ଫିରିଙ୍ଗିଆ ରେ ଅନୁଷ୍ଠିତ ହେଲା ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ I

Sep 18, 2025 - 12:59
0 21
ଫିରିଙ୍ଗିଆ ରେ ଅନୁଷ୍ଠିତ ହେଲା ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ I

ଫିରିଙ୍ଗିଆ,୧୮l୯(ଷ୍ଟାର ନିୟୁଜ): ସାରା ଦେଶରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ୱାନ କ୍ରମେ ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ବ୍ଲକ କୁହାଯାଉଥିବା ଫିରିଙ୍ଗିଆ ବ୍ଲକ ର ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ଯାଏ ମାନଙ୍କରେ ମଧ୍ୟ ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ମାନଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ତେବେ ଫିରିଙ୍ଗିଆ ବ୍ଲକ ପ୍ରଶାସନ ଦ୍ୱାରା ଗୋଷ୍ଠି ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା ଙ୍କ ଅଧକ୍ଷୟତାରେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ କନ୍ଧମାଳ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦି ଙ୍କ ସହ ବିଜେପି ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜିତ ମଣ୍ଡଳ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ I କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟ୍ୟରେ ବିଧାୟକ ପ୍ରତିନିଧି ପ୍ରଶାନ୍ତ କମ୍ପ, ସାଂସଦଙ୍କ ଶିକ୍ଷା ବିଭାଗ ପ୍ରତିନିଧି କଂସଦେବ ସାହୁ, ଯୁବ ବିଜେପି ନେତା ସଞ୍ଜୟ କୁମାର ଦିଗାଲ,ସ୍ଥାନୀୟ ତହସିଲଦାର ସେଠି, ସହକାରୀ ଯନ୍ତ୍ରୀ ଜୟପ୍ରକାଶ ଜେନା, ଏପିଓ ସୁମନ୍ତ କୁମାର ଉଠାଣ ସିଂ,ଅତିରିକ୍ତ ତହସିଲଦାର ପୃଥ୍ୱୀରାଜ ମହାନନ୍ଦିଆ, ରାଜସ୍ୱ ନିରୀକ୍ଷକ ଶୁଭଦର୍ଶିନୀ ମହାରଣା ଓ ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିର ର ଛାତ୍ର ଛାତ୍ରୀ ଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ I ତେବେ ଏହି କାର୍ଯ୍ୟକ୍ରମ ରେ ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟଳୟ ପରିସରରେ ପ୍ରାୟ ଶହେ ଟି ବୃକ୍ଷ ରୋପଣ କରାଯାଇଥିଲା I ଅନୁରୂପ ଭାବରେ ଫିରିଙ୍ଗିଆ ପୋଲିସ ତରଫରୁ ଥାନା ପରିସରରେ ଓ ଫୁଲବାଣୀ ବାଲିଗୁଡା ମୁଖ୍ୟ ରାସ୍ତା ର ଉଭୟ ପାର୍ଶ୍ଵ ରେ ଥାନା ଅଧିକାରି ଗୋପୀନାଥ ପ୍ରଧାନ ଙ୍କ ତତ୍ୱାବଧାନରେ ପୋଲିସ କର୍ମଚାରୀ ମାନେ ବୃକ୍ଷ ରୋପଣ କରିଥିଲେ ଏଥିରେ ଥାନାରେ କାର୍ଯ୍ୟରତ ଏସଆଇ ଦିପକ କୁମାର ରାଉତ ଓ ଅଜୟ କୁମାର ସାହୁ ଙ୍କ ସହ ଥାନାରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଉପସ୍ଥିତି ଥିଲେ I

 ଠିକ ସେହିପରି ନାହାଣା ଗାଁ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଜେପି ନେତ୍ରୀ ଫିରିଙ୍ଗିଆ ମଣ୍ଡଳ ସେବା ପକ୍ଷ ଟୋଲି ଲୀଳାବତୀ ଦିଗାଲ ଙ୍କ ନେତୃତ୍ୱ ରେ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନେ ବୃକ୍ଷ ରୋପଣ କରିଥିବା ବେଳେ ସ୍ଥାନୀୟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରି ଡାକ୍ତର ପ୍ରବୋଧ ପ୍ରଧାନ ଓ ଅତିରିକ୍ତ ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୁମନ୍ତ ମାଝୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବିଧାୟକ ଙ୍କ ସ୍ୱାସ୍ଥ୍ୟ ପ୍ରତିନିଧି ଅକ୍ଷୟ କୁମାର କଟା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ମେଡିକାଲ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ I ସେହିପରି ପଞ୍ଚାୟତ ସ୍ନାତକ ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟ ର ଅଧକ୍ଷ ନବଘନ ସାହୁ ଙ୍କ ଅଧକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ବିଧାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ଙ୍କ ସହ ବୃକ୍ଷ ରୋପଣ କରିଥିଲେ I ସେହପରି ବ୍ଲକ ଅଧୀନରେ ଥିବା ସମସ୍ତ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ମଧ୍ୟ ଏହି ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଫିରିଙ୍ଗିଆ ବନବିଭାଗ ଏହି ସବୁ ଗଛ ବିଭିନ୍ନ ଅନୁଷ୍ଠାନ କୁ ଯୋଗାଇଦେଇଥିଲା I

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User