ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିନରେ ଦୀପ ଦାନ କଲେ ଫିରିଙ୍ଗିଆ ର ମହିଳା ସଂକୀର୍ତନ ଦଳ I

Sep 18, 2025 - 13:04
Updated: 12 months ago
0 34
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିନରେ ଦୀପ ଦାନ କଲେ ଫିରିଙ୍ଗିଆ ର ମହିଳା ସଂକୀର୍ତନ ଦଳ I

ଫିରିଙ୍ଗିଆ,୧୮l୯(ଷ୍ଟାର ନିୟୁଜ): ସାରା ଦେଶରେ ଭାରତ ର ଯଶସ୍ବୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିନ କୁ ମହା ସମାରୋହରେ ପାଳନ କରାଯାଇଥିବା ବେଳେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହରରେ ଶ୍ରୀ ମୋଦି ଙ୍କ ଜନ୍ମ ଦିନକୁ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି I ତେବେ ପ୍ରଧାନ ମନ୍ତ୍ରୀ ଙ୍କ ଦୀର୍ଘ ଜୀବନ କାମନା କରି ଫିରିଙ୍ଗିଆ ସହରର ଶତାଧିକ ମହିଳା ସ୍ଥାନୀୟ ଜଗନ୍ନାଥ ମନ୍ଦିର ରେ ଦୀପ ଦାନ କରିବା ସହ କୀର୍ତନ ମାଧ୍ୟମରେ ଜନ୍ମ ଦିନକୁ ପାଳନ କରିଥିଲେ I ଏହି କାର୍ଯ୍ୟକ୍ରମ ଟି ଜିଲ୍ଲା ପାରମ୍ପରିକ ଲୋକ କଳା ସଙ୍ଘ ର ଜିଲ୍ଲା ସଭାପତି ଅକ୍ଷୟ କୁମାର କର୍ଣ୍ଣ ଙ୍କ ସହ ତାଙ୍କ ସ୍ତ୍ରୀ ତଥା ଜିଲ୍ଲାର ଜଣାଶୁଣା ପାରମ୍ପରିକ ନୃତ୍ୟ କଳାକାର ସ୍ୱପ୍ନା ରାଣୀ କର୍ଣ୍ଣ ଙ୍କ ପ୍ରତକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ସହ ଆଖ ପାଖ ଅଂଚଳରେ ଥିବା ମହିଳା ସଂକୀର୍ତନ ମଣ୍ଡଳୀ ର ଶତାଧିକ ମହିଳା ଉପସ୍ଥିତ ରହି ଦୀପଦାନ କରିଥିଲେ I ତେବେ ସ୍ୱପ୍ନା ଓ ଅକ୍ଷୟ ଙ୍କ ଏଭଳି କାର୍ଯ୍ୟ କୁ ସାଧାରଣ ରେ ବେସ ପ୍ରଶଂସା ମଧ୍ୟ କରାଯାଇଥିବା ବେଳେ ଫୁଲବାଣୀ ବିଧାୟକ ଉମାଚାରଣ ମଳିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜିତ ମଣ୍ଡଳ ଙ୍କ ସହ ବିଜେପି ଦଳର କର୍ମୀ ଓ ନେତା ମାନେ ମଧ୍ୟ ପ୍ରଶଂସା କରିଛନ୍ତି I 

ସୁବ୍ରତ କୁମାର ମହାନ୍ତି (ଫିରିଙ୍ଗିଆ )

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User