଠୀ ଏବଂ ଶ୍ରଦ୍ଧାଳୁ ଭକ୍ତଗଣ, ଗ୍ରାମ ବାସୀ ବୃନ୍ଦ ଉପସ୍ଥିତ ଥିଲେ lକେସିଙ୍ଗାରୁ ସୁଜୟ ନଙ୍ଗାଳତି ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow

SUJAYA EDITOR