ପିକ୍ଅପ୍ ଭ୍ୟାନ୍ ଧକ୍କା ରେ ଦୁଇ ମୃତ ଦୁଇ ଗୁରୁତର ଘଟଣା : ଉତ୍ତେଜନା ସ୍ଥିତି ଲାଗିରହିଛି।

Sep 23, 2025 - 05:03
 0  10
ପିକ୍ଅପ୍ ଭ୍ୟାନ୍ ଧକ୍କା ରେ ଦୁଇ ମୃତ ଦୁଇ ଗୁରୁତର ଘଟଣା : ଉତ୍ତେଜନା ସ୍ଥିତି ଲାଗିରହିଛି।

ନର୍ଲା,୨୨l୯(ଷ୍ଟାର ନିୟୁଜ ଓଡିଶା ): ପିକଅପ୍ ଭ୍ୟାନ ବିପରିତ ଦିଗରେ ଆସି ଧକ୍କା ଦେଲା, ଘଟଣାସ୍ଥଳରେ ଦୁଇଜଣ ମୃତ୍ୟୁ, ଦୁଇଜଣ ଙ୍କ ସଙ୍କଟାପନ୍ନ: ଘଟଣାସ୍ଥଲରେ କ୍ଷତିପୂରଣ ଦାବୀରେ ଉତ୍ତେଜନା ସ୍ଥିତି ଲାଗିରହିଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରୁ ଭୁବନେଶ୍ୱର କୁ ସଂଯୋଗ କରୁଥିବା ୨୬ ନମ୍ବର୍ ରାଜ୍ୟ ରାଜପଥ ର ନର୍ଲା ସହର ର ଦେହେଲି ନିକଟ ରେ ରାମପୁର ପଟୁ ଆସୁଥିବା ଆନ୍ଧ୍ରପ୍ରଦେଶ ର ନମ୍ବର୍ ଥିବା ଏକ ପିକ୍ଅପ ଭ୍ୟାନ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ କୁ ଧକ୍କା ଦେବା ଫଳରେ ବାଇକ ଚାଳକ ଙ୍କ ସହିତ ତାଙ୍କ ଛୋଟ ପୁଅ ର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ବାଇକ ରେ ଗୋଟିଏ ପରିବାର ର ଚାରିଜଣ ବସିଥିଲେ ଅନ୍ୟ ଦୁଇଜଣ ଙ୍କୁ ଗୁରୁତର ଅବସ୍ଥାରେ ନର୍ଲା ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଛନ୍ତି। ନର୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଛି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା।

What's Your Reaction?

like

dislike

love

funny

angry

sad

wow

SUJAYA EDITOR