ଭେଟଖୋଲ ଘାଟିରେ ଦୁଇ ଯୁବକ ଙ୍କୁ ଛୁରା ମାଡ଼ ଘଟଣାରେ ଦୁଇ ଗିରଫ ।

ଖଜୁରୀପଡ଼ା ,୨୦।୦୭( ଷ୍ଟାର ନିୟୁଜ) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଭେଟ ଖୋଲ ଘାଟି ପାଣ୍ଡୁଲି ସାହି ନିକଟରେ ଦୁଇ ଯୁବକଙ୍କୁ ଛୁରା ମାଡ଼ ହୋଇଥିବା ନେଇ ଖଜୁରୀପଡ଼ା ଥାନାରେ ହାରା ପ୍ରଧାନ ଅଭିଯୋଗ କରିଥିଲେ । ଏ ନେଇ ଥାନାରେ ୦୯/୨୫ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା ଖଜୁରୀପଡ଼ା ପୋଲିସ । ଶନିବାର ଦିନ ଉକ୍ତ ଘଟଣାରେ ସଂପୃକ୍ତ ଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ବଲସକୁମ୍ପା ନିକଟରୁ ଉଠେଇ ଆଣି ଗିରଫ କରିଛି ପୋଲିସ୍ । ଗିରଫ ଅଭିଯୁକ୍ତ ମାନେ ହେଲେ ନାନ୍ଦୁ ଭୋଇ(୩୫) ଏବଂ ବୁଟୁ ପ୍ରଧାନ(୨୫) । ଘଟଣାରେ ବ୍ୟବହୃତ ହୋଇଥିବା ମରଣାତ୍ମକ ଅସ୍ତ୍ର ,ମୋବାଇଲ ଫୋନ ସହିତ ବାଇକ୍ ନଂ ଓଡ଼ି ୨୭ ଡି ୦୩୮୩ ଜବତ କରିଛି । ଏହି ବିଷୟ ନେଇ ରବିବାର ଦିନ ଏସଡିପିଓ ପି. ପି. ସୁଭ୍ରଜିତ ବିଶ୍ଵାଳ ଖବରଦତା ସମ୍ମିଳନୀରେ ଖୁଳସା କରିଛନ୍ତି । ଏହି ଖବରଦାତା ସମ୍ମିଳନୀରେ ଥାନା ଅଧିକାରୀ ଚାପ ଧାରୀ ପ୍ରଧାନ, ଏସ୍ ଆଇ ଦୀନବନ୍ଧୁ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଯେ ଦାତପାଜୁ ହନୁମାନ ମନ୍ଦିର ପଛ ପଟେ ୧୩ ଜାନୁଆରୀ ୨୦୨୫ ସଞ୍ଜୟ ପ୍ରଧାନ, ରାଜା ମହାନନ୍ଦିଆ ବସିଥିବା ସମୟରେ ଅଜଣା ୩ ବ୍ୟକ୍ତି ଆସି ସେମାନଙ୍କୁ ଛୁରା ମାଡ଼ କରିଥିଲେ । ସଞ୍ଜୟ ପ୍ରଧାନ ଏବଂ ରାଜା ମହାନନ୍ଦିଆ ଗୁରୁତର ଆହତ ହୋଇ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଥିଲେ । ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଟିକେ ସୁଧୁରିବାରୁ ପୋଲିସ ତଦନ୍ତରେ ସହାୟକ ହୋଇଛି । ଦୁଇ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଆଉ ଜଣେ ଫେରାର ଅଛି । ଖୁବ୍ ଶୀଘ୍ର ଆଉ ଜଣଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ଚାପଧାରୀ ପ୍ରଧାନ କହିଛନ୍ତି।
What's Your Reaction?






