କଳାହାଣ୍ଡି ଘରୋଇ ସ୍କୁଲ ସଂଘ ର ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ |

Jul 21, 2025 - 15:33
 0  13

ଭବାନୀପାଟଣା ତା :20/07 (ଷ୍ଟାର ନିୟୁଜ ଓଡିଶା )ରିଖ କଳାହାଣ୍ଡି ଜିଲ୍ଲା ଘରୋଇ ସ୍କୁଲ ସଂଘ ର ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ମଡର୍ଣ୍ଣ ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି| ଘରୋଇ ସ୍କୁଲ ମାନଙ୍କ ବିଭିନ୍ନ ସମସ୍ୟା ଓ ନିରାକରଣ ଉପରେ ଆଲୋଚନା ହେବା ସହ ସିଓଆର ଓ ଆରଟିଇ ପ୍ରତିପୂରଣ, ଆରଟିଇ ଅର୍ଥ ମଞ୍ଜୁର ହୋଇ ପଡ଼ିରହିଥିବା ସତ୍ୱେ ସ୍କୁଲଗୁଡିଙ୍କୁ ପ୍ରତିପୂରଣ ଦିଆଯାଉ ନଥିବାରୁ ସରକାର ଶୀଘ୍ର ବକେୟା ରାଶି ପ୍ରଦାନ କରିବା କୁ ସଂଘ ର ଦାବି | ଘରୋଇ ସ୍କୁଲଗୁଡିକ ସରକାରୀ ନିୟମ ମୁତାବକ ୨୫ ପ୍ରତିଶତ ମାଗଣା ଶିକ୍ଷା ଦାନ ଦେଇଥାନ୍ତି ଯାହାକୁ ସରକାର ସମୟାନୁସାରେ ପ୍ରତିପୂରଣ କରିବା ନିୟମ ରହିଛି | କିନ୍ତୁ ବର୍ଷ ବର୍ଷ ଧରି  ଏହି ପ୍ରାପ୍ୟ  ନଦେବାରୁ ସ୍କୁଲଗୁଡିକ ଉପରେ ଵୋଝ ବଢ଼ି ଯାଉଛି | ନିଜ ଭିତ୍ତି ଭୂମି ଥିବା ଘରୋଇ ସ୍କୁଲକୁ ଆଜୀବନ ଓ ଭଡା ଘରେ ପରିଚାଳନା ହେଉଥିବା ଘରୋଇ ସ୍କୁଲ କୁ ୧୦ ବର୍ଷର ସିଓଆର ଦେବା ପାଇଁ ଦାବି କରା ଯାଇଛି | କଳାହାଣ୍ଡି ଜିଲ୍ଲା ଘରୋଇ ସ୍କୁଲ ସଂଘ ର ଚ୍ୟାରମ୍ୟାନ ଡ଼. ଶିବରାମ ନାୟକ ସଭାପତିତ୍ୱ କରିଥିବା ବେଳେ ସଂଘ ର ସମ୍ପାଦକ ୟୁସୁଫ ଅହମ୍ମଦ ଓ ପିଆରଓ ଦୁଷ୍ମନ୍ତ କୁମାର ପ୍ରଧାନ ସଭା ପରିଚାଳନା କରିଥିଲେ |  ଭବିଷ୍ୟତ ରେ ବିଭିନ୍ନ ସାମାଜିକ, ଉନ୍ନତିମୂଳକ ସଚେତନତା ତଥା ଶିକ୍ଷାମୂଳକ କାର୍ଯ୍ୟକ୍ରମ  ବୃକ୍ଷ ରୋପଣ, ରକ୍ତଦାନ ଶିବିର ଓ ସଂଘ ର ବାର୍ଷିକ ଉତ୍ସଵ ପ୍ରସ୍ତାବ ଅନୁମୋଦନ ହୋଇଥିଲା | ଜିଲ୍ଲାର ୧୩ଟି ବ୍ଲକ ର ଶତାଧିକ ଘରୋଇ ସ୍କୁଲ ଅଧ୍ୟକ୍ଷ, ନିର୍ଦେଶକ, ସ୍କୁଲ ପରିଚାଳନା ମୁଖ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ |

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow