ଦ୍ଵିତୀୟ ସୋମବାରରେ ଚନ୍ଦନଧାରା ଶୈବପୀଠରେ ଭକ୍ତ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼।

Jul 21, 2025 - 14:42
 0  164
ଦ୍ଵିତୀୟ ସୋମବାରରେ ଚନ୍ଦନଧାରା ଶୈବପୀଠରେ ଭକ୍ତ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼।

ଝରିଗାଁ,୨୧l୭ (ଷ୍ଟାର ନିୟୁଜ ଓଡିଶା ): ଆଜି ଶ୍ରାବଣ ମାସର ଦ୍ଵିତୀୟ ସୋମବାର ହୋଇଥିବା ବେଳେ ଭାରତ ବର୍ଷର କୋଣେ ଅନୁକୋଣେ ଥିବା ସମସ୍ତ ଶୈବପୀଠ ମାନଙ୍କରେ ଭକ୍ତ ଓ ଶ୍ରଦ୍ଧାଳୁ ଓ ମାନସିକଧାରୀମାନେ ଭିଡ଼ ଜମେଇଥିବା ବେଳେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଚନ୍ଦନଧାରା ଶୈବପୀଠରେ ମଧ୍ୟ ଭକ୍ତ, ଶ୍ରଦ୍ଧାଳୁ, ମାନସିକଧାରୀ ଓ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଲିଛି |ଝରିଗାଁ ବ୍ଲକର ଏହି ପର୍ଯ୍ୟଟନ ସ୍ଥଳୀ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ରହିଥିବା ଯୋଗୁଁ ବର୍ଷର ବାରମାସ ପର୍ଯ୍ୟଟକ ଓ ପ୍ରକୃତିପ୍ରେମୀ ମାନେ ଚନ୍ଦନଧାରାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଭିଡ଼ ଜମାଉଥିବା ବେଳେ ଶ୍ରାବଣ ମାସରେ ଏଠାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥାଏ |ଭକ୍ତ, ଶ୍ରଦ୍ଧାଳୁ,ମାନସିକଧାରୀ ଓ ପର୍ଯ୍ୟଟକ ତଥା ପ୍ରକୃତିପ୍ରେମୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରତିବର୍ଷ ସୁବ୍ୟବସ୍ଥା କରାଯାଇଥାଏ |ପଡୋଶୀ ରାଜ୍ୟ ଛତିଶଗଡ ଓ ଜିଲ୍ଲା କଳାହାଣ୍ଡି ସମେତ ଦୂରଦୁରାନ୍ତ ଜିଲ୍ଲା ମାନଙ୍କରୁ ମଧ୍ୟ ଭକ୍ତ ଓ ଶ୍ରଦ୍ଧାଳୁ ଏଠାକୁ ଆସି ପ୍ରଭୁ ଚନ୍ଦନେଶ୍ୱର ଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟ ର ମଜା ନେଉଥିବା ଦେଖିବାକୁ ମିଳିଛି |ଚଳିତ ବର୍ଷ ମଧ୍ୟ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହେବା ଜାଣି ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ଚନ୍ଦନଧାରା ପର୍ଯ୍ୟଟନ ସ୍ଥଳୀର ଟ୍ରଷ୍ଟ ବୋର୍ଡ ସଭାପତି ରଜନୀକାନ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି |ଆଜି ଭୋର ଚାରିଟାରୁ ମନ୍ଦିର ଖୋଲାଯାଇଥିବା ବେଳେ ମନ୍ଦିରକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଭୋଗର ବ୍ୟବସ୍ଥା କରାଯାଇଛି |ଟ୍ରଷ୍ଟ ବୋଡର ଅନ୍ୟ କର୍ମକର୍ତା ମାନଙ୍କ ମଧ୍ୟରେ ସମ୍ପାଦକ ପ୍ରଶାନ୍ତ ପଟ୍ଟନାୟକ, ରବି ଜନୀ , ଅଗାଧୁ ମୁଦୁଲି , ବଦର ମୁଦୁଲି , ଜଗର ଜାନୀ , ରୁକ୍ନାଥ ଜାନୀ , ସହ ସମ୍ପାଦକ ପ୍ରମଦ ବାବୁ , ବିଜୟ ଦାସରବି ନାରାୟଣ ଷଡ଼ଙ୍ଗୀ , ସୁବୁଦ୍ଧି ବାବୁ , ରଞ୍ଜନ ପଟ୍ଟନାୟକ , ଚାଚିରି ଜାନୀ , ତପନ ବାବୁ ପ୍ରମୁଖ ଉପସ୍ଥିତ ରହି ବୋଲବମ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ଶୃଙ୍ଖଳିତ ଦର୍ଶନ ସାଙ୍ଗକୁ ସେମାନେ ଯେମିତି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେ ଉପରେ ନଜର ରଖିଥିବା ସଭାପତି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow