ବିଜେପି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ।

Sep 29, 2025 - 19:12
Updated: 11 months ago
0 197
ବିଜେପି ପକ୍ଷରୁ ରକ୍ତଦାନ ଶିବିର  ଅନୁଷ୍ଠିତ ।

ଫିରିଙ୍ଗିଆ,୨୯|୯ (ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ବନ୍ଧଗଡ ସ୍ବାତୀ କାର୍ଯ୍ୟାଳୟ ଠାରେ ଭାରତୀୟ ଜନତା ପାର୍ଟି ଫିରିଙ୍ଗିଆ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ଶ୍ରୀବତ୍ସ କହଁର ଓ ନୂଆପଦର ମଣ୍ଡଳ ସଭାପତି ଶ୍ରୀ ଦେବଶ୍ଵର ଦୀପଙ୍କ ତତ୍ୱାବଧାନରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ୭୫;ତମ ଜନ୍ମଦିନ ଅବସରରେ ଚାଲିଥିବା ସେବାପକ୍ଷ ପାଇଁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉକ୍ତ ରକ୍ତଦାନ ଶିବିରରେ ମୋଟ ୪୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ଏବଂ ରକ୍ତ ଭଣ୍ଡାର ମେଡିକାଲ ଅଫିସର ଓ କର୍ମଚାରୀମାନେ ଉପସ୍ଥିତ ରହି ଉକ୍ତ ଶିବିରରେ ପ୍ରତ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ । ନୁଆପଦର ମଣ୍ଡଳ ସଭାପତି ଦେବେଶ୍ଵର ଦୀପ ଏହି ଶିବିରରେ ଉପସ୍ଥିତ ରହି ଶିବିରର ଶୁଭ ଉଦଘାଟନ କରିବା ସହିତ ନିଜେ ରକ୍ତଦାନ କରି ଅନ୍ୟ ମାନଙ୍କୁ ପ୍ରେରଣା ଦେଇଥିଲେ। ଦେବେଶ୍ୱର ଦୀପ ବିଜେପି ଦଳର ନୁଆପଦର ମଣ୍ଡଳ ସଭାପତି ଭାବେ ନିର୍ବାଚିତ ହେବା ପରଠାରୁ ମଣ୍ଡଳର ଜନସାଧାରଣ ମାନଙ୍କ ସମସ୍ୟାର ସମାଧାନ ପାଇଁ ଦିନରାତି ଏକ କରି ଦେଇଛନ୍ତି। ସେ ଜଣେ ସମାଜସେବୀ, ପରୋପକାରୀ, ମେଳାପୀ ଓ ଧର୍ମ ପରାୟଣ ବ୍ୟକ୍ତି ଅଟନ୍ତି। ତେଣୁ ଯେତେବେଳେ ସେ ମଣ୍ଡଳ ସଭାପତି ଭାବେ ମନୋନୀତ ହୋଇଥିବା ମଣ୍ଡଳବାସୀ ଜାଣିଲେ ସମସ୍ତେ ବେସ ଖୁସି ହୋଇଥିଲେ । ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା, ତହସିଲଦାର ଯତି ପ୍ରକାଶ ସେଠୀ, ଜିଲ୍ଲା ବିଜେପି ସଭାପତି ପଣ୍ଡିତ କୁମାର ବିଶି ମାଝି ,ଫିରିଙ୍ଗିଆ ବିଧାୟକ ପ୍ରତିନିଧି ପ୍ରଶାନ୍ତ କୁମାର କମ୍ପ,ଫିରିଙ୍ଗିଆ ମଣ୍ଡଳ ସେବାପକ୍ଷ ମହିଳା ଟୋଲି ନିଳାବତି ଦିଗାଲ ସହ ସମସ୍ତ ପଞ୍ଚାୟତ ପ୍ରମୁଖ ବୁଥ ସଭାପତି ଙ୍କ ସହିତ ବରିଷ୍ଠ କାର୍ଯ୍ୟକର୍ତ୍ତା ଜୟନ୍ତ ବେହେରା, ଦିଗାମ୍ବର ମଲିକ, ସରୋଜ କୁମାର ପୁଷ୍ଟି, ଗୋଲକ ପ୍ରଧାନ, ଇନ୍ଦ୍ରମଣି କହଁର ପ୍ରମୁଖ ଏହି ରକ୍ତଦାନ ଶିବିରରେ ଉପସ୍ଥିତ ରହିଥିବା ବେଳେ ଅନେକ କାର୍ଯ୍ୟକର୍ତ୍ତା ଓ ସାଧାରଣ ଯୁବକ ଯୁବତୀଙ୍କ ମିଳିତ ସହଯୋଗରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଜୀଙ୍କ ୭୫ ତମ ଜନ୍ମଦିନରେ ରକ୍ତଦାନ ଶିବିର ସଫଳ କରିଥିବାରୁ ମଣ୍ଡଳ ସଭାପତି ଶ୍ରୀ କହଁର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User