ଝରିଗାଁ ବ୍ଲକ ତେଲନଦୀ ପଞ୍ଚାୟତରେ କାଳବୈଶାକୀ ପ୍ରଭାବ ଉଡିଲା ଚାରି ଘରର ଆଜବେଷ୍ଟ,ବିଦ୍ୟୁତ ତାର ଉପରେ ପଡ଼ିଲା ଗଛ।

May 13, 2025 - 18:02
0 61
ଝରିଗାଁ ବ୍ଲକ ତେଲନଦୀ ପଞ୍ଚାୟତରେ କାଳବୈଶାକୀ ପ୍ରଭାବ ଉଡିଲା ଚାରି ଘରର ଆଜବେଷ୍ଟ,ବିଦ୍ୟୁତ ତାର ଉପରେ ପଡ଼ିଲା ଗଛ।

ଝରିଗାଁ,୧୩l୫( ଷ୍ଟାର ନିୟୁଜ ଓଡ଼ିଶା): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳଜ ତେଲନଦୀ ପଞ୍ଚାୟତ ଅନ୍ତର୍ଗତ କିଛି ଗ୍ରାମରେ ଆଜି କାଳବୈଶାକୀର ପ୍ରଭାବ ଦେଖିବାକୁ ମିଳିଛି।ପଞ୍ଚାୟତର ଚାଉଁରୀ ଏବଂ ଖଦରାପାଣି ଗ୍ରାମରେ ଆଜି ଦିନ ପ୍ରାୟ ୩ ଘଣ୍ଟା ସମୟରେ ହଠାତ କାଳବୈଶାକୀ ପ୍ରଭାବରେ କୁଆ ପଥର ବର୍ଷା ହେବା ସହ ପ୍ରବଳ ପବନ ହୋଇଥିଲା।ଫଳରେ ଚାଉଁରୀ ଗ୍ରାମର କୁମୁଲୁ ସାନ୍ତାଙ୍କ ମିଲ ଗୃହରେ ଲାଗିଥିବା କିଛି ଆଜବେଷ୍ଟ ସହ ମାଗୁତୁ ସାନ୍ତା ଏବଂ ସାନମା ସାନ୍ତାଙ୍କ ଘରେ ଲାଗିଥିବା କିଛି ଆଜବେଷ୍ଟ ପବନରେ ଉଡ଼ି ଯାଇଥିବା ବେଳେ ଖଦରାପାଣି ଗ୍ରାମର ମାତୁ ସାନ୍ତାଙ୍କ ଘରେ ଲାଗିଥିବା ପ୍ରାୟ ଆଜବେଷ୍ଟ ପବନରେ ଉଡ଼ି ଯାଇଥିବା ସୂଚନା ମିଳିଛି।ସେହିପରି ବିଭିନ୍ନ ସ୍ଥାନରେ ବିଦ୍ୟୁତ ତାର ଗୁଡିକ ଉପରେ ଗଛ ଡାଳ ଗୁଡିକ ଭାଙ୍ଗି ପଡିଥିବା ସୂଚନା ମିଳିଛି।ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରି ସହାୟତା ଯୋଗାଇଦେବାକୁ ଦାବି ହୋଇଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User